ସାରା ବିଶ୍ବରେ ଚାଲିଛି କଳ୍ପନାଜଳ୍ପନା

ପାକିସ୍ତାନକୁ ପାନେ ଚଖାଇବାକୁ ଭାରତ ଖୁଲ୍ଲମଖୁଲ୍ଲା ଯୁଦ୍ଧ ଘୋଷଣା କରିବ, ନା ସର୍ଜିକାଲ୍ ଓ ଏୟାରଷ୍ଟ୍ରାଇକ୍ ଭଳି କିଛି ଟପ୍ ସିକ୍ରେଟ୍ ମିଶନ୍ ହାତକୁ ନେବ? ପହଲଗାମ୍ ହମଲା ପରେ ନୂଆଦିଲ୍ଲୀର ରଣନୀତିକୁ ନେଇ କେବଳ ଭାରତ ନୁହେଁ, ସାରା ବିଶ୍ବରେ ଚାଲିଛି କଳ୍ପନାଜଳ୍ପନା। ଏସବୁ ଭିତରେ ଆଜି ଦୀର୍ଘ ୬ ବର୍ଷ ପରେ ସୁପର୍ କ୍ୟାବିନେଟ୍ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୁଲୱାମା ହମଲା ପରେ ଏହି ବୈଠକ ବସିଥିବା ବେଳେ, ତା\'ପରେ ପରେ ପାକିସ୍ତାନ ଉପରେ ହୋଇଥିଲା ଏୟାରଷ୍ଟ୍ରାଇକ୍। ଏବେ ପହଲଗାମ୍ ହମଲା ପରେ ପୁଣି ସୁପରକ୍ୟାବିନେଟ୍ ବୈଠକ ବସିଥିବାରୁ, ମୋଦି ଆଗକୁ କେଉଁ ଆକ୍ସନ୍ ନେବାକୁ ଯାଉଛନ୍ତି, ତାକୁ ନେଇ ସସପେନ୍ସ ଲାଗିରହିଛି।

ସାରା ବିଶ୍ବରେ ଚାଲିଛି କଳ୍ପନାଜଳ୍ପନା
Array