ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା ନେଇ ରାଜି ହେଲେ ମୋଦୀ-ସୁବିଆନ୍ତ
ଡେସ୍କ: ଭାରତ ଏବଂ ଇଣ୍ଡୋନେସିଆ ପରସ୍ପରକୁ ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହାୟତା କରିବେ। ୭୬ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ଲାଗି ଭାରତ ଆସିଥିବା ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ଆଞ୍ଚଳିକ ଓ ବିଶ୍ଵସ୍ଥରୀୟ ସମସ୍ୟା ନେଇ ଆଲୋଚନା କରିବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ସୁଦୃଢ଼ ପାଇଁ ପ୍ରତିରକ୍ଷା […]

ଡେସ୍କ: ଭାରତ ଏବଂ ଇଣ୍ଡୋନେସିଆ ପରସ୍ପରକୁ ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହାୟତା କରିବେ। ୭୬ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ଲାଗି ଭାରତ ଆସିଥିବା ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ଆଞ୍ଚଳିକ ଓ ବିଶ୍ଵସ୍ଥରୀୟ ସମସ୍ୟା ନେଇ ଆଲୋଚନା କରିବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ସୁଦୃଢ଼ ପାଇଁ ପ୍ରତିରକ୍ଷା ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ଗତ ବର୍ଷ ବାଣିଜ୍ୟ ୩୦ ବିଲିୟନ ଡଲାର ଅତିକ୍ରମ କରିଛି। ସେହିପରି ଫିନ୍ ଟେକ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଏବଂ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର ଭଳି କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ଦେଶ ନିଷ୍ପତ୍ତି ନେଇଛନ୍ତି।