ସାରା ଦୁନିଆରେ କ୍ଷୁଧାର୍ତ୍ତର ଭୟଙ୍କର ସ୍ଥିତି, ଜାତିସଂଘର ନୂଆ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ସ୍ଥାନରେ ଜାରି ଯୁଦ୍ଧ ଭିତରେ ଲୋକଙ୍କ ନିକଟରେ ଖଦ୍ୟାନ୍ନ ଅଭାବର ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଜାତିସଂଘର ରିପୋର୍ଟ ଅନୁସାରେ ଗତ ବର୍ଷ ୨୯୫ ମିଲିୟନ ଅର୍ଥାତ୍ ୨୯ କୋଟିରୁ ଅଧିକ ଖାଦ୍ୟ ଅଭାବ ଯୋଗୁଁ କ୍ଷୁଧାର୍ତ୍ତ ସାମନା କରିଥିଲେ । ରିପୋର୍ଟରେ ଏହା ବି କୁହାଯାଇଛି ଯେ ଆଗାମୀ ସମୟରେ ସ୍ଥିତି ଆହୁରି ଦୟନୀୟ ହୋଇପାରେ । ରିପୋର୍ଟ ଅନୁସାରେ ଅନେକ ଦେଶରେ ଏହି ସଂଖ୍ୟା ଲଗାତାର ଷଷ୍ଠ ବର୍ଷ ଧରି ବଢିଛି ।ଗ୍ଲୋବାଲ୍ ରିପୋର୍ଟ ଅନ୍ ଫ୍ରୁଡ୍ କ୍ରାଇସିସ୍ ଅନୁସାରେ ୨୦୨୪ରେ ମୋଟ ୨୯୫.୩ ମିଲିୟନ୍ ଲୋକ କ୍ଷୁଧାର ସାମନା କରିଛନ୍ତି । ଏହି ରିପୋର୍ଟକୁ ଅନ୍ତରାଷ୍ଟ୍ରୀୟ ସଂଗଠନ ଓ ଅଣ-ସରକାରୀ ସଂଗଠନର ଏକ ସଂଘ ଦ୍ୱାରା ପ୍ରସ୍ତୁତ କରାଯାଇଛି । ବିଶ୍ଲେଷଣ ଅନୁସାରେ ୬୫ ଦେଶ ମଧ୍ୟରୁ ୫୩ ଦେଶର ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଏହି ସଂକଟର ସାମନା କରୁଛନ୍ତି ।ରିପୋର୍ଟ ଅନୁସାରେ ୨୦୨୩ରେ ଏହି ସଂଖ୍ୟା ୨୮୧.୬ ମିଲିୟନରୁ ଅଧିକ ଥିଲା । ପ୍ରାୟ ୨୦ ଲକ୍ଷ ଲୋକଙ୍କ ସାମନାରେ ଜୀବନର ବିପଦ ରହିଛି । ଏଥିରେ ବହୁ ସଂଖ୍ୟାରେ ଗାଜାର ଲୋକ ଅଛନ୍ତି । ରିପୋର୍ଟ ଅନୁସାରେ ୨୦ ଦେଶର ଅନେକ ଅଞ୍ଚଳରେ କ୍ଷୁଧା ପାଇଁ ଯୁଦ୍ଧ ଓ ହିଂସା ହିଁ ପ୍ରମୁଖ କାରଣ । ଅନ୍ୟପଟେ ୧୮ ଦେଶରେ ଖରାପ ପାଗ ଓ ୧୫ ଦେଶରେ ଆର୍ଥିକ ସଂକଟ ଏହି ପରିସ୍ଥିତି ପାଇଁ ଦାୟୀ ।ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ୨୦୨୫ ପାଇଁ ସ୍ଥିତି ଅଧିକ ଅନ୍ଧକାର
ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ସ୍ଥାନରେ ଜାରି ଯୁଦ୍ଧ ଭିତରେ ଲୋକଙ୍କ ନିକଟରେ ଖଦ୍ୟାନ୍ନ ଅଭାବର ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଜାତିସଂଘର ରିପୋର୍ଟ ଅନୁସାରେ ଗତ ବର୍ଷ ୨୯୫ ମିଲିୟନ ଅର୍ଥାତ୍ ୨୯ କୋଟିରୁ ଅଧିକ ଖାଦ୍ୟ ଅଭାବ ଯୋଗୁଁ କ୍ଷୁଧାର୍ତ୍ତ ସାମନା କରିଥିଲେ । ରିପୋର୍ଟରେ ଏହା ବି କୁହାଯାଇଛି ଯେ ଆଗାମୀ ସମୟରେ ସ୍ଥିତି ଆହୁରି ଦୟନୀୟ ହୋଇପାରେ । ରିପୋର୍ଟ ଅନୁସାରେ ଅନେକ ଦେଶରେ ଏହି ସଂଖ୍ୟା ଲଗାତାର ଷଷ୍ଠ ବର୍ଷ ଧରି ବଢିଛି ।
ଗ୍ଲୋବାଲ୍ ରିପୋର୍ଟ ଅନ୍ ଫ୍ରୁଡ୍ କ୍ରାଇସିସ୍ ଅନୁସାରେ ୨୦୨୪ରେ ମୋଟ ୨୯୫.୩ ମିଲିୟନ୍ ଲୋକ କ୍ଷୁଧାର ସାମନା କରିଛନ୍ତି । ଏହି ରିପୋର୍ଟକୁ ଅନ୍ତରାଷ୍ଟ୍ରୀୟ ସଂଗଠନ ଓ ଅଣ-ସରକାରୀ ସଂଗଠନର ଏକ ସଂଘ ଦ୍ୱାରା ପ୍ରସ୍ତୁତ କରାଯାଇଛି । ବିଶ୍ଲେଷଣ ଅନୁସାରେ ୬୫ ଦେଶ ମଧ୍ୟରୁ ୫୩ ଦେଶର ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଏହି ସଂକଟର ସାମନା କରୁଛନ୍ତି ।
ରିପୋର୍ଟ ଅନୁସାରେ ୨୦୨୩ରେ ଏହି ସଂଖ୍ୟା ୨୮୧.୬ ମିଲିୟନରୁ ଅଧିକ ଥିଲା । ପ୍ରାୟ ୨୦ ଲକ୍ଷ ଲୋକଙ୍କ ସାମନାରେ ଜୀବନର ବିପଦ ରହିଛି । ଏଥିରେ ବହୁ ସଂଖ୍ୟାରେ ଗାଜାର ଲୋକ ଅଛନ୍ତି । ରିପୋର୍ଟ ଅନୁସାରେ ୨୦ ଦେଶର ଅନେକ ଅଞ୍ଚଳରେ କ୍ଷୁଧା ପାଇଁ ଯୁଦ୍ଧ ଓ ହିଂସା ହିଁ ପ୍ରମୁଖ କାରଣ । ଅନ୍ୟପଟେ ୧୮ ଦେଶରେ ଖରାପ ପାଗ ଓ ୧୫ ଦେଶରେ ଆର୍ଥିକ ସଂକଟ ଏହି ପରିସ୍ଥିତି ପାଇଁ ଦାୟୀ ।
ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ୨୦୨୫ ପାଇଁ ସ୍ଥିତି ଅଧିକ ଅନ୍ଧକାରମୟ ଅଟେ । କାରଣ ଅନେକ ସଂଗଠନ ଓ ଦେଶ ସହଯୋଗ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ରିପୋର୍ଟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଏହା ସିଷ୍ଟମର ବିଫଳତାଠାରୁ ବହୁ ଅଧିକ । ମାନବିକତାର ବିଫଳତା ଅଟେ । ସେ କହିଛନ୍ତି, 'ଏକବିଂଶ ଶତାବ୍ଦୀରେ କ୍ଷୁଧାର୍ତ୍ତକୁ ସ୍ୱୀକାର କରାଯାଇପାରିବ ନାହିଁ ।'