ସାପୁଆ ଜଙ୍ଗଲରୁ ୫ ଡକାୟତ ଗିରଫ, ମାରଣାସ୍ତ୍ର ସହ ବାଇକ୍ ଓ କାର୍ ଜବତ
ହିନ୍ଦୋଳ: ରାସୋଳ ପୋଲିସକୁ ବଡ଼ ସଫଳତା। ଡକାୟତି ଯୋଜନା କରୁଥିବା ସମୟରେ ରାସୋଳ ପୋଲିସ ଦ୍ୱାରା ଗିରଫ ୫ଜଣ ସନ୍ଦିଗ୍ଧ ଅପରାଧୀ ଗିରଫ କରିଛି ପୋଲିସ। ସୂଚନାଥାଉକି, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ବାରମ୍ବାର ଡକାୟତି ହେଉଥିବା ଅଭିଯୋଗ ହୋଇଥିଲା। ଏହି ରାସ୍ତାରୁ ଲୋକଙ୍କ ଠାରୁ ବାଇକ୍, ସୁନାଗହଣା ଲୁଟ୍ ମାମଲା ପୋଲିସ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଥିଲା। ଆଉ ଏହି ଗିରଫ ୫ ଡକାୟତ ଏହି ସବୁ ଡକାୟତରେ ସମ୍ପୃକ୍ତ ଥିବା ରାସୋଳ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି Iସୂଚନା ଅନୁଯାୟୀ, ଡକାୟତି ପାଇଁ ଏମାନେ ସାପୁଆ ଜଙ୍ଗଲରେ ଯୋଜନା କରୁଥିବା ସମୟରେ ୫ ଜଣ ଡକାୟତକୁ ରାସୋଳ ପୋଲିସ ଗିରଫ କରିଥିବା ସୂଚନା ଦେଇଛନ୍ତି ହିନ୍ଦୋଳ SDPO ଦୀପକ ଜେନା I ଗିରଫ ଅପରାଧୀଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି, ଗୋଟିଏ ଭୁଜାଲି, ଖଣ୍ଡା ଏବଂ ୬ଟି ମୋବାଇଲ ଏବଂ ଗୋଟିଏ ଚୋରି ବାଇକ ଜବତ ହୋଇଛି Iଗିରଫ ଡକାୟତମାନେ ହେଲେ ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିର ପଦରୀ ସାହୁ, ଢେଙ୍କାନାଳ ସଦର ଥାନା ବଡ଼କୁରୁମତ ନଗରର ଅମୁଲ୍ୟ ପରିଡା ଓ କଙ୍କଡାହାଡ଼ର ଜିତେନ୍ଦ୍ର ନାଏକ, ଟିକିନା ନାଏକ, ଢେଙ୍କାନାଳ ସଦର ଥାନା ମୋତରି ଗ୍ରାମର ଦୀପନ କୁମାର ପ୍ରଧାନ I ଡକାୟତ ଯୋଜନାରେ ବ୍ୟବହୃତ ଗୋଟିଏ କାର୍ କାରକୁ ମଧ୍ୟ ଜବତ କାରଯାଇଛି। ଗିରଫ ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୋଳ: ରାସୋଳ ପୋଲିସକୁ ବଡ଼ ସଫଳତା। ଡକାୟତି ଯୋଜନା କରୁଥିବା ସମୟରେ ରାସୋଳ ପୋଲିସ ଦ୍ୱାରା ଗିରଫ ୫ଜଣ ସନ୍ଦିଗ୍ଧ ଅପରାଧୀ ଗିରଫ କରିଛି ପୋଲିସ। ସୂଚନାଥାଉକି, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ବାରମ୍ବାର ଡକାୟତି ହେଉଥିବା ଅଭିଯୋଗ ହୋଇଥିଲା। ଏହି ରାସ୍ତାରୁ ଲୋକଙ୍କ ଠାରୁ ବାଇକ୍, ସୁନାଗହଣା ଲୁଟ୍ ମାମଲା ପୋଲିସ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଥିଲା। ଆଉ ଏହି ଗିରଫ ୫ ଡକାୟତ ଏହି ସବୁ ଡକାୟତରେ ସମ୍ପୃକ୍ତ ଥିବା ରାସୋଳ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି I
ସୂଚନା ଅନୁଯାୟୀ, ଡକାୟତି ପାଇଁ ଏମାନେ ସାପୁଆ ଜଙ୍ଗଲରେ ଯୋଜନା କରୁଥିବା ସମୟରେ ୫ ଜଣ ଡକାୟତକୁ ରାସୋଳ ପୋଲିସ ଗିରଫ କରିଥିବା ସୂଚନା ଦେଇଛନ୍ତି ହିନ୍ଦୋଳ SDPO ଦୀପକ ଜେନା I ଗିରଫ ଅପରାଧୀଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି, ଗୋଟିଏ ଭୁଜାଲି, ଖଣ୍ଡା ଏବଂ ୬ଟି ମୋବାଇଲ ଏବଂ ଗୋଟିଏ ଚୋରି ବାଇକ ଜବତ ହୋଇଛି I
ଗିରଫ ଡକାୟତମାନେ ହେଲେ ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିର ପଦରୀ ସାହୁ, ଢେଙ୍କାନାଳ ସଦର ଥାନା ବଡ଼କୁରୁମତ ନଗରର ଅମୁଲ୍ୟ ପରିଡା ଓ କଙ୍କଡାହାଡ଼ର ଜିତେନ୍ଦ୍ର ନାଏକ, ଟିକିନା ନାଏକ, ଢେଙ୍କାନାଳ ସଦର ଥାନା ମୋତରି ଗ୍ରାମର ଦୀପନ କୁମାର ପ୍ରଧାନ I ଡକାୟତ ଯୋଜନାରେ ବ୍ୟବହୃତ ଗୋଟିଏ କାର୍ କାରକୁ ମଧ୍ୟ ଜବତ କାରଯାଇଛି। ଗିରଫ ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।