ସିଆଙ୍ଗବାଲିରେ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ; ପ୍ରଥମ ଦିନ ମ୍ୟାଚ୍ରେ ତରବାଡ଼ି-କେରକେବାଡି ବିଜୟୀ
ଦାରିଙ୍ଗବାଡି,୩ ା୬ (ଅରୁଣ ସାହୁ ): ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି କାର୍ଗିଲ ଖେଳପଡିଆ ଠାରେ ମଙ୍ଗଳବାର କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ସିଆଙ୍ଗବାଲି ଓ ତରବାଡି ଟିମ୍ ମଧ୍ୟରେ ହୋଇଥିଲା। ୧୨ ଓଭର ଖେଳରେ ସିଆଙ୍ଗବାଲି ୮ ଉଇକେଟ ହରାଇ ୮୦ ରନ କରିଥିଲା। ତରବାଡି ଟିମ୍ ୪ ଟି ଉଇକେଟ ହରାଇ ୮ ଓଭରରେ ୮୧ ରନ କରି […] The post ସିଆଙ୍ଗବାଲିରେ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ; ପ୍ରଥମ ଦିନ ମ୍ୟାଚ୍ରେ ତରବାଡ଼ି-କେରକେବାଡି ବିଜୟୀ appeared first on Dharitri Odia News.
ଦାରିଙ୍ଗବାଡି,୩ ା୬ (ଅରୁଣ ସାହୁ ): ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି କାର୍ଗିଲ ଖେଳପଡିଆ ଠାରେ ମଙ୍ଗଳବାର କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ସିଆଙ୍ଗବାଲି ଓ ତରବାଡି ଟିମ୍ ମଧ୍ୟରେ ହୋଇଥିଲା। ୧୨ ଓଭର ଖେଳରେ ସିଆଙ୍ଗବାଲି ୮ ଉଇକେଟ ହରାଇ ୮୦ ରନ କରିଥିଲା। ତରବାଡି ଟିମ୍ ୪ ଟି ଉଇକେଟ ହରାଇ ୮ ଓଭରରେ ୮୧ ରନ କରି ବିଜୟୀ ହୋଇଛି। ସେହିପରି ଦ୍ୱିିତୀୟ ମ୍ୟାଚ ଶ୍ରୀପଙ୍କା ଓ କେରକେବାଡି ଟିମ୍ ମଧ୍ୟରେ ହୋଇଥିଲା। ଶ୍ରୀପଙ୍କା ଟିମ୍ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟରେ ୮୭ ରନ କରିଥିଲା। କେରକେବାଡି ୯ ଉଇକେଟ ହରାଇ ୮୮ ରନ କରି ବିଜୟୀ ହୋଇଛି। ଟୁର୍ନାମେଣ୍ଟକୁ ସିଆଙ୍ଗବାଲି କ୍ରିକେଟ ଟୁର୍ନାମେଣ୍ଟ ପକ୍ଷରୁ ସଭାପତି କହିନ ପ୍ରଧାନ, ସମ୍ପାଦକ ପ୍ରିୟବ୍ରତ ପ୍ରଧାନ, ଉପସଭାପତି ହରିଶଙ୍କର ପ୍ରଧାନ, ସହ ସମ୍ପାଦକ ମନୋଜ ପ୍ରଧାନ, କୋଷଧ୍ୟକ୍ଷ ଜିତେନ୍ଦ୍ର ପ୍ରଧାନ, ପରାମର୍ଶଦାତା ଲେଙ୍କା ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ପୂରପୁ ପ୍ରଧାନ, ପ୍ରେମଲତା ପ୍ରଧାନ, ସୁଶୀଲ ପ୍ରଧାନ, ସଞ୍ଜୟ ନାୟକ, ବିରାଟ ନାୟକ, ପୀତବାସ ପ୍ରଧାନ, ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଭାଇଚାରା, ଶାନ୍ତି ସଦଭାବନାକୁ ନେଇ ଏକାଠି ହୋଇ ଏଭଳି ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିବା କୁହାଯାଇଛି। ଆସନ୍ତା ୧୦ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି କମିଟିର ସମ୍ପାଦକ ପ୍ରିୟବ୍ରତ ପ୍ରଧାନ କହିଛନ୍ତି ।
The post ସିଆଙ୍ଗବାଲିରେ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ; ପ୍ରଥମ ଦିନ ମ୍ୟାଚ୍ରେ ତରବାଡ଼ି-କେରକେବାଡି ବିଜୟୀ appeared first on Dharitri Odia News.