ସାର କାରଖାନାରେ ବିସ୍ଫୋରଣ, ୩ ମୃତ
ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ... The post ସାର କାରଖାନାରେ ବିସ୍ଫୋରଣ, ୩ ମୃତ appeared first on .
ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ସମୟରେ ସାଙ୍ଗଲି କାଡେଗାଁ ତହସିଲର ଶାଲଗାଁ ଏମଆଇଡିସିର ମିଆଁମାର କେମିକାଲ୍ କମ୍ପାନୀରେ ବିସ୍ଫୋରଣ ହୋଇଥିଲା। କାରଖାନାରେ କୌଣସି କାରଣରୁ ପ୍ରଥମେ ବିସ୍ଫୋରଣ ହେବା ପରେ ଗ୍ୟାସ୍ ଲିକ୍ ହେବା କାରଣରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଣ ଜଣ ମହିଳାଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ଥିଲେ। କାରଖାନାରେ ପ୍ରଥମେ ବିସ୍ଫୋରଣ ଘଟି ଗ୍ୟାସ୍ ଲିକ୍ ହେବା କାରଣରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
The post ସାର କାରଖାନାରେ ବିସ୍ଫୋରଣ, ୩ ମୃତ appeared first on .