ସାରା ବିଶ୍ବରେ ବଢ଼ୁଛି ଭାରତୀୟ ବ୍ରାଣ୍ଡ୍‌ଙ୍କ ପ୍ରଭାବ, ଟାଟା ଗ୍ରୁପ୍ ସବୁଠୁ ମୂଲ୍ୟବାନ

ନୂଆଦିଲ୍ଲୀ: ସାରା ବିଶ୍ବରେ ଭାରତୀୟ ବ୍ରାଣ୍ଡ୍‌ମାନେ ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇପାରିଛନ୍ତି। ସବୁଆଡ଼େ ଭାରତୀୟ ବ୍ରାଣ୍ଡ୍ଙ୍କୁ ପ୍ରଶଂସା। ସେଥିପାଇଁ ତ’ ଟାଟା ଗ୍ରୁପ୍‌ ପୁଣି ଥରେ ସବୁଠୁ ମୂଲ୍ୟବାନ ଭାରତୀୟ ବ୍ରାଣ୍ଡ୍‌ ଭାବରେ ନିଜ ସ୍ଥାନ ବଜାୟ ରଖିଛି। ନିକଟରେ ବ୍ରାଣ୍ଡ୍‌ ଫାଇନାନ୍ସ ଜାରି କରିଥିବା ୨୦୨୫ ଗ୍ଲୋବାଲ ୫୦୦ ରିପୋର୍ଟ ଅନୁଯାୟୀ, ଟାଟା କମ୍ପାନିର ବ୍ରାଣ୍ଡ୍‌ ଭାଲ୍ୟୁ ୧୦ ପ୍ରତିଶତ ବଢ଼ି ୩୧.୬ ବିଲିୟନ ଡଲାର ହୋଇଛି।ଏହା ସହ କମ୍ପାନି ୩୦ ବିଲିୟନ ଡଲାରର ମାଇଲଖୁଣ୍ଟ ପାର୍ କରିଥିବା ପ୍ରଥମ ଭାରତୀୟ ବ୍ରାଣ୍ଡ୍‌ ହୋଇଛି। ବଡ଼ କଥା ହେଲା ଟାଟା ଗ୍ରୁପ୍‌ ଲଗାତାର ୧୫ ବର୍ଷରୁ ଭାରତର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍ ହୋଇ ରହିଛି। ଗତ ସପ୍ତାହରେ ଡାଭୋସରେ ହୋଇଥିବା ଡବ୍ଲୁଇଏଫ ମଞ୍ଚରେ ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ, ଗ୍ରୁପ୍‌ ଏହାର AAA ବ୍ରାଣ୍ଡ୍‌ ପାଓ୍ବାର ରେଟିଂକୁ ବଜାୟ ରଖିବା ସହ ଟପ୍‌ ୧୦୦ରୁ ୬୦ ତମ ସ୍ଥାନରେ ରହିଛି।ଟାଟା ପଛକୁ ଏଲଆଇସି ସବୁଠୁ ଦ୍ରୁତ ବୃଦ୍ଧି କରୁଥିବା ଭାରତୀୟ ବ୍ରାଣ୍ଡ୍‌ ଭାବରେ ଉଭା ହୋଇଛି। ଯାହା ୩୬ ପ୍ରତିଶତ ବୃଦ୍ଧି ସହ ୧୩.୩ ବିଲିୟନ ଡଲାରରେ ପହଞ୍ଚିଛି। ସେହିଭଳି ଇନଫୋସିସ ଏହି ତାଲିକାରେ ୧୩୨ତମ ସ୍ଥାନରେ ରହିଛି। ଆଉ ୧୬.୩ ବିଲିୟନ ଡଲାର ଭାଲ୍ୟୁ ସହ ଦୁନିଆର ତୃତୀୟ ସବୁଠୁ ମୂଲ୍ୟବାନ ଆଇଟି ସର୍ଭିସ ବ୍ରାଣ୍ଡ୍ ଭାବରେ ନିଜ ସ୍ଥିତି ବଜାୟ ରଖିଛି। ଭ

