ସାବଧାନ! ବଜାରରେ ମିଳୁଛି କଲର ଚୁଡ଼ା
ନନ୍ଦିଘୋଷ ବ୍ୟୁରୋ: ଘିଅ, ତେଲ, ମସଲା, ସସ ପରେ ଏବେ ଚୁଡ଼ାରେ ମଧ୍ୟ ଅପମିଶ୍ରଣ ଅଭିଯୋଗ। କଟକ ମାଲଗୋଦାମକୁ ଆସୁଥିବା... The post ସାବଧାନ! ବଜାରରେ ମିଳୁଛି କଲର ଚୁଡ଼ା appeared first on .
ନନ୍ଦିଘୋଷ ବ୍ୟୁରୋ: ଘିଅ, ତେଲ, ମସଲା, ସସ ପରେ ଏବେ ଚୁଡ଼ାରେ ମଧ୍ୟ ଅପମିଶ୍ରଣ ଅଭିଯୋଗ। କଟକ ମାଲଗୋଦାମକୁ ଆସୁଥିବା ଧଳା ଓ ନାଲି ଚୁଡ଼ାରେ ନୀଳ ଓ ନାଲି ରଙ୍ଗ ମିଶାଯାଉଥିବା ଅଭିଯୋଗ। ମାଲଗୋଦାମ ଚୁଡା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସଂଘ ସମ୍ପାଦକ ଅଭିଯୋଗକୁ ମାନିବା ସହିତ ଚୁଡା ଆସୁଥିବା ମିଲରେ ବିଧିବଦ୍ଧ ଯାଞ୍ଚ ପାଇଁ ଦାବି କାରିଛନ୍ତି। ସେପଟେ ଖାଉଟି ଏନେଇ ଅସନ୍ତୋଷ କରିଥିବା ବେଳେ ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ।
ଚୁଡ଼ାକୁ ବି ଛାଡ଼ିଲେନି। ଅପମିଶ୍ରଣ ତାଲିକାରେ ସାମିଲ। ମିଶାଯାଉଛି ହାନିକାରକ ରଙ୍ଗ । ପଦକ୍ଷେପ ନେଇ ସ୍ବାସ୍ଥ୍ଯ ଅଧିକାରୀଙ୍କ ସୂଚନା। ଘିଅ, ତେଲ ମସଲା, ଜର୍ଦ୍ଦା, ସସ୍ ପରେ ଏବେ ଚୁଡ଼ା ବି ବିଷ। ଆପଣ ଓପାସ, ବ୍ରତରେ ଚୁଡ଼ା ଖାଉଛନ୍ତି ତ ? ଟିକେ ଭଲ କରି ଦେଖନ୍ତୁ ଏହାକୁ। ଧଳାରେ ସବୁଜ ଓ ନାଲିରେ ସାମାନ୍ଯ ଫିକା ନାଲି ।
ଏଭଳି କଲର ଚୁଡ଼ା ଏବେ ବଜାରରେ ମିଳୁଛି। ଏଥିରେ ହାନିକାରକ ରଙ୍ଗ ମିଶାଇ ବଜାରକୁ ଆସୁଥିବା ଅଭିଯୋଗ ହୋଇଛି । ତେବେ କିଏ ଓ କାହିଁକି ଚୁଡା ଏ ରଙ୍ଗ ମିଶାଉଛନ୍ତି ? ଏହି ରଙ୍ଗ ମିଶାଇଲେ କ’ଣ ମିଳିବ ଲାଭ ? ଗ୍ରାଉଣ୍ଡ ଜିରୋରୁ ଖବର ନେବା ପରେ ଜଣା ପଡ଼ିଛି, ଏସବୁ ମିଲରୁ ଆସୁଛି । ଚୁଡା ଆଖିକୁ ଭଲ ଦେଖାଯିବା ପାଇଁ ମିଶାଯାଉଛି ରଙ୍ଗ। ଦୋକାନୀ ଓ ସଂଘ କତୃପକ୍ଷ ଏହାକୁ ମାନିଥିବା ବେଳେ ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ଦାବି କରିଛନ୍ତି ।
ମାଲଗୋଦାମକୁ କଟକ ଜିଲ୍ଲାର ଆଖପାଖ ବିଶେଷକରି ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଭୁବନ, ଭଦ୍ରକ, କେନ୍ଦ୍ରାପଡା ଆଦି ସ୍ଥାନରେ ଥିବା ମିଲରୁ ଆସୁଛି ଚୁଡା। ତେବେ କେଉଁଠୁ ଆସୁଛି ଏହି ଅପମିଶ୍ରିତ ଚୁଡା ? ଧଳା ଚୁଡା ୪୨ ଓ ନାଲି ଚୁଡା କିଲୋ ୪୫ ଟଙ୍କାରେ ବିକ୍ରି ହେଉଛି। ଖାଉଟି ଏନେଇ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଏମସି ସ୍ବାସ୍ଥ୍ଯ ଅଧିକାରୀ ।
ଜନ୍ମ ଠାରୁ ବାର୍ଦ୍ଧକ୍ଯ ଯାଏଁ ସମସ୍ତଙ୍କ ଚୁଡା ଖାଇଥାନ୍ତି । ତେବେ କିଛି ଲାଭଖୋର ବ୍ଯବସାୟୀ ଏଥିରେ ଅପମିଶ୍ରଣ କରୁଥିବା ଅଭିଯୋଗ ହୋଇଛି। ତେଣୁ ଖାଦ୍ଯର ସଠିକତା ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହୋଇଛି ।
The post ସାବଧାନ! ବଜାରରେ ମିଳୁଛି କଲର ଚୁଡ଼ା appeared first on .