ସିଆରପିଏଫ କ୍ୟାମ୍ପ ଉପରେ ମାଓ ହମଲା
ମାଲକାନଗିରି : ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର ଚିନ୍ତଲନାର ଥାନା ଅଧିନସ୍ଥ ଗୋମଗୁଡା ପୋଲିସ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି । ଏଥିରେ ୨ କୋବ୍ରା ଯବାନ ଆହତ ହୋଇଛନ୍ତି । ସିଆରପିଏଫ୍ କ୍ୟାମ୍ପ ବାହାରେ କର୍ଡନ କରି ମାଓବାଦୀମାନେ ଗୁଳି ଚଳାଇ ଥିବାବେଳେ ସୁରକ୍ଷାକର୍ମୀ ପାଲଟା ଗୁଳି ଚାଲାଣ କରିଥିବା ଜଣା ପଡିଛି । ମାଓବାଦୀଙ୍କ ବ୍ୟାରେଲ ଗ୍ରେନେଡ୍ ଲଞ୍ଚର୍ ମାଡରେ ଦୁଇ ଜଣ ଯବାନ […]

ମାଲକାନଗିରି : ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର ଚିନ୍ତଲନାର ଥାନା ଅଧିନସ୍ଥ ଗୋମଗୁଡା ପୋଲିସ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି । ଏଥିରେ ୨ କୋବ୍ରା ଯବାନ ଆହତ ହୋଇଛନ୍ତି । ସିଆରପିଏଫ୍ କ୍ୟାମ୍ପ ବାହାରେ କର୍ଡନ କରି ମାଓବାଦୀମାନେ ଗୁଳି ଚଳାଇ ଥିବାବେଳେ ସୁରକ୍ଷାକର୍ମୀ ପାଲଟା ଗୁଳି ଚାଲାଣ କରିଥିବା ଜଣା ପଡିଛି । ମାଓବାଦୀଙ୍କ ବ୍ୟାରେଲ ଗ୍ରେନେଡ୍ ଲଞ୍ଚର୍ ମାଡରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସେପଟେ ଲାଲ୍ ଗଡରେ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ କରିବା ପରେ ମାଓବାଦୀମାନେ ବିଚଳିତ ହୋଇପଡିଛନ୍ତି ।
କିଛିଦିନ ତଳେ ନୂତନ ଭାବେ ସ୍ଥାପନ ହୋଇଥିବା ଗୋମାଗୁଡ଼ା ପୋଲିସ ଶିବିର ଉପରେ ଆଖି ବୂଝା ଗୁଳି ଚଳାଇଥିଲେ ମାଓବାଦୀ । ସିଆରପିଏଫ କ୍ୟାମ୍ପ ବାହାରେ କର୍ଡନ କରି ନକ୍ସଲ ମାନେ ଗୁଳି ଚଳାଇଲେ । ସେପଟେ ନକ୍ସଲଙ୍କ ଗୁଳିର ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ ।
ଅନ୍ୟପଟେ,ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ପ୍ରଭାକର ୪୦ ବର୍ଷ ଧରି ନକ୍ସଲ ସଂଗ୍ରଠନରେ କାମ କରୁଥିଲେ। ଏଥିସହ ପ୍ରଭାକରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି। ପ୍ରଭାକରଙ୍କ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗତକାଲି ପୁଲିସ ପ୍ରଭାକରଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି ।