ସିଏମସିର ୭୪ ହଜାରରୁ ଅଧକ ହିତାଧିକାରୀ ପାଇବେ ରାସନ, ସୂଚନା ଦେଲେ କଟକ ମେୟର
କଟକ: ତୁଟିଲା ପିଡିଏସ ଡିଲରଙ୍କ ପ୍ରତିବାଦ। ଶନିବାର ଠାରୁ ରାସନ ପାଇବେ କଟକ ମହାନଗର ନିଗମ ଅଞ୍ଚଳର ୭୪ ହଜାରରୁ ଅଧିକ ହିତାଧିକାରୀ। ଶୁକ୍ରବାର, କଟକ ମେୟର, ଯୋଗାଣ ବିଭାଗ ଅଧିକାରୀ ଓ ସହରର ଡିଲର ସଂଘ ସହ ଆଲୋଚନା ପରେ ଶନିବାର ଠାରୁ ପୁନଃ ରାସନ ବଣ୍ଟନ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି। ସୂଚନାଥାଉକି, ୨୮ ମାସର ବକେୟା ପାଇନଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଣ୍ଟ୍ରୋଲ ଡିଲର ଜାନୁୟାରୀ ୧ରୁ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ ବନ୍ଦ କରି ପ୍ରତିବାଦ କରିଥିଲେ। ଏହି କ୍ରମରେ କଟକରେ ମଧ୍ୟ ବନ୍ଦ ରହିଥିଲା ପିଡିଏସ ଦୋକାନ । ତେବେ ଶୁକ୍ରବାର ବୈଠକ ପରେ ଏହି କଟକ ମହାନଗର ନିଗମ ଅଞ୍ଚଳରେ ଡିଲରମାନେ ପ୍ରତିବାଦ ସ୍ଥଗିତ ରଖିବା ସହ ଶନିବାରଠାରୁ ରାସନ୍ ସାମଗ୍ରୀ ଯୋଗାଣ ସ୍ବାଭାବିକ ରହିବ ବୋଲି କଟକ ମେୟର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅର୍ଥାତ୍ ଏବେ ଶନିବାରଠାରୁ ମହାନଗର ନିଗମ ଅଞ୍ଚଳରେ ଥିବା ୭୪,୫୫୭ ହିତାଧିକାରୀ ରାସନ୍ ସାମଗ୍ରୀ ପାଇପାରିବେ। ଆହୁରି ପଢ଼ନ୍ତୁ: ତୀର୍ଥଯାତ୍ରାରେ ଗଲେ ଭଦ୍ରକ ଜିଲ୍ଲାର ୧୪୬ ଜଣ ବରିଷ୍ଠ ନାଗରିକ The post ସିଏମସିର ୭୪ ହଜାରରୁ ଅଧକ ହିତାଧିକାରୀ ପାଇବେ ରାସନ, ସୂଚନା ଦେଲେ କଟକ ମେୟର appeared first on Prameya News7.
କଟକ: ତୁଟିଲା ପିଡିଏସ ଡିଲରଙ୍କ ପ୍ରତିବାଦ। ଶନିବାର ଠାରୁ ରାସନ ପାଇବେ କଟକ ମହାନଗର ନିଗମ ଅଞ୍ଚଳର ୭୪ ହଜାରରୁ ଅଧିକ ହିତାଧିକାରୀ। ଶୁକ୍ରବାର, କଟକ ମେୟର, ଯୋଗାଣ ବିଭାଗ ଅଧିକାରୀ ଓ ସହରର ଡିଲର ସଂଘ ସହ ଆଲୋଚନା ପରେ ଶନିବାର ଠାରୁ ପୁନଃ ରାସନ ବଣ୍ଟନ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି।
ସୂଚନାଥାଉକି, ୨୮ ମାସର ବକେୟା ପାଇନଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଣ୍ଟ୍ରୋଲ ଡିଲର ଜାନୁୟାରୀ ୧ରୁ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ ବନ୍ଦ କରି ପ୍ରତିବାଦ କରିଥିଲେ। ଏହି କ୍ରମରେ କଟକରେ ମଧ୍ୟ ବନ୍ଦ ରହିଥିଲା ପିଡିଏସ ଦୋକାନ ।
ତେବେ ଶୁକ୍ରବାର ବୈଠକ ପରେ ଏହି କଟକ ମହାନଗର ନିଗମ ଅଞ୍ଚଳରେ ଡିଲରମାନେ ପ୍ରତିବାଦ ସ୍ଥଗିତ ରଖିବା ସହ ଶନିବାରଠାରୁ ରାସନ୍ ସାମଗ୍ରୀ ଯୋଗାଣ ସ୍ବାଭାବିକ ରହିବ ବୋଲି କଟକ ମେୟର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅର୍ଥାତ୍ ଏବେ ଶନିବାରଠାରୁ ମହାନଗର ନିଗମ ଅଞ୍ଚଳରେ ଥିବା ୭୪,୫୫୭ ହିତାଧିକାରୀ ରାସନ୍ ସାମଗ୍ରୀ ପାଇପାରିବେ।
ଆହୁରି ପଢ଼ନ୍ତୁ: ତୀର୍ଥଯାତ୍ରାରେ ଗଲେ ଭଦ୍ରକ ଜିଲ୍ଲାର ୧୪୬ ଜଣ ବରିଷ୍ଠ ନାଗରିକ
The post ସିଏମସିର ୭୪ ହଜାରରୁ ଅଧକ ହିତାଧିକାରୀ ପାଇବେ ରାସନ, ସୂଚନା ଦେଲେ କଟକ ମେୟର appeared first on Prameya News7.