ସାରା ବିଶ୍ବରେ ବଢ଼ୁଛି ଭାରତୀୟ ବ୍ରାଣ୍ଡ୍‌ଙ୍କ ପ୍ରଭାବ, ଟାଟା ଗ୍ରୁପ୍ ସବୁଠୁ ମୂଲ୍ୟବାନ

ନୂଆଦିଲ୍ଲୀ: ସାରା ବିଶ୍ବରେ ଭାରତୀୟ ବ୍ରାଣ୍ଡ୍‌ମାନେ ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇପାରିଛନ୍ତି। ସବୁଆଡ଼େ ଭାରତୀୟ ବ୍ରାଣ୍ଡ୍ଙ୍କୁ ପ୍ରଶଂସା। ସେଥିପାଇଁ ତ’ ଟାଟା ଗ୍ରୁପ୍‌ ପୁଣି ଥରେ ସବୁଠୁ ମୂଲ୍ୟବାନ ଭାରତୀୟ ବ୍ରାଣ୍ଡ୍‌ ଭାବରେ ନିଜ ସ୍ଥାନ ବଜାୟ ରଖିଛି। ନିକଟରେ ବ୍ରାଣ୍ଡ୍‌ ଫାଇନାନ୍ସ ଜାରି କରିଥିବା ୨୦୨୫ ଗ୍ଲୋବାଲ ୫୦୦ ରିପୋର୍ଟ ଅନୁଯାୟୀ, ଟାଟା କମ୍ପାନିର ବ୍ରାଣ୍ଡ୍‌ ଭାଲ୍ୟୁ ୧୦ ପ୍ରତିଶତ ବଢ଼ି ୩୧.୬ ବିଲିୟନ ଡଲାର ହୋଇଛି।

ଏହା ସହ କମ୍ପାନି ୩୦ ବିଲିୟନ ଡଲାରର ମାଇଲଖୁଣ୍ଟ ପାର୍ କରିଥିବା ପ୍ରଥମ ଭାରତୀୟ ବ୍ରାଣ୍ଡ୍‌ ହୋଇଛି। ବଡ଼ କଥା ହେଲା ଟାଟା ଗ୍ରୁପ୍‌ ଲଗାତାର ୧୫ ବର୍ଷରୁ ଭାରତର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍ ହୋଇ ରହିଛି। ଗତ ସପ୍ତାହରେ ଡାଭୋସରେ ହୋଇଥିବା ଡବ୍ଲୁଇଏଫ ମଞ୍ଚରେ ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ, ଗ୍ରୁପ୍‌ ଏହାର AAA ବ୍ରାଣ୍ଡ୍‌ ପାଓ୍ବାର ରେଟିଂକୁ ବଜାୟ ରଖିବା ସହ ଟପ୍‌ ୧୦୦ରୁ ୬୦ ତମ ସ୍ଥାନରେ ରହିଛି।

ଟାଟା ପଛକୁ ଏଲଆଇସି ସବୁଠୁ ଦ୍ରୁତ ବୃଦ୍ଧି କରୁଥିବା ଭାରତୀୟ ବ୍ରାଣ୍ଡ୍‌ ଭାବରେ ଉଭା ହୋଇଛି। ଯାହା ୩୬ ପ୍ରତିଶତ ବୃଦ୍ଧି ସହ ୧୩.୩ ବିଲିୟନ ଡଲାରରେ ପହଞ୍ଚିଛି। ସେହିଭଳି ଇନଫୋସିସ ଏହି ତାଲିକାରେ ୧୩୨ତମ ସ୍ଥାନରେ ରହିଛି। ଆଉ ୧୬.୩ ବିଲିୟନ ଡଲାର ଭାଲ୍ୟୁ ସହ ଦୁନିଆର ତୃତୀୟ ସବୁଠୁ ମୂଲ୍ୟବାନ ଆଇଟି ସର୍ଭିସ ବ୍ରାଣ୍ଡ୍ ଭାବରେ ନିଜ ସ୍ଥିତି ବଜାୟ ରଖିଛି। 

