ସାବିତ୍ରୀ ପାଇଁ ଫଳ ବଜାରରେ ମହଙ୍ଗା ମାଡ଼
ନିରାକାରପୁର,୫ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ସାବିତ୍ରୀବ୍ରତ ନିରାକାରପୁର ସମେତ ପଡ଼ୋଶୀ ବଜାର ଅଞ୍ଚଳରେ ଫଳ କିଣିବାକୁ ସତ୍ୟବାନମାନଙ୍କ ନାହିଁ ନ ଥିବା ଭିଡ଼। ଏହା ଫଳ ବ୍ୟବସାୟୀମାନଙ୍କ ପାଇଁ ପୁଷ ମାସ ପାଲଟିଛି। ସେଥିପାଇଁ ଖାଲି ନିରାକାରପୁର ବଜାର ନୁହେଁ ବରଂ ସ୍ଥାନୀୟ ପଡ଼ୋଶୀ ବଜାରଗୁଡ଼ିକ ଏଥିପାଇଁ ଏକ ପ୍ରକାର ଚଳଚଞ୍ଚଳ ହୋଇପଡ଼ିଛି। ଲୁଗାପଟା, ଶାଢ଼ି, ମ୍ୟାଚିଙ୍ଗ ସେଣ୍ଟରଠାରୁ ଆରମ୍ଭକରି ଫଳ ଓ ଷ୍ଟେସନାରୀ ଆଦି ଦୋକାନ ସମେତ ସବୁଠାରେ ପ୍ରବଳ ଭିଡ଼ ଜମିବାରେ ଲାଗିଛ। […] The post ସାବିତ୍ରୀ ପାଇଁ ଫଳ ବଜାରରେ ମହଙ୍ଗା ମାଡ଼ appeared first on Dharitri Odia News.
ନିରାକାରପୁର,୫ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ସାବିତ୍ରୀବ୍ରତ ନିରାକାରପୁର ସମେତ ପଡ଼ୋଶୀ ବଜାର ଅଞ୍ଚଳରେ ଫଳ କିଣିବାକୁ ସତ୍ୟବାନମାନଙ୍କ ନାହିଁ ନ ଥିବା ଭିଡ଼। ଏହା ଫଳ ବ୍ୟବସାୟୀମାନଙ୍କ ପାଇଁ ପୁଷ ମାସ ପାଲଟିଛି। ସେଥିପାଇଁ ଖାଲି ନିରାକାରପୁର ବଜାର ନୁହେଁ ବରଂ ସ୍ଥାନୀୟ ପଡ଼ୋଶୀ ବଜାରଗୁଡ଼ିକ ଏଥିପାଇଁ ଏକ ପ୍ରକାର ଚଳଚଞ୍ଚଳ ହୋଇପଡ଼ିଛି। ଲୁଗାପଟା, ଶାଢ଼ି, ମ୍ୟାଚିଙ୍ଗ ସେଣ୍ଟରଠାରୁ ଆରମ୍ଭକରି ଫଳ ଓ ଷ୍ଟେସନାରୀ ଆଦି ଦୋକାନ ସମେତ ସବୁଠାରେ ପ୍ରବଳ ଭିଡ଼ ଜମିବାରେ ଲାଗିଛ। ହେଲେ ଗତବର୍ଷଠାରୁ ଚଳିତବର୍ଷ ଫଳ ଦର ସବୁ ଏବେ ଆକାଶଛୁଆଁ ହୋଇପଡ଼ିଛି।
ଦେଶୀ କଦଳୀ ଡଜନ ପିଛା ୮୦ରୁ ୧୦୦, ଲିଚୁକୋଳି କିଲୋପିଛା ଦେଢ଼ଶହରୁ ୨୦୦, ସେଓ କିଲୋ ୧୫୦ରୁ ୩ଶହ, ଅଙ୍ଗୁରକୋଳି ୧୫୦ରୁ ୨୦୦, ସପୁରି ଗୋଟାକୁ ୫୦ରୁ ୬୦, କମଳା ୧୫୦ରୁ ୧୮୦ ଓ ଅନୁରୂପ ଭାବେ ପଣସ ଗୋଟାକୁ ୫୦ରୁ ୧୦୦ ଟଙ୍କା ମଧ୍ୟରେ ଥିବା ଜଣାଯାଇଛି। ତେବେ ଚଳିତବର୍ଷ ଫଳମୂଳ ଦର ବୃଦ୍ଧି ନେଇ ସ୍ଥାନୀୟ ବେପାରୀ ଅକ୍ରୁର ସେନାପତିଙ୍କ କହିବା ଅନୁଯାୟୀ, ଏହି ସମୟରେ ଯେତିକି ଫଳମୂଳ ବାହାରୁ ଯେତିକି ଆସିବା କଥା ପ୍ରଚଣ୍ଡ ଗରମ ଯୋଗୁ ଆବଶ୍ୟକ ଅନୁସାରେ ଆସିପାରୁନି, ତେଣୁ ଚଳିତ ବର୍ଷ ଏଭଳି ଦର ହୋଇଥିବା ସୂଚନା ଦେଇଥିଲେ। ତଥାପି ପାରମ୍ପରିକ ଏହି ଓଷା ପାଇଁ ଦର ଅଧିକ। ସେହିପରି ଚଳିତବର୍ଷ ଲୋକାଲ ଆମ୍ବ ଫସଲ ଭଲ ହୋଇ ନ ଥିବାରୁ ଆମ୍ବ ଓ ପଣସ ଦର ବୃଦ୍ଧି ହୋଇଥିବା ଅନ୍ୟ ଜଣେ ଫଳ ବେପାରୀ କାହ୍ନା ବେହେରା କୁହନ୍ତି।
The post ସାବିତ୍ରୀ ପାଇଁ ଫଳ ବଜାରରେ ମହଙ୍ଗା ମାଡ଼ appeared first on Dharitri Odia News.