ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ, ଏମକେସିଜି ମେଡିକାଲ ସ୍ଥାନାନ୍ତର
ଛତ୍ରପୁର : ଗଞ୍ଜାମ ବ୍ଳକ ସାତୁଳି ଗ୍ରାମର ଗୋଟିଏ ପରିବାର ବିଲରେ ଫୁଟିଥିବା ଛତୁ ଖାଇ ୮ ଜଣ ଅସୁସ୍ଥ | ୮ଜଣକୁ ପ୍ରଥମେ ନିକଟସ୍ତ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା | ୮ ଜଣ ଅସୁସ୍ଥ ହେଲେ ସୁରଥ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପନା ସାହୁ, ସୁଇଟି ସାହୁ, ସପନା ସାହୁ, ସୁକୁରୁ […] The post ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ, ଏମକେସିଜି ମେଡିକାଲ ସ୍ଥାନାନ୍ତର appeared first on KNews Odisha.

ଛତ୍ରପୁର : ଗଞ୍ଜାମ ବ୍ଳକ ସାତୁଳି ଗ୍ରାମର ଗୋଟିଏ ପରିବାର ବିଲରେ ଫୁଟିଥିବା ଛତୁ ଖାଇ ୮ ଜଣ ଅସୁସ୍ଥ | ୮ଜଣକୁ ପ୍ରଥମେ ନିକଟସ୍ତ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା | ୮ ଜଣ ଅସୁସ୍ଥ ହେଲେ ସୁରଥ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପନା ସାହୁ, ସୁଇଟି ସାହୁ, ସପନା ସାହୁ, ସୁକୁରୁ ସାହୁ ପ୍ରମୁଖ ଆକ୍ରାନ୍ତ ହୋଇଛନ୍ତି | ଗତକାଲି ସେମାନେ ବିଲରୁ ଛତୁ ଆଣି ରୋଷଇ କରି ଖାଇଥିଲେ |
ପରେ ସମସ୍ତେ ଅସୁସ୍ଥ ହେବା ସହ ବାନ୍ତି ହୋଇଥିଲା | ତୁରନ୍ତ ସେମାନଙ୍କୁ ନିକଟସ୍ଥ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା, ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ କେ ସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି |
The post ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ, ଏମକେସିଜି ମେଡିକାଲ ସ୍ଥାନାନ୍ତର appeared first on KNews Odisha.