ଭାରତର ବ୍ୟାଙ୍କିଂ ସେକ୍ଟରରେ ସବୁଠୁ ଶୀର୍ଷରେ ରହିଛି ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଯାହାର ବ୍ରାଣ୍ଡ୍‌ ଭାଲ୍ୟୁ ପହଞ୍ଚିଛି ୧୪.୨ ବିଲିୟନ ଡଲାରରେ । ସେହିଭଳି ଏସବିଆଇ ୯.୬ ବିଲିୟନ ଡଲାର ଏବଂ ଆଇସିଆଇସିଆଇ ୬.୪ ବିଲିୟନ ଡଲାର  ସହ ତାଲିକାରେ ପ୍ରବେଶ କରିଛନ୍ତି। ୭.୭ ବିଲିୟନ ଡଲାର ବ୍ରାଣ୍ଡ୍‌ ଭାଲ୍ୟୁ ସହ ଏୟାରଟେଲ ଟେଲିକମ୍ ସେକ୍ଟରରେ ନିଜ ସ୍ଥିତି ମଜଭୁତ କରିବାରେ ସଫଳ ହୋଇଛି। ଜିଓ ଗ୍ରୁପ୍‌ ମଧ୍ୟ ୬.୫ ବିଲିୟନ ଡଲାରର ଭାଲ୍ୟୁଏସନ ସହ ପ୍ରଥମ ଥର ତାଲିକାରେ ଏଣ୍ଟ୍ରି ମାରିଛି। ଯେତେବେଳେକି ରିଲାଏନ୍ସ ଗ୍ରୁପ୍‌ର ଭାଲ୍ୟୁଏସନ ୧୭ ପ୍ରତିଶତ ବୃଦ୍ଧି ପାଇଁ ୯.୮ ବିଲିୟନ ଡଲାରରେ ପହଞ୍ଚିଛି।   

ବ୍ରାଣ୍ଡ୍‌ ଫାଇନାନ୍ସ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ଅଜିମୋନ ଫ୍ରାନ୍ସିସ କହିଛନ୍ତି ଏହି ରିପୋର୍ଟରୁ ଭାରତର ଆର୍ଥିକ ଶକ୍ତି ସ୍ପଷ୍ଟ ପ୍ରଦର୍ଶିତ ହେଉଛି। ୨୦୨୫ ବ୍ରାଣ୍ଡ୍ ଭାଲ୍ୟୁ ରାଙ୍କିଂରେ ଗୋଟିଏ ବି ଭାରତୀୟ ବ୍ରାଣ୍ଡ୍‌ର ଭାଲ୍ୟୁରେ ହ୍ରାସ ହୋଇନାହିଁ। ଏଲଆଇସି, ଏଚଡିଏଫ୍‌ସି, ଏସବିଆଇ ଏବଂ ଆଇସିଆଇ ଭଳି ବିଏଫଏସଆଇ ବ୍ରାଣ୍ଡ୍‌ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଲ ଆଣ୍ଡ୍‌ ଟି, ଇଞ୍ଜିନିୟରିଂ ଗ୍ରୁପ୍ ଉଲ୍ଲେଖନୀୟ ଭାବରେ ଆଗକୁ ବଢ଼ୁଛି। 

ସେହିଭଳି ବିଶ୍ବ ସ୍ତରରେ ଆପଲ୍‌ ୧୧ ପ୍ରତିଶତ ବୃଦ୍ଧି ସହ ୫୭୪.୫ ବିଲିୟନ ଡଲାର ସହ ଦୁନିଆର ସବୁଠୁ ମଲ୍ୟବାନ ବ୍ରାଣ୍ଡ୍‌ ଭାବରେ ଶୀର୍ଷରେ ରହିଛି। ଏହା ପରେ ମାଇକ୍ରୋସଫ୍ଟ ୩୫ ପ୍ରତିଶତ ବୃଦ୍ଧି ସହ ୪୬୧ ବିଲିୟନ ଡଲାର ଏବଂ ଗୁଗଲ ୨୪ ପ୍ରତିଶତ ବୃଦ୍ଧି ସହ ୪୧୩ ବିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛନ୍ତି।