ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦ ସହ ବିଡ଼ିଓଙ୍କୁ ଗିରଫ ଦାବି କଲା ଏସୟୁଜେ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ରାଜ୍ୟ ଏସୟୁଜେ ସଂଗଠନ ସାମ୍ବାଦିକଙ୍କୁ ଆକ୍ରମଣ ର ପ୍ରତିବାଦ ଓ ଗିରଫ ଦାବୀ କରିଛି। ଏ ଘଟଣାକୁ ଏସୟୁଜେ ର ସାରା ରାଜ୍ୟର ସାମ୍ବାଦିକ ନିନ୍ଦା କରିବା ସହିତ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣ ଦିଆଯିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ନ୍ୟୁଜ ୭ ର ଜିଲ୍ଲା ପ୍ରତିନିଧି ତଥା ଏସ୍.ୟୁ.ଜେ ର ଜିଲ୍ଲା ସଭାପତି ଧୀରେନ୍ଦ୍ର […] The post ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦ ସହ ବିଡ଼ିଓଙ୍କୁ ଗିରଫ ଦାବି କଲା ଏସୟୁଜେ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ରାଜ୍ୟ ଏସୟୁଜେ ସଂଗଠନ ସାମ୍ବାଦିକଙ୍କୁ ଆକ୍ରମଣ ର ପ୍ରତିବାଦ ଓ ଗିରଫ ଦାବୀ କରିଛି। ଏ ଘଟଣାକୁ ଏସୟୁଜେ ର ସାରା ରାଜ୍ୟର ସାମ୍ବାଦିକ ନିନ୍ଦା କରିବା ସହିତ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣ ଦିଆଯିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ନ୍ୟୁଜ ୭ ର ଜିଲ୍ଲା ପ୍ରତିନିଧି ତଥା ଏସ୍.ୟୁ.ଜେ ର ଜିଲ୍ଲା ସଭାପତି ଧୀରେନ୍ଦ୍ର ଦାନୀ ଗତ ୧ ତାରିଖରେ କୌଣସି ଏକ ବିଷୟରେ ସୋନପୁର ବିଡ଼ିଓ ଙ୍କ ସହ ବ୍ଲକ୍ ଅଫିସରେ ଆଲୋଚନା ବେଳେ ବିଡ଼ିଓ ସୈମ୍ୟରଞ୍ଜନ ସ୍ଵାଇଁ ସହ ହାତାହାତି ପରେ ପ୍ରଥମେ ବିଡିଓ ଏବଂ ପରେ ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ଅବସ୍ଥାରେ ଧିରେନ୍ଦ୍ର ଦାନୀ ଥାନାକୁ ଯାଇ ବିଡ଼ିଓ ନାଁ ରେ ଏତଲା ଦେଇଥିଲେ। କିନ୍ତୁ ଆଜିକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଡ଼ିଓକୁ କାହିଁକି ଗିରଫ କରିନି ସୋନପୁର ପୋଲିସ ବୋଲି ପ୍ରଶ୍ନ କରିଛି ସଙ୍ଘ। କୋଉ ଆଇନ ବଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୋନପୁର ପୋଲିସ ଏକତରଫା ରାତି ଅଧିଆ କୋର୍ଟ ଚାଲାଣ କରିଥିଲା ପୋଲିସ ? କୁଆଡେ଼ ଗଲେ ବିଡ଼ିଓ ? ବିଡ଼ିଓ କେବେ ଗିରଫ ହେବେ ? ଅତିଶୀଘ୍ର ବିଡ଼ିଓ ସୈମ୍ୟରଞ୍ଜନ ସ୍ଵାଇଁଙ୍କୁ ଗିରଫ ଓ ତାଙ୍କୁ ଚାକିରୀରୁ ବହିଷ୍କାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍.ୟୁ.ଜେ ଦାବି କରିଛି। ଅତି ଶୀଘ୍ର ବିଡିଓକୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଆଜି ଧାରଣାରେ ଉପସ୍ଥିତ ଏସ୍.ୟୁ.ଜେ ର ବିଭିନ୍ନ ଜିଲ୍ଲା ର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
The post ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦ ସହ ବିଡ଼ିଓଙ୍କୁ ଗିରଫ ଦାବି କଲା ଏସୟୁଜେ appeared first on Odisha.News.