ସାପ ମୁହଁରେ ବାହାରିଛି ଥଣ୍ଟ, ଆଶ୍ଚର୍ଯ୍ୟ ବୈଜ୍ଞାନିକ
ବିହାର ୧୫/୯: ବିହାରରେ ମିଳିଲା ନୂଆ ପ୍ରଜାତିର ସାପ । ଆଶ୍ଚର୍ଯ୍ୟ ବୈଜ୍ଞାନିକ । ସାପ ମୁହଁରେ ଥଣ୍ଟ ବାହାରିବା ପରି ଆକୃତି ହୋଇଛି । ବିହାରରେ ଏହି ନୂତନ ପ୍ରଜାତିର ସାପ ଠାବ କରାଯାଇଛି । ଗୋନାୱଲି ଗାଁର ସୌରଭ ବର୍ମା ଓ ସୋହମ ପଟେଲ ନାମକ ୨ ଜଣ ବୈଜ୍ଞାନିକ ସାପକୁ ଠାବ କରିଛନ୍ତି । ୨୦୨୧ରେ ସୌରଭ ଓ ସୋହମ ଗାଁରେ ବୁଲୁଥିଲେ । ହଠାତ ସେମାନଙ୍କ ନଜର ଏହି ସାପ ଉପରେ ପଡିଥିଲା । ଏହି ସାପ ଉଜ୍ଜ୍ବଳ ସବୁଜ ଓ ବାଦାମୀ ରଙ୍ଗର ଦେଖାଯାନ୍ତି । ସେମାନଙ୍କ ପେଟ କମଳା ରଙ୍ଗର ହୋଇଥାଏ । ଏହି ନୂଆ ପ୍ରଜାତିର ସାପ ସହର ଓ ଜଙ୍ଗଲ ଉଭୟ ସ୍ଥାନରେ ରହିପାରନ୍ତି । ୪ ଫୁଟ୍ ଲମ୍ବାର ଏହି ସାପ ସାଧାରଣତଃ ବିହାର,ମେଘାଳୟ ଓ ଆସାମରେ ଦେଖିବାକୁ ମିଳନ୍ତି ।