ସାମାନ୍ୟ ବଚସାରୁ ଏସିଡ ମାଡ଼, ଗୁରୁତର ଆହତ ଡାକ୍ତରଖାନାରେ ଭର୍ତ୍ତି

ସାମାନ୍ୟ ବଚସାରୁ ଏସିଡ ମାଡ଼  । ବାଲେଶ୍ଵର ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ସାମାନ୍ୟ ବଚସାରୁ ଏସିଡ ମାଡ଼ ହୋଇଛି  । ଏଥିରେ ଜଣେ ଗୁରୁତର ଆହତ ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡ଼ାଲଙ୍ଗ ଗ୍ରାମର ରାମଚନ୍ଦ୍ର ପାଢ଼ୀ ବଜାରରେ ଥିବା ବେଳେ ଜଣେ ସୁନାଦୋକାନୀଙ୍କ ସହ ସାମାନ୍ୟ କଥାରୁ ବଚସା ହୋଇଥିଲା। ପରେ ସୁନା ଦୋକାନୀ ଜଣଙ୍କ ଉତକ୍ଷିପ୍ତ ହୋଇ ଦୋକାନରେ […] The post ସାମାନ୍ୟ ବଚସାରୁ ଏସିଡ ମାଡ଼, ଗୁରୁତର ଆହତ ଡାକ୍ତରଖାନାରେ ଭର୍ତ୍ତି appeared first on KNews Odisha.

ସାମାନ୍ୟ ବଚସାରୁ ଏସିଡ ମାଡ଼, ଗୁରୁତର ଆହତ ଡାକ୍ତରଖାନାରେ ଭର୍ତ୍ତି
acid attack

ସାମାନ୍ୟ ବଚସାରୁ ଏସିଡ ମାଡ଼  । ବାଲେଶ୍ଵର ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ସାମାନ୍ୟ ବଚସାରୁ ଏସିଡ ମାଡ଼ ହୋଇଛି  । ଏଥିରେ ଜଣେ ଗୁରୁତର ଆହତ ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡ଼ାଲଙ୍ଗ ଗ୍ରାମର ରାମଚନ୍ଦ୍ର ପାଢ଼ୀ ବଜାରରେ ଥିବା ବେଳେ ଜଣେ ସୁନାଦୋକାନୀଙ୍କ ସହ ସାମାନ୍ୟ କଥାରୁ ବଚସା ହୋଇଥିଲା।

ପରେ ସୁନା ଦୋକାନୀ ଜଣଙ୍କ ଉତକ୍ଷିପ୍ତ ହୋଇ ଦୋକାନରେ ଥିବା ଏସିଡ ରାମଚନ୍ଦ୍ରଙ୍କ ଉପରକୁ ଫିଙ୍ଗିଥିଲେ। ଏଥିରେ ରାମଚନ୍ଦ୍ରଙ୍କ ସମେତ ଡ଼ାଲଙ୍ଗ ଗ୍ରାମର ଡ଼ମ୍ବୁରଧର ମଳିକ ଆହତ ହୋଇଛନ୍ତି । ଏସିଡ ଆକ୍ରମଣ କରିଥିବା ସୁନା ଦୋକାନୀ ଫେରାର ଅଛି । ଗୁରୁତର ଆହତ ରାମଚନ୍ଦ୍ରଙ୍କୁ ପ୍ରଥମେ ସୋର ଡାକ୍ତରଖାନା ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

The post ସାମାନ୍ୟ ବଚସାରୁ ଏସିଡ ମାଡ଼, ଗୁରୁତର ଆହତ ଡାକ୍ତରଖାନାରେ ଭର୍ତ୍ତି appeared first on KNews Odisha.