ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ
ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ କୁବେରା ପଞ୍ଚାୟତରେ ପରିସ୍ଥିତି ଉଦ୍ବେଗଜନକ ହୋଇଛି। ବନ୍ୟା ଯୋଗୁ ଉଭୟ ପଞ୍ଚାୟତର ୬ ହଜାରରୁ ଊଉଦ୍ଧର୍ବ ଲୋକ ପାଣି ଘେରରେ ଥିବା ଜଣାଯାଇଛି। ଖବର ପାଇ ରବିବାର ସକାଳେ ବିଡିଓ ଜ୍ୟୋତିର୍ମୟ କର ସେହି ୨ଟି ପଞ୍ଚାୟତକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କୁବେରା ପଞ୍ଚାୟତର ଦେଉଳା, ରହଣିଆସାହି, ବାରିକପୁର, […] The post ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ appeared first on Dharitri Odia News.
ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ କୁବେରା ପଞ୍ଚାୟତରେ ପରିସ୍ଥିତି ଉଦ୍ବେଗଜନକ ହୋଇଛି। ବନ୍ୟା ଯୋଗୁ ଉଭୟ ପଞ୍ଚାୟତର ୬ ହଜାରରୁ ଊଉଦ୍ଧର୍ବ ଲୋକ ପାଣି ଘେରରେ ଥିବା ଜଣାଯାଇଛି। ଖବର ପାଇ ରବିବାର ସକାଳେ ବିଡିଓ ଜ୍ୟୋତିର୍ମୟ କର ସେହି ୨ଟି ପଞ୍ଚାୟତକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କୁବେରା ପଞ୍ଚାୟତର ଦେଉଳା, ରହଣିଆସାହି, ବାରିକପୁର, କଷଟି, ବାରିକପୁର, ମାଙ୍କଡକୋଲା, ଦେଉଳା ଜେନାସାହି ଏବଂ ବିଲଣା ପଞ୍ଚାୟତର ବିଲଣା, ମିରିପୁର, ଲଞ୍ଜାତରା ପ୍ରମୁଖ ଗ୍ରାମ ପାଣି ଘେରରେ ରହିଥିବା ଜଣାଯାଇଛି। ଗ୍ରାମ ରାସ୍ତା ଉପରେ ବନ୍ୟା ପାଣିର ସୁଅ ଛୁଟିଛି। ଯାହାଫଳରେ ଘରୁ ବାହାରି ନ ପାରି ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି। ଏହାଛଡ଼ା ଚାଷଜମିରେ ବନ୍ୟାପାଣି ମାଡ଼ିଯାଇଛି।
The post ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ appeared first on Dharitri Odia News.