ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ରେ ପୋଲିସ

ଦାରିଙ୍ଗବାଡି,୧।୪ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲକ୍ଷ୍ୟରେ ପୋଲିସ ଏବେ ଆକ୍ସନ ମୋଡରେ ଅଛି। ବିଭିନ୍ନ ଛକ ଗୁଡିକରେ ବ୍ଲକିଂ କରି ଗାଡିମୋଟର ଯାଞ୍ଚ କରିବା ସହ ସାଦା ପୋଷାକରେ ପୋଲିସ ପଇଁତରା ମାରୁଛି। ସେହିପରି ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିବା ପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏଥିସହ ପୁଣି ପୋଲିସ ପକ୍ଷରୁ ଉପସ୍ଥିତ ଜାହିର କରିବାକୁ ଫ୍ଲାଗମାର୍ଚ୍ଚ କରାଯାଇଛି। କନ୍ଧମାଳ ଏସପି ଶୁଭେନ୍ଦୁ […] The post ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ରେ ପୋଲିସ appeared first on Dharitri Odia News.

ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ରେ ପୋଲିସ

ଦାରିଙ୍ଗବାଡି,୧।୪ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲକ୍ଷ୍ୟରେ ପୋଲିସ ଏବେ ଆକ୍ସନ ମୋଡରେ ଅଛି। ବିଭିନ୍ନ ଛକ ଗୁଡିକରେ ବ୍ଲକିଂ କରି ଗାଡିମୋଟର ଯାଞ୍ଚ କରିବା ସହ ସାଦା ପୋଷାକରେ ପୋଲିସ ପଇଁତରା ମାରୁଛି। ସେହିପରି ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିବା ପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏଥିସହ ପୁଣି ପୋଲିସ ପକ୍ଷରୁ ଉପସ୍ଥିତ ଜାହିର କରିବାକୁ ଫ୍ଲାଗମାର୍ଚ୍ଚ କରାଯାଇଛି।
କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଏବଂ ବାଲିଗୁଡା ଏସଡିପିଓ ରାହୁଲ ଗୋଏଲଙ୍କ ନିର୍ଦ୍ଦେଶ କ୍ରମେ ଥାନା ପରିସର ମଧ୍ୟରୁ ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଜିତେନ୍ଦ୍ର ବେହେରା ଓ ଅନ୍ୟ ପୋଲିସବାହିନୀ ଫ୍ଲାଗମାର୍ଚ୍ଚ କରି ଦାରିଙ୍ଗବାଡିର ଚାଟିଛକ, ତିନିଛକ, ଶିବମନ୍ଦିର ଛକ, ରାଧାକୃଷ୍ଣମନ୍ଦିର, ଲଷ୍ମୀବଜାର ଆଦି ଅଞ୍ଚଳ ବୁଲିଥିଲେ। ପୋଲିସର ଉପସ୍ଥିତି ଓ ନିର୍ବାଚନକୁ ଅବାଧ ଓ ମୁକ୍ତ ନିର୍ବାଚନ କରାଯିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା।
ଦାରିଙ୍ଗବାଡି ଏକ ମାଓବାଦୀ ପ୍ରବଣ ଅଞ୍ଚଳଭାବେ ଜଣାଶୁଣା ରହିଥିବାବେଳେ ମାଓବାଦୀଙ୍କ ଏବେ ସେତେଟା ପ୍ରଭାବ ନ ଥିଲେ ସୁଦ୍ଧା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଦମନ କରିବା ଓ ଅଞ୍ଚଳରେ ଲୋକେ ଭୟଭୀତ ନ ହେବା ଆଦି କୁହାଯାଇଛି। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ୨୫ ପଞ୍ଚାୟତ ରହିଥିବା ବେଳେ ଦାରିଙ୍ଗବାଡି ଥାନା ସମେତ ବ୍ରାହ୍ମଣୀଗାଁ ଥାନା ସମେତ ବାଲିଗୁଡା ଥାନା ଅଧୀନରେ ଉକ୍ତ ବ୍ଲକର ୩ଟି ପଞ୍ଚାୟତ ରହିଛି। ସବୁ ଦୁର୍ଗମ ଅଞ୍ଚଳରେ ମଧ୍ୟ ସ୍ବତନ୍ତ୍ର ପୋଲିସବାହିନୀ ପକ୍ଷରୁ ଜନସଚେତନ କରାଯାଇଛି।

The post ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ରେ ପୋଲିସ appeared first on Dharitri Odia News.