ସାଲିଆସାହିରେ ପୁଣି ଚଢାଉ, ବିପୁଳ ପରିମାଣର ମଦ ସହ ପୋଚ ଜବତ
ଭୁବନେଶ୍ୱର ୨୬।୦୮ : ସାଲିଆସାହିରେ ପୁଣି ରେଡ୍ । ସାଲିଆସାହି ପାଲଟିଛି ଚୋରା ଦେଶୀ ମଦର ହବ୍ । ଯେତେ ଚଢାଉ ହେଉଛି, ସେତେ ଠାବ ହେଉଛି । ସୋମବାର ଦିନ ସକାଳୁ ସକାଳୁ ସାଲିଆସାହିରେ ପୁଣି ଥରେ ଚଢାଉ କରିଛି କମିଶନରେଟ୍ ପୋଲିସ । ଖବର ଅନୁଯାୟୀ, ଦୁଇ ଦିନ ତଳେ କମିଶନରେଟ ପୋଲିସର ୩ଟି ସ୍ପେଶାଲ ଟିମ୍ ସଲିଆସାହିର ନୟାଗଡ଼ ସହି, ମୁଣ୍ଡା ସାହିରେ ଚଢାଉ କରିଥିଲା । ଏହି ଚଢାଉରେ ୩ଟି ବେଆଇନ ମଦ ଭାଟି ଠାବ କରିବା ସହ ପାଖାପାଖି ୫ ହାଜର ୫୦୦ ଲିଟର ମଦ ଜବତ କରିଛି । ଏହା ସହ ୧୫ ହାଜର ଲିଟର ପୋଚକୁ ନଷ୍ଟ କରାଯାଇଛି । ସେହିପରି ସୋମାବର ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସଲିଆସାହି ମୁଣ୍ଡା ସାହିରେ ରେଡ କରାଯାଇ ପୁଣି ଏକ ଚୋରା ଦେଶୀ ମଦ ଭାଟି ଠାବ କରାଯାଇଛି । ଏହି ଚଢାଉରେ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରାଯାଇଛି । ଏଥିସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ପିଡ଼ିଆକୁ ମଧ୍ୟ ନଷ୍ଟ କରାଯାଇଛି ।
ଭୁବନେଶ୍ୱର ୨୬।୦୮ : ସାଲିଆସାହିରେ ପୁଣି ରେଡ୍ । ସାଲିଆସାହି ପାଲଟିଛି ଚୋରା ଦେଶୀ ମଦର ହବ୍ । ଯେତେ ଚଢାଉ ହେଉଛି, ସେତେ ଠାବ ହେଉଛି । ସୋମବାର ଦିନ ସକାଳୁ ସକାଳୁ ସାଲିଆସାହିରେ ପୁଣି ଥରେ ଚଢାଉ କରିଛି କମିଶନରେଟ୍ ପୋଲିସ ।
ଖବର ଅନୁଯାୟୀ, ଦୁଇ ଦିନ ତଳେ କମିଶନରେଟ ପୋଲିସର ୩ଟି ସ୍ପେଶାଲ ଟିମ୍ ସଲିଆସାହିର ନୟାଗଡ଼ ସହି, ମୁଣ୍ଡା ସାହିରେ ଚଢାଉ କରିଥିଲା । ଏହି ଚଢାଉରେ ୩ଟି ବେଆଇନ ମଦ ଭାଟି ଠାବ କରିବା ସହ ପାଖାପାଖି ୫ ହାଜର ୫୦୦ ଲିଟର ମଦ ଜବତ କରିଛି । ଏହା ସହ ୧୫ ହାଜର ଲିଟର ପୋଚକୁ ନଷ୍ଟ କରାଯାଇଛି ।
ସେହିପରି ସୋମାବର ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସଲିଆସାହି ମୁଣ୍ଡା ସାହିରେ ରେଡ କରାଯାଇ ପୁଣି ଏକ ଚୋରା ଦେଶୀ ମଦ ଭାଟି ଠାବ କରାଯାଇଛି । ଏହି ଚଢାଉରେ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରାଯାଇଛି । ଏଥିସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ପିଡ଼ିଆକୁ ମଧ୍ୟ ନଷ୍ଟ କରାଯାଇଛି ।