ସାଲେପୁର ନ୍ୟାୟ ସମାବେଶରୁ ରାହୁଲଙ୍କ ନିଶାନା
ନିର୍ବାଚନ ଘୋଷଣା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଗର୍ଜିଛନ୍ତି ରାହୁଲ। ସାଲେପୁର ନ୍ୟାୟ ସମାବେଶରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଓଡ଼ିଶାକୁ ପାଣ୍ଡିଆନ୍ ହିଁ ଚଳାଉଛନ୍ତି।
ସଭା ମଂଚକୁ ଆସୁ ଆସୁ ଆଟାକ୍। ଅଭିଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ହମଲା। ଓଡ଼ିଶାରେ କଂଗ୍ରେସ କ୍ୟାମ୍ପେନର ବିଗୁଲ ବଜାଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ରାହୁଲ ଗାନ୍ଧି। କହିଛନ୍ତି, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। ପାନ୍ ଥିଓରି ଉଠାଇ ଉଭୟ ମୋଦି ଓ ନବୀନଙ୍କୁ ଘେରିଛନ୍ତି ରାହୁଲ୍। କହିଛନ୍ତି ରାଜ୍ୟକୁ ପାଣ୍ଡିଆନ୍ ଚଳାଉଛନ୍ତି। ତାସହିତ ଖଣି ଦୁର୍ନୀତି, ଜମି ଦୁର୍ନୀତି ଓ ଚାରା ରୋପଣ ନାଁରେ କୋଟି କୋଟି ଟଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ଆଣିଛନ୍ତି ରାହୁଲ୍।