ସାମାନ୍ୟ କଳିରୁ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସ୍ୱାମୀ
ବାରିପଦା : ରଙ୍ଗର ପର୍ବ ହୋଲି ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଟାଙ୍ଗଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ କଳିରୁ ସ୍ତ୍ରୀର ଜୀବନ ନେଇଯାଇଛି ସ୍ୱାମୀ। ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ପିଶାଚ ସ୍ୱାମୀ। ରାତି ଅଧରେ ସ୍ତ୍ରୀକୁ ହତ୍ୟା କରି, ଶବ ପାଖରେ ରାତି ସାରା ବସି ରହିଲା ସ୍ୱାମୀ। ଗତକାଲି ରାତିରେ ଉଭୟ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ […]

ବାରିପଦା : ରଙ୍ଗର ପର୍ବ ହୋଲି ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଟାଙ୍ଗଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ କଳିରୁ ସ୍ତ୍ରୀର ଜୀବନ ନେଇଯାଇଛି ସ୍ୱାମୀ। ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ପିଶାଚ ସ୍ୱାମୀ। ରାତି ଅଧରେ ସ୍ତ୍ରୀକୁ ହତ୍ୟା କରି, ଶବ ପାଖରେ ରାତି ସାରା ବସି ରହିଲା ସ୍ୱାମୀ।
ଗତକାଲି ରାତିରେ ଉଭୟ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଆଉ ଏହି ଯୁକ୍ତି ତର୍କ ଏତେବାଟ ବଢିଗଲା ଯେ, ଶେଷରେ ନୃଶଂସ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା। ସକାଳୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତ ସେହିଭଳି ସ୍ତ୍ରୀ ପାଖରେ ବସି ରହିଥିଲା। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୁଲିସ। ଏହାସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।