ସାରା ରାତି ୟୁକ୍ରେନ ଉପରେ ମିସାଇଲ୍ ମାଡ଼ କଲା ରୁଷ, ୧୦ ଲକ୍ଷ ଲୋକଙ୍କ ଘରୁ ବିଜୁଳି ଗାଏବ
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଆସନରେ ପୁଣି ଥରେ ବସିବା ପରେ ପୁଟିନ ୟୁକ୍ରେନ ଉପରେ ନିଆଁ ବର୍ଷା କରିବା ଆରମ୍ଭ କରିଛନ୍ତି । ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷ ୪୪ ଦିନ ପରେ ପ୍ରଥମ ଥର ଆକ୍ରମଣ କରିଛି । କିଭ୍ ସହର ପ୍ରଶାସନର ମୁଖ୍ୟ ସେରହି ପୋପକୋ କହିଛନ୍ତି ଯେ ରାଜଧାନୀକୁ ଟାର୍ଗେଟ୍ କରି ପ୍ରାୟ ୩୦ କ୍ରୁଜ୍ ଏବଂ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିଲା । ୟୁକ୍ରେନ ବାୟୁସେନା କହିଛି ଯେ ରୁଷ ପକ୍ଷରୁ ରାଜଧାନୀ ଉପରେ ଦୁଇଟି ବାଲିଷ୍ଟକ୍ ମିସାଇଲ୍ ଏବଂ ୨୯ କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିଲା । ଏହି ଆକ୍ରମଣରେ ୧୧ ବର୍ଷୀୟ ଜଣେ ଝିଅ ଏବଂ ୩୮ ବର୍ଷୀୟ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ୮ ଜଣ ସାମନ୍ୟ ରୂପେ ଆହତ ହୋଇଛନ୍ତି । ୟୁକ୍ରେନର ଜରୁରୀକାଳୀନ ସେବା ଅନୁସାରେ ପ୍ରାୟ ୮୦ ଜଣଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।ପଢନ୍ତୁ: ଋଷ ସରକାରଙ୍କ ବଡ଼ ଆକ୍ସନ, ଆତଙ୍କବାଦୀ ତାଲିକାଭୁକ୍ତ ହେଲା LGBT ଆନ୍ଦୋଳନ ସଂଗଠନସେପଟେ ରୟଟର୍ସର ରିପୋର୍ଟ ଅନୁସାରେ, ୟୁକ୍ରେନ ରାଷ୍ଟ୍ରପତିଙ୍କ ଶୀର୍ଷ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ଏହି ଆକ୍ରମଣରେ ଉର୍ଜା ବ୍ୟବସ୍ଥାକୁ ବ୍ୟାପକ କ୍ଷତି ପହଞ୍ଚିଛି । ସାରା ରାତି ରୁଷର ଆକ୍ରମଣ ପରେ ପୂରା ୟୁକ୍ରେନରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଘରୁ ବିଜୁଳି ଚାଲି ଯାଇଥିଲା ।
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଆସନରେ ପୁଣି ଥରେ ବସିବା ପରେ ପୁଟିନ ୟୁକ୍ରେନ ଉପରେ ନିଆଁ ବର୍ଷା କରିବା ଆରମ୍ଭ କରିଛନ୍ତି । ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷ ୪୪ ଦିନ ପରେ ପ୍ରଥମ ଥର ଆକ୍ରମଣ କରିଛି । କିଭ୍ ସହର ପ୍ରଶାସନର ମୁଖ୍ୟ ସେରହି ପୋପକୋ କହିଛନ୍ତି ଯେ ରାଜଧାନୀକୁ ଟାର୍ଗେଟ୍ କରି ପ୍ରାୟ ୩୦ କ୍ରୁଜ୍ ଏବଂ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିଲା ।
ୟୁକ୍ରେନ ବାୟୁସେନା କହିଛି ଯେ ରୁଷ ପକ୍ଷରୁ ରାଜଧାନୀ ଉପରେ ଦୁଇଟି ବାଲିଷ୍ଟକ୍ ମିସାଇଲ୍ ଏବଂ ୨୯ କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିଲା । ଏହି ଆକ୍ରମଣରେ ୧୧ ବର୍ଷୀୟ ଜଣେ ଝିଅ ଏବଂ ୩୮ ବର୍ଷୀୟ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ୮ ଜଣ ସାମନ୍ୟ ରୂପେ ଆହତ ହୋଇଛନ୍ତି । ୟୁକ୍ରେନର ଜରୁରୀକାଳୀନ ସେବା ଅନୁସାରେ ପ୍ରାୟ ୮୦ ଜଣଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।
ପଢନ୍ତୁ: ଋଷ ସରକାରଙ୍କ ବଡ଼ ଆକ୍ସନ, ଆତଙ୍କବାଦୀ ତାଲିକାଭୁକ୍ତ ହେଲା LGBT ଆନ୍ଦୋଳନ ସଂଗଠନ
ସେପଟେ ରୟଟର୍ସର ରିପୋର୍ଟ ଅନୁସାରେ, ୟୁକ୍ରେନ ରାଷ୍ଟ୍ରପତିଙ୍କ ଶୀର୍ଷ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ଏହି ଆକ୍ରମଣରେ ଉର୍ଜା ବ୍ୟବସ୍ଥାକୁ ବ୍ୟାପକ କ୍ଷତି ପହଞ୍ଚିଛି । ସାରା ରାତି ରୁଷର ଆକ୍ରମଣ ପରେ ପୂରା ୟୁକ୍ରେନରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଘରୁ ବିଜୁଳି ଚାଲି ଯାଇଥିଲା ।