ସାଧାରଣ ଜନତାଙ୍କ ପାଇଁ କେବେ ଖୋଲିବ ରାମ ମନ୍ଦିର? କେତେ ରହିବ ପ୍ରବେଶ ଶୁଳ୍କ
ଅଯୋଧ୍ୟା,୨୨।୧: ସୋମବାର ଅର୍ଥାତ୍ ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ଉଦଘାଟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶ ତଥା ବିଶ୍ୱର ଅଧିକାଂଶ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେଇଛନ୍ତି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ପ୍ରାଣ ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲାଯିବ। ଏଭଳି ପରିସ୍ଥିତିରେ ବଡ ପ୍ରଶ୍ନ […] The post ସାଧାରଣ ଜନତାଙ୍କ ପାଇଁ କେବେ ଖୋଲିବ ରାମ ମନ୍ଦିର? କେତେ ରହିବ ପ୍ରବେଶ ଶୁଳ୍କ appeared first on Dharitri Odia News.
ଅଯୋଧ୍ୟା,୨୨।୧: ସୋମବାର ଅର୍ଥାତ୍ ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ଉଦଘାଟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶ ତଥା ବିଶ୍ୱର ଅଧିକାଂଶ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେଇଛନ୍ତି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ପ୍ରାଣ ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲାଯିବ। ଏଭଳି ପରିସ୍ଥିତିରେ ବଡ ପ୍ରଶ୍ନ ହେଉଛି ଦେଶର ସାଧାରଣ ଜନତା କେବେ ତାଙ୍କ ପ୍ରିୟ ଶ୍ରୀ ରାମଙ୍କ ଦର୍ଶନ ପାଇ ପାରିବେ? ଏବଂ ଏଥିପାଇଁ ଦେୟ କ’ଣ ହେବ? ଏହା ବ୍ୟତୀତ ଆରତୀର ସମୟ କ’ଣ ହେବ? ଏମିତି ଅନେକ ପ୍ରଶ୍ନ ଏବେ ଭକ୍ତଙ୍କ ମନରେ ଉଙ୍କି ମାରିଛି।
ସୂଚନାଯୋଗ୍ୟ, ରାମ ମନ୍ଦିରର ପରିଚାଳନା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟଙ୍କ ହାତରେ ଅଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଗଠନ କରିଥିବା ଟ୍ରଷ୍ଟ ମଧ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିଛି। ସାଧାରଣ ଲୋକଙ୍କ ପାଇଁ ରାମ ମନ୍ଦିର ଖୋଲିବା ବିଷୟରେ, ସୋମବାର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଯଥା ୨୨ ଜାନୁଆରୀରେ ଆସନ୍ତାକାଲି ଅର୍ଥାତ୍ ୨୩ ଜାନୁଆରୀରୁ ସାଧାରଣ ଭକ୍ତଙ୍କ ପାଇଁ ଏହି ମନ୍ଦିର ଖୋଲାଯିବ। ଅର୍ଥାତ୍ ଜାନୁୟାରୀ ୨୩ରୁ ଦେଶବାସୀ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇପାରିବେ। ଟ୍ରଷ୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୨ରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ କାରିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ, କିନ୍ତୁ ପରଦିନ ସମସ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯିବ।
The post ସାଧାରଣ ଜନତାଙ୍କ ପାଇଁ କେବେ ଖୋଲିବ ରାମ ମନ୍ଦିର? କେତେ ରହିବ ପ୍ରବେଶ ଶୁଳ୍କ appeared first on Dharitri Odia News.