ସାନପୁଅର ବାହାଘର କରିବେ ମେଗା ଷ୍ଟାର୍ ନାଗାର୍ଜୁନ: ଏକ୍ସରେ ଶେୟାର କଲେ ନିର୍ବନ୍ଧ ଫଟୋ

ନୂଆଦିଲ୍ଲୀ: ସାନପୁଅର ବିବାହ ନେଇ ଘୋଷଣା କଲେ ତେଲଗୁ ମେଗା ଷ୍ଟାର ନାଗାର୍ଜୁନ ଅକ୍କିନେନୀ। ସାନ ପୁଅ ଅଖିଳ ଅକିନେନ୍ନୀ ଲାଇପ୍‌ଷ୍ଟାଇଲ୍ ବ୍ଲଗର ଜୈନାବ ରଭଜୀଙ୍କୁ ବିବାହ କରିବେ। ନିକଟରେ ତାଙ୍କର ନିର୍ବନ୍ଧ ମଧ୍ୟ ସରିଛି। ଏନେଇ ନାଗାର୍ଜୁନ ଅକ୍କୀନେନୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏକ୍ସରେ ପୁଅ ଓ ଭାବି ବୋହୂର ଫଟୋ ଶେୟାର କରି ନାଗାର୍ଜୁନ ଲେଖିଛନ୍ତି “ ମୋ ସାନପୁଅର ନିର୍ବନ୍ଧ ବୋହୂ ଜୈନାବ ରଭଜୀଙ୍କ ସହ ହୋଇଥିବା ଘୋଷଣା କରି ମୁଁ ବହୁତ ଖୁସୀ। ଜୈନାବଙ୍କୁ ଆମ ପରିବାରରେ ସ୍ୱାଗତ କରିବାକୁ ବହୁତ ଆନନ୍ଦ ଅନୁଭବ କରୁଛି। ଦୟାକରି ଏହି ଯୁବକ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଜୀବନରେ ପ୍ରେମ, ଆନନ୍ଦ ରହୁ ବୋଲି କାମନା କରନ୍ତୁ ଓ ଅଗଣତି ଆଶୀର୍ବାଦ ଦିଅନ୍ତୁ।”ଏହା ପୂର୍ବରୁ ନାଗାର୍ଜୁନ ବଡ଼ ପୁଅ ନାଗା ଚୈତନ୍ୟର ନିର୍ବନ୍ଧ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କ ସହିତ ହୋଇଥିବା ନେଇ ସୂଚନା ଦେଇଥିଲେ। ଡିସେମ୍ବରରେ ଦୁଇ ଜଣଙ୍କର ବିବାହ ହେବାର ଖବର ରହିଛି।  

ସାନପୁଅର ବାହାଘର କରିବେ ମେଗା ଷ୍ଟାର୍ ନାଗାର୍ଜୁନ: ଏକ୍ସରେ ଶେୟାର କଲେ ନିର୍ବନ୍ଧ ଫଟୋ

ନୂଆଦିଲ୍ଲୀ: ସାନପୁଅର ବିବାହ ନେଇ ଘୋଷଣା କଲେ ତେଲଗୁ ମେଗା ଷ୍ଟାର ନାଗାର୍ଜୁନ ଅକ୍କିନେନୀ। ସାନ ପୁଅ ଅଖିଳ ଅକିନେନ୍ନୀ ଲାଇପ୍‌ଷ୍ଟାଇଲ୍ ବ୍ଲଗର ଜୈନାବ ରଭଜୀଙ୍କୁ ବିବାହ କରିବେ। ନିକଟରେ ତାଙ୍କର ନିର୍ବନ୍ଧ ମଧ୍ୟ ସରିଛି। ଏନେଇ ନାଗାର୍ଜୁନ ଅକ୍କୀନେନୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। 

ଏକ୍ସରେ ପୁଅ ଓ ଭାବି ବୋହୂର ଫଟୋ ଶେୟାର କରି ନାଗାର୍ଜୁନ ଲେଖିଛନ୍ତି “ ମୋ ସାନପୁଅର ନିର୍ବନ୍ଧ ବୋହୂ ଜୈନାବ ରଭଜୀଙ୍କ ସହ ହୋଇଥିବା ଘୋଷଣା କରି ମୁଁ ବହୁତ ଖୁସୀ। ଜୈନାବଙ୍କୁ ଆମ ପରିବାରରେ ସ୍ୱାଗତ କରିବାକୁ ବହୁତ ଆନନ୍ଦ ଅନୁଭବ କରୁଛି। ଦୟାକରି ଏହି ଯୁବକ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଜୀବନରେ ପ୍ରେମ, ଆନନ୍ଦ ରହୁ ବୋଲି କାମନା କରନ୍ତୁ ଓ ଅଗଣତି ଆଶୀର୍ବାଦ ଦିଅନ୍ତୁ।”

ଏହା ପୂର୍ବରୁ ନାଗାର୍ଜୁନ ବଡ଼ ପୁଅ ନାଗା ଚୈତନ୍ୟର ନିର୍ବନ୍ଧ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କ ସହିତ ହୋଇଥିବା ନେଇ ସୂଚନା ଦେଇଥିଲେ। ଡିସେମ୍ବରରେ ଦୁଇ ଜଣଙ୍କର ବିବାହ ହେବାର ଖବର ରହିଛି।