ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ସମାଲୋଚନା କରିଛନ୍ତି। ରାଜ୍ୟ ପ୍ରଜ୍ଞାପନ ମେଢ଼କୁ ନେଇ ଭାଜପା ନେତୃତ୍ୱାଧୀନ ସରକାର ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀ କ୍ରମାଗତ ଭାବେ କ’ଣ ପାଇଁ ଜାତୀୟ ଉତ୍ସବରେ ମେଢ଼ ପ୍ରଦର୍ଶନ ସୁଯୋଗରୁ ବଞ୍ଚିତ ହେଉଛି ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ଭାରତର […] The post ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ appeared first on Dharitri Odia News.

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ସମାଲୋଚନା କରିଛନ୍ତି।

ରାଜ୍ୟ ପ୍ରଜ୍ଞାପନ ମେଢ଼କୁ ନେଇ ଭାଜପା ନେତୃତ୍ୱାଧୀନ ସରକାର ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀ କ୍ରମାଗତ ଭାବେ କ’ଣ ପାଇଁ ଜାତୀୟ ଉତ୍ସବରେ ମେଢ଼ ପ୍ରଦର୍ଶନ ସୁଯୋଗରୁ ବଞ୍ଚିତ ହେଉଛି ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବା ସତ୍ତ୍ୱେ ଗତ କେତେବର୍ଷ ହେଲା ଜାନୁଆରୀ ୨୬ ପରେଡ୍‌ରେ ଏହାର ପ୍ରଜ୍ଞାପନ ମେଢ଼କୁ ଅଂଶଗ୍ରହଣର ସୁଯୋଗ ଦିଆଯାଉ ନାହିଁ। ଏହା କି ପ୍ରକାର ରାଜନୀତି? ସେମାନେ ଦିଲ୍ଲୀ ଜନସାଧାରଣଙ୍କୁ ଏତେ ଘୃଣା କରୁଛନ୍ତି କ’ଣ ପାଇଁ? ଏପରି ହେଲେ ଦିଲ୍ଲୀବାସୀ ସେମାନଙ୍କୁ କାହିଁକି ଭୋଟ ଦେବେ ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି।

The post ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ appeared first on Dharitri Odia News.