ସାପକାମୁଡା ରେ ନାବାଳକର ମୃତ୍ୟୁ ପରେ ବଞ୍ଚାଇବାକୁ ମେଡ଼ିକାଲରେ ଚାଲିଛି ଝଡାଫୁଙ୍କା

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଅଭବାବନୀୟ ଚିତ୍ର। ସାପ କାମୁଡ଼ାରେ ଜଣେ ନାବାଳକ... The post ସାପକାମୁଡା ରେ ନାବାଳକର ମୃତ୍ୟୁ ପରେ ବଞ୍ଚାଇବାକୁ ମେଡ଼ିକାଲରେ ଚାଲିଛି ଝଡାଫୁଙ୍କା appeared first on .

ସାପକାମୁଡା ରେ ନାବାଳକର ମୃତ୍ୟୁ ପରେ ବଞ୍ଚାଇବାକୁ ମେଡ଼ିକାଲରେ ଚାଲିଛି ଝଡାଫୁଙ୍କା

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଅଭବାବନୀୟ ଚିତ୍ର। ସାପ କାମୁଡ଼ାରେ ଜଣେ ନାବାଳକ ର ମୃତ୍ୟୁ ପରେ ମୃତକ ଙ୍କୁ ବଞ୍ଚାଇବା ପାଇଁ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ପରିବାର ଲୋକେ ଗୁଣିଆ କୁ ଡାକି ଝଡାଫୁଙ୍କା କରାଉଛନ୍ତି ଗୁଣିଆ ଜଣଙ୍କ ବି ବଞ୍ଚାଇବା ପାଇଁ ମନ୍ତ୍ର କରି ଝାଡୁଥିବା ଦୃଶ୍ୟ ଦେଖିବା କୁ ମିଳିଛି। ପାଟଣା ଥାନା ପୁଟୁଳିଆ ଗ୍ରାମର ଦାଶରଥି ପାତ୍ର ଙ୍କ ୧୬ ବର୍ଷର ପୁଅ ପଦ୍ମଲୋଚନ ବିଳମ୍ବିତ ରାତିରେ ପୁଟୁଳିଆ ସ୍ଥିତ ହଟି କଲଚର ଅଫିସରେ ଶୋଇଥିବା ସମୟ ରେ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ମେଡ଼ିକାଲ କୁ ଅଣାଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ବଞ୍ଚାଇବା ଆଶାରେ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଗୁଣିଆ ଙ୍କୁ ଡକାଇ ଝଡାଫୁଙ୍କା କରାଉଥିବା ଦେଖିବାକୁ ମିଳିଛି।

The post ସାପକାମୁଡା ରେ ନାବାଳକର ମୃତ୍ୟୁ ପରେ ବଞ୍ଚାଇବାକୁ ମେଡ଼ିକାଲରେ ଚାଲିଛି ଝଡାଫୁଙ୍କା appeared first on .