ସିଆର୍ପିଏଫ୍ କ୍ୟାମ୍ପ୍ରେ ଯବାନଙ୍କ ମୃତ୍ୟୁ ଘଟଣା:ହତ୍ୟା ଅଭିଯୋଗ ଆଣିଲେ ପରିବାର
ଭବାନୀପାଟଣା,୧୯ା୮ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହର ବଜାରପଡ଼ାରେ ଥିବା ସିଆର୍ପିଏଫ୍ ୬୪ ବାଟାଲିଅନ କ୍ୟାମ୍ପ୍ରେ ରବିବାର ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ମୃତ ଯବାନ ହେଲେ ଜଗତସିଂହପୁର ଜିଲା ନୂଆଗାଁ ଥାନା ଓସୋକଣାର ଅର୍ଜୁନ ଚରଣ ନାୟକ (୫୮)। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୧/୨୪) ରୁଜୁ ହୋଇଥିଲା। ଏହାର ଦିନକ ପରେ ଅର୍ଥାତ୍ ସୋମବାର ମୃତ ଯବାନଙ୍କ ପରିବାର ଏହା ଏକ ହତ୍ୟାକାଣ୍ଡ […] The post ସିଆର୍ପିଏଫ୍ କ୍ୟାମ୍ପ୍ରେ ଯବାନଙ୍କ ମୃତ୍ୟୁ ଘଟଣା:ହତ୍ୟା ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.
ଭବାନୀପାଟଣା,୧୯ା୮ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହର ବଜାରପଡ଼ାରେ ଥିବା ସିଆର୍ପିଏଫ୍ ୬୪ ବାଟାଲିଅନ କ୍ୟାମ୍ପ୍ରେ ରବିବାର ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ମୃତ ଯବାନ ହେଲେ ଜଗତସିଂହପୁର ଜିଲା ନୂଆଗାଁ ଥାନା ଓସୋକଣାର ଅର୍ଜୁନ ଚରଣ ନାୟକ (୫୮)। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୧/୨୪) ରୁଜୁ ହୋଇଥିଲା। ଏହାର ଦିନକ ପରେ ଅର୍ଥାତ୍ ସୋମବାର ମୃତ ଯବାନଙ୍କ ପରିବାର ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣି ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ସହ ଅର୍ଜୁନଙ୍କୁ ଶହୀଦ ମାନ୍ୟତା, ପରିବାରର ଜଣଙ୍କୁ ଚାକିରି ଓ ପେନ୍ସନ ପାଇଁ ଦାବି କରିଛନ୍ତି।
ମୃତ ଯବାନଙ୍କ ପୁଅ ଅଭିଳାଷ ନାୟକଙ୍କ ଅଭିଯୋଗ ଅନୁଯାୟୀ, ଉପରିସ୍ଥ ଅଧିକାରୀ ମାନସିକ ନିର୍ଯାତନା ଦେଉଥିବା ନେଇ ତାଙ୍କ ବାପା ବାରମ୍ବାର ପରିବାରକୁ ଜଣାଉଥିଲେ। ମୃତଦେହ ମିଳିବାର ପୂର୍ବଦିନ ମଧ୍ୟ ପରିବାର ସହିତ ସମାନ କଥାକୁ ନେଇ ଆଲୋଚନା କରିଥିଲେ। ତେବେ ଘଟଣାକୁ ଚପାଇଦେବାକୁ ଉଦ୍ୟମ ହେଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଅର୍ଜୁନ ୨ବର୍ଷ ହେଲା ଭବାନୀପାଟଣା ବଜାର ପଡ଼ାଠାରେ ଥିବା ୬୪ ବାଟାଲିଅନ କ୍ୟାମ୍ପରେ ସବ ଇନ୍ସପେକ୍ଟର ଭାବରେ ନିଯୁକ୍ତ ରହି ରେଡ଼ିଓ ଅପରେଟର ଭାବରେ ଦାୟିତ୍ୱ ତୁଲାଉଥିଲେ। ହେଲେ ରବିବାର ସକାଳେ ସମସ୍ତ ଯବାନ କାର୍ଯ୍ୟ ପାଇଁ ବାହାରିବା ବେଳକୁ ଛାତ ଉପରକୁ ଯିବା ସିଡୀରେ ଅର୍ଜୁନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।
The post ସିଆର୍ପିଏଫ୍ କ୍ୟାମ୍ପ୍ରେ ଯବାନଙ୍କ ମୃତ୍ୟୁ ଘଟଣା:ହତ୍ୟା ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.