ସାରା ବିଶ୍ୱରେ ସର୍ବାଧିକ ଭୋଟର ଭାରତରେ, ଏଥର ଏତେ କୋଟି ଲୋକ ଦେବେ ପ୍ରଥମ ଥର ଭୋଟ

ନୂଆଦିଲ୍ଲୀ,୧୬।୩: ଆଜି ଦେଶରେ ବାଜିବ ଲୋକସଭା ନିର୍ବାଚନର ବିଗୁଲ। ଶନିବାର ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ। ଦେଶରେ ଆରମ୍ଭ ହେବ ନିର୍ବାଚନର ମହୋତ୍ସବ। ଭୋଟର ସ୍ଥିର କରିବ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ କାହା ହାତରେ କ୍ଷମତାର କମାଣ ଦେବେ। ଜାଣି ଆଶ୍ଚର୍ଯ୍ୟ ହେବେ ସାରା ବିଶ୍ୱରେ ଭାରତର ଭୋଟରଙ୍କ ସଂଖ୍ୟା ଅଧିକ। ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଦେଶର ସମୁଦାୟ ଭୋଟରଙ୍କ ସୂଚନା ପ୍ରଦାନ କରିଛନ୍ତି। ଆୟୋଗ ସମସ୍ତ ୨୮ ଟି […] The post ସାରା ବିଶ୍ୱରେ ସର୍ବାଧିକ ଭୋଟର ଭାରତରେ, ଏଥର ଏତେ କୋଟି ଲୋକ ଦେବେ ପ୍ରଥମ ଥର ଭୋଟ appeared first on Dharitri Odia News.

ସାରା ବିଶ୍ୱରେ ସର୍ବାଧିକ ଭୋଟର ଭାରତରେ, ଏଥର ଏତେ କୋଟି ଲୋକ ଦେବେ ପ୍ରଥମ ଥର  ଭୋଟ

ନୂଆଦିଲ୍ଲୀ,୧୬।୩: ଆଜି ଦେଶରେ ବାଜିବ ଲୋକସଭା ନିର୍ବାଚନର ବିଗୁଲ। ଶନିବାର ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ। ଦେଶରେ ଆରମ୍ଭ ହେବ ନିର୍ବାଚନର ମହୋତ୍ସବ। ଭୋଟର ସ୍ଥିର କରିବ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ କାହା ହାତରେ କ୍ଷମତାର କମାଣ ଦେବେ। ଜାଣି ଆଶ୍ଚର୍ଯ୍ୟ ହେବେ ସାରା ବିଶ୍ୱରେ ଭାରତର ଭୋଟରଙ୍କ ସଂଖ୍ୟା ଅଧିକ। ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଦେଶର ସମୁଦାୟ ଭୋଟରଙ୍କ ସୂଚନା ପ୍ରଦାନ କରିଛନ୍ତି। ଆୟୋଗ ସମସ୍ତ ୨୮ ଟି ରାଜ୍ୟ ତଥା ୮ ଟି କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ସହ ଜଡିତ ସ୍ବତନ୍ତ୍ର ସାରାଂଶ ରିପୋର୍ଟ ୨୦୨୪ ରିପୋର୍ଟ ପ୍ରକାଶ କରିଛନ୍ତି।

ସ୍ବତନ୍ତ୍ର ସାରାଂଶ ରିପୋର୍ଟ ତଥା SSR ଫେବୃଆରୀରେ ୯ରେ ପ୍ରକାଶ ପାଇଛି। ଇସିଙ୍କ ତଥ୍ୟ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ୯୬ କୋଟିରୁ ଅଧିକ ଲୋକଙ୍କ ଭୋଟ ଦେବେ। ଏଥର ୬ ପ୍ରତିଶତ ନୂଆ ଭୋଟର ଯୋଗ ଦେଇଛନ୍ତି। ବିଶ୍ୱ ମଧ୍ୟରେ ଆମ ଦେଶରେ ସର୍ବାଧିକ ଭୋଟର ଅଛନ୍ତି। ୨୦୧୯ ରେ ଏହି ସଂଖ୍ୟା ୮୯.୬ କୋଟି ଥିଲା।

SSR 2024 ଅନୁଯାୟୀ, ଏଥର ୨.୬୩ କୋଟି ନୂଆ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଯେଉଁଥିରେ ମହିଳାଙ୍କ ଅଂଶ ଅଧିକ। ଦେଶରେ ୧.୪୧ କୋଟି ମହିଳା ଭୋଟର ଅଛନ୍ତି। ଯେତେବେଳେ କି ପୁରୁଷ ଭୋଟର ମାତ୍ର ୧.୨୨ କୋଟି ଅଛନ୍ତି। ଯେତେବେଳେ କି ୪୮.୦୪୪ ତୃତୀୟ ବର୍ଗର ଭୋଟର ଅଛନ୍ତି। ଦେଶର ମୋଟ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବକ ଅଟନ୍ତି। ଆୟୋଗଙ୍କ ଆକଳନରୁ ଜଣାପଡିଛି ଯେ ୮୦ ବର୍ଷରୁ ଅଧିକ ୧ କୋଟି ୮୫ ଲକ୍ଷ ୯୨ ହଜାର ୯୧୮ ଭୋଟର ଅଛନ୍ତି। ୧୦୦ ବର୍ଷରୁ ଅଧିକ ୨ ଲକ୍ଷ ୩୮ ହଜାର ୭୯୧ ଲୋକ ଅଛନ୍ତି। ଦିବ୍ୟାଙ୍ଗ ୮୮.୩୫ ଲକ୍ଷ ଅଛନ୍ତି।

The post ସାରା ବିଶ୍ୱରେ ସର୍ବାଧିକ ଭୋଟର ଭାରତରେ, ଏଥର ଏତେ କୋଟି ଲୋକ ଦେବେ ପ୍ରଥମ ଥର ଭୋଟ appeared first on Dharitri Odia News.