ସିଏଏ ନିୟମାବଳୀରେ ସ୍ଥଗିତାଦେଶ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେରଳ ସରକାର

ନୂଆଦିଲ୍ଲୀ,୧୭।୩: ନାଗରିକତ୍ୱ ସଂଶୋଧନ ନିୟମାବଳୀ,୨୦୨୪ର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ପାଇଁ କେରଳ ସରକାର ସୁପ୍ରିମକୋର୍ଟରେ ସାନି ପିଟିଶନ ଦାଏର କରିଛନ୍ତି। ଉକ୍ତ ନିୟମାବଳୀ ପକ୍ଷପାତମୂଳକ, ମନମାନୀ ଏବଂ ଧର୍ମନିରପେକ୍ଷ ସିଦ୍ଧାନ୍ତର ଉଲ୍ଲଂଘନ କରୁଥିବା କେରଳ ଦର୍ଶାଇଛି। ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପାର୍ଲାମେଣ୍ଟରେ ଗୃହୀତ ହେବାର ୪ ବର୍ଷ ପରେ କେନ୍ଦ୍ର ସରକାର ଗତ ୧୧ ତାରିଖରେ ଏହାର କାର୍ଯ୍ୟକାରିତା ନେଇ ଆନୁଷଙ୍ଗିକ ନିୟମାବଳୀର ବିଜ୍ଞପ୍ତି ଜାରି କରିଥିଲେ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, […] The post ସିଏଏ ନିୟମାବଳୀରେ ସ୍ଥଗିତାଦେଶ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେରଳ ସରକାର appeared first on Dharitri Odia News.

ସିଏଏ ନିୟମାବଳୀରେ ସ୍ଥଗିତାଦେଶ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେରଳ ସରକାର

ନୂଆଦିଲ୍ଲୀ,୧୭।୩: ନାଗରିକତ୍ୱ ସଂଶୋଧନ ନିୟମାବଳୀ,୨୦୨୪ର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ପାଇଁ କେରଳ ସରକାର ସୁପ୍ରିମକୋର୍ଟରେ ସାନି ପିଟିଶନ ଦାଏର କରିଛନ୍ତି।

ଉକ୍ତ ନିୟମାବଳୀ ପକ୍ଷପାତମୂଳକ, ମନମାନୀ ଏବଂ ଧର୍ମନିରପେକ୍ଷ ସିଦ୍ଧାନ୍ତର ଉଲ୍ଲଂଘନ କରୁଥିବା କେରଳ ଦର୍ଶାଇଛି। ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପାର୍ଲାମେଣ୍ଟରେ ଗୃହୀତ ହେବାର ୪ ବର୍ଷ ପରେ କେନ୍ଦ୍ର ସରକାର ଗତ ୧୧ ତାରିଖରେ ଏହାର କାର୍ଯ୍ୟକାରିତା ନେଇ ଆନୁଷଙ୍ଗିକ ନିୟମାବଳୀର ବିଜ୍ଞପ୍ତି ଜାରି କରିଥିଲେ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ବିନା କାଗଜପତ୍ରରେ ଭାରତ ଆସି ରହିଯାଇଥିବା ଅଣମୁସଲମାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ଏହି ଆଇନ ଅଣାଯାଇଥିଲା। ଧର୍ମ ଆଧାରରେ ପ୍ରଣୀତ ହୋଇଥିବା ନିୟମାବଳୀ ଅସାମ୍ବିଧାନିକ ବୋଲି କେରଳ କହିଛି।

The post ସିଏଏ ନିୟମାବଳୀରେ ସ୍ଥଗିତାଦେଶ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେରଳ ସରକାର appeared first on Dharitri Odia News.