ସାରା ବିଶ୍ୱ ଦେଖିଲା ଭାରତର ପରାକ୍ରମ
ନୂଆଦିଲ୍ଲୀ,୨୬ା୧: ରାଜଧାନୀ ଦିଲ୍ଲୀରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତର ପରାକ୍ରମ ଦେଖିଛି ସାରା ବିଶ୍ୱ। ଭାରତର ଐତିହ୍ୟ ସଂସ୍କୃତି ସହ ସେନାର ପରାକ୍ରମ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି। ଏହି ଅବସରରେ କର୍ତ୍ତବ୍ୟ ପଥରେ ଏକ ଭବ୍ୟ ପରେଡ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ୨୧ ତୋପ ସଲାମୀ ଦିଆଯାଇଥିଲା। ଏହି ମହାନ ପର୍ବରେ […] The post ସାରା ବିଶ୍ୱ ଦେଖିଲା ଭାରତର ପରାକ୍ରମ appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୧: ରାଜଧାନୀ ଦିଲ୍ଲୀରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତର ପରାକ୍ରମ ଦେଖିଛି ସାରା ବିଶ୍ୱ। ଭାରତର ଐତିହ୍ୟ ସଂସ୍କୃତି ସହ ସେନାର ପରାକ୍ରମ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି। ଏହି ଅବସରରେ କର୍ତ୍ତବ୍ୟ ପଥରେ ଏକ ଭବ୍ୟ ପରେଡ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ୨୧ ତୋପ ସଲାମୀ ଦିଆଯାଇଥିଲା। ଏହି ମହାନ ପର୍ବରେ ମୁଖ୍ୟ ଅତିଥି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋ ମଧ୍ୟ ଉପସ୍ଥିତ ଥିଲେ। ଏହି ପରେଡରେ ବ୍ରହ୍ମୋସ କ୍ଷେପଣାସ୍ତ୍ର, ପିନାକା ମଲ୍ଟି-ଲଞ୍ଚର ରକେଟ ସିଷ୍ଟମ, ଅଗ୍ନିବାଣ, ୧୨୨ ଏମଏମ ମଲ୍ଟିପଲ ବ୍ୟାରେଲ ରକେଟ ଲଞ୍ଚର, ଆକାଶ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପ୍ରଦର୍ଶିତ ହୋଇଥିଲା। ସେହିପରି ପ୍ରଥମ ଥର ପାଇଁ ପ୍ରଳୟ କ୍ଷେପଣାସ୍ତ୍ର ବି ପ୍ରଦର୍ଶିତ ହୋଇଥିଲା।
The post ସାରା ବିଶ୍ୱ ଦେଖିଲା ଭାରତର ପରାକ୍ରମ appeared first on Dharitri Odia News.