ସାଲେପୁରରେ ଅଭାବନୀୟ ଘଟଣା, ଫସଲ ନଷ୍ଟ କରୁଥିଲା ମାଙ୍କଡ, ଗୁଳି କରି ମାରିଦେଲେ

ସାଲେପୁର ୧୭/୧୧:ଫସଲ ନଷ୍ଟ କରିଦେଲା ବୋଲି ମାଙ୍କଡକୁ ଗୁଳି କରିଦେଲେ। କଟକ ସାଲେପୁର ବ୍ଲକ ପାଗା ଫାଣ୍ଡି ଗୋପୀନାଥପୁର ଗାଁରୁ ଆସିଛି ଅଭିଯୋଗ । ଗାଁର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ମାଙ୍କଡ ମାରିଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ଧରି ଗାଁରେ ଉପଦ୍ରବ ଚଲାଇଥିଲା ଉତ୍ପାତିଆ ମାଙ୍କଡ । ଫସଲ ଖାଇବା ସହ ନଷ୍ଟ କରିଦେଉଥିଲା । ରାଗରେ ସେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ମାଙ୍କଡକୁ ଗୁଳି କରିଦେଇଥିବା ଅଭିଯୋଗ ହୋଇଛି ।  ହେଲେ ଭୟରେ କେହି ଗାଁ ଲୋକ ମୁହଁ ଖୋଲୁନାହାନ୍ତି । ତେବେ  କିଛି ଲୋକ ଏକାଠି ହୋଇ ପଗା ଫାଣ୍ଡି ପୋଲିସ ଓ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ମାଙ୍କଡ ମାରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।