ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ: ଆସିଲା ଲିଷ୍ଟ୍
ଭୁବନେଶ୍ୱର,୨୧।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ଏକ ଅତିଥି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପୁରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିବେ। ସେହିପରି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସୁନ୍ଦରଗଡ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୁବର୍ନପୁର, ସ୍କୁଲ […] The post ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ: ଆସିଲା ଲିଷ୍ଟ୍ appeared first on Dharitri Odia News.
ଭୁବନେଶ୍ୱର,୨୧।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ଏକ ଅତିଥି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପୁରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିବେ।
ସେହିପରି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସୁନ୍ଦରଗଡ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୁବର୍ନପୁର, ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୋରାପୁଟ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯାଜପୁର, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାୟଗଡା, ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗଜପତି, କୃଷ୍ଣଚନ୍ଦ୍ର ମହାପାତ୍ର ବାଲେଶ୍ୱର, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କେନ୍ଦୁଝର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନୂଆପଡା, ହସ୍ତତନ୍ତ ଏବଂ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଢେଙ୍କାନାଳ, ମତ୍ସ୍ୟ ଏବଂ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ମାଲକାନଗିରି, ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ନୟାଗଡରେ ପତାକା ଉତ୍ତୋଳନ କରିବେ।
The post ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ: ଆସିଲା ଲିଷ୍ଟ୍ appeared first on Dharitri Odia News.