ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ସମିତି ସଭ୍ୟା ଅଯୋଗ୍ୟ ଘୋଷିତ
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଆଡ଼ପଡ଼ା ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ନୟନୀ ପ୍ରଧାନ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ସିନିୟର୍ ସିଭିଲ ଜର୍ଜ କୋର୍ଟରେ କରାଯାଇଥିବା ପଞ୍ଚାୟତ ଜନ ପ୍ରତିନିଧିଙ୍କ ଯୋଗ୍ୟତା ଜନିତ ନିର୍ବାଚନ ମାମଲାର ବିଚାର କରି ଆସିକା ସିନିୟର୍ ସିଭିଲ ଜର୍ଜଙ୍କ ଅଦାଲତ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ୨୦୨୨ ମସିହାରେ ପଞ୍ଚାୟତ ନିର୍ବାଚନରେ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ମିଛ ତଥ୍ୟ ଦେଇଥିବା ନେଇ ବିପକ୍ଷ ପ୍ରତିଦ୍ବନ୍ଦୀ ବବିତା ବାରିକ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଏହି ମାମଲାର ବିଚାରକରି ସରକାରୀ ସାକ୍ଷୀ ଭାବେ ତତ୍କାଳୀନ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ୧୪ ଜଣ ଏବଂ ବବିତା ବାରିକଙ୍କ ପକ୍ଷରୁ ୫ ଜଣଙ୍କ ବୟାନ ଆଧାରରେ ମାନ୍ୟବର ଆସିକା ସିନିୟର୍ ସିଭିଲ ଜର୍ଜ ସୌଦାମିନୀ ବିଶ୍ଵାଳ ରାୟ ପ୍ରଦାନ କରିଛନ୍ତି ।
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଆଡ଼ପଡ଼ା ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ନୟନୀ ପ୍ରଧାନ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ସିନିୟର୍ ସିଭିଲ ଜର୍ଜ କୋର୍ଟରେ କରାଯାଇଥିବା ପଞ୍ଚାୟତ ଜନ ପ୍ରତିନିଧିଙ୍କ ଯୋଗ୍ୟତା ଜନିତ ନିର୍ବାଚନ ମାମଲାର ବିଚାର କରି ଆସିକା ସିନିୟର୍ ସିଭିଲ ଜର୍ଜଙ୍କ ଅଦାଲତ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି।
୨୦୨୨ ମସିହାରେ ପଞ୍ଚାୟତ ନିର୍ବାଚନରେ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ମିଛ ତଥ୍ୟ ଦେଇଥିବା ନେଇ ବିପକ୍ଷ ପ୍ରତିଦ୍ବନ୍ଦୀ ବବିତା ବାରିକ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ।
ଏହି ମାମଲାର ବିଚାରକରି ସରକାରୀ ସାକ୍ଷୀ ଭାବେ ତତ୍କାଳୀନ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ୧୪ ଜଣ ଏବଂ ବବିତା ବାରିକଙ୍କ ପକ୍ଷରୁ ୫ ଜଣଙ୍କ ବୟାନ ଆଧାରରେ ମାନ୍ୟବର ଆସିକା ସିନିୟର୍ ସିଭିଲ ଜର୍ଜ ସୌଦାମିନୀ ବିଶ୍ଵାଳ ରାୟ ପ୍ରଦାନ କରିଛନ୍ତି ।