ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା

ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପୁଟିଳୀଆ ଗ୍ରାମରେ ଜଣେ ନାବାଳକ ସାପ କାମୁଡ଼ାରେ ମୃତ୍ୟୁବରଣ କରିବା ପରେ ପରିବାର ଲୋକେ ପୁଅ ବଞ୍ଚିବା ଆଶାରେ ଗୁଣିଆ ଲଗାଇ ଝଡ଼ାଫୁଙ୍କା କରାଉଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ପୁଟୁଳିଆ ହର୍ଟି କଲଚର […] The post ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା appeared first on Dharitri Odia News.

ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା

ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପୁଟିଳୀଆ ଗ୍ରାମରେ ଜଣେ ନାବାଳକ ସାପ କାମୁଡ଼ାରେ ମୃତ୍ୟୁବରଣ କରିବା ପରେ ପରିବାର ଲୋକେ ପୁଅ ବଞ୍ଚିବା ଆଶାରେ ଗୁଣିଆ ଲଗାଇ ଝଡ଼ାଫୁଙ୍କା କରାଉଥିବା ଦେଖିବାକୁ ମିଳିଛି।

ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ପୁଟୁଳିଆ ହର୍ଟି କଲଚର ଅଫିସରେ ରବିବାର ରାତ୍ରିରେ ଜଣେ ୧୬ବର୍ଷର ନାବାଳକ ସାପକାମୁଡ଼ାରେ ଗୁରୁତର ହୋଇଥିଲେ। ସୋମବାର ସକାଳୁ ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ସୋମବାର ମୃତ୍ୟୁ ଘଟିଛି ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଦାଶରଥି ପାତ୍ରଙ୍କ ପୁଅ ପଦ୍ମଲୋଚନ।
ସୂଚନାଯୋଗ୍ୟ,ଗୁରୁତର ଅବସ୍ଥାରେ ପଦ୍ମଲୋଚନଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯିବା ବେଳେ ନାବାଳକଙ୍କ ମତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଗୁଣିଆଙ୍କୁ ଡାକ୍ତରଖାନାକୁ ଆଣି ପୁଅ ବଞ୍ଚି ଯିବା ଆଶାରେ ଝଡ଼ା ଫୁଙ୍କା କରୁଥିବା ଦେଖିବାକୁ ମିଳିଛି।

The post ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା appeared first on Dharitri Odia News.