ସିଏମ୍ ଟ୍ରଫି ଚମ୍ପିଆନ: ବରଗଡ଼ ଏଫସିକୁ ଜିଲା ପ୍ରଶାସନର ସମ୍ବର୍ଦ୍ଧନା
ବରଗଡ଼,୯।୬(ପ୍ରେମାନନ୍ଦ ଖମାରୀ) : ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ରବିବାର ହୋଇଥିବା ହୋଇଥିବା ୧୫ ବର୍ଷରୁ କମ୍ ସିଏମ ଟ୍ରଫି – ୨୦୨୫ ଫୁଟବଲ ପ୍ରତିଯୋଗିତାରେ ବରଗଡ ଏଫସି ପ୍ରତିପକ୍ଷ ଭୁବନେଶ୍ୱରକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଚାମ୍ପିଆନ ହୋଇ ବରଗଡ ଜିଲାକୁ ଗୌରାବାନ୍ୱିତ କରିଛି। କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲାରୁ ୬ହଜାରରୁ ଅଧିକ ଯୁବ […] The post ସିଏମ୍ ଟ୍ରଫି ଚମ୍ପିଆନ: ବରଗଡ଼ ଏଫସିକୁ ଜିଲା ପ୍ରଶାସନର ସମ୍ବର୍ଦ୍ଧନା appeared first on Dharitri Odia News.
ବରଗଡ଼,୯।୬(ପ୍ରେମାନନ୍ଦ ଖମାରୀ) : ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ରବିବାର ହୋଇଥିବା ହୋଇଥିବା ୧୫ ବର୍ଷରୁ କମ୍ ସିଏମ ଟ୍ରଫି – ୨୦୨୫ ଫୁଟବଲ ପ୍ରତିଯୋଗିତାରେ ବରଗଡ ଏଫସି ପ୍ରତିପକ୍ଷ ଭୁବନେଶ୍ୱରକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଚାମ୍ପିଆନ ହୋଇ ବରଗଡ ଜିଲାକୁ ଗୌରାବାନ୍ୱିତ କରିଛି। କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲାରୁ ୬ହଜାରରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିଥିଲେ ଓ ୮୫୮ଟି ମ୍ୟାଚ୍ ଖେଳାଯାଇଥିଲା । ଏହି ସଫଳତାକୁ ଅବଲୋକନ କରି ସୋମବାର
ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରରେ ଏକ ବିଶେଷ ସମ୍ମାନ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ଜିଲା ଏଥଲେଟିକ୍ ଅସୋସିଏସନ୍ର ଉପାଧ୍ୟକ୍ଷ ଯୁଗଳ ପ୍ରସାଦ ସିଂହ, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଏଫଏଓର ଉପାଧ୍ୟକ୍ଷ ରବି ପଣ୍ଡା, ଏଥଲେଟିକ୍ ସେକ୍ରେଟାରୀ ହରଦୀପ୍ ସିଂହ, ଫୁଟବଲ୍ ସେକ୍ରେଟାରୀ ଏସ. କେ ସବଦର, ଡ଼ଃ ସୁଭ୍ରାଂଶୁ ଶେଖର ମହାପାତ୍ର, କ୍ରିକେଟ୍ ସେକ୍ରେଟାରୀ ଅମିୟ ଭୂଷଣ ସାହୁ, ଆଉଟଡୋର ଗେମ୍ସ ସେକ୍ରେଟାରୀ ସୁରେଶ ଦାଶ, ଓ ପରିଷଦ ସଦସ୍ୟ ପ୍ରଦୀପ ସାହୁ ଓ ମହେନ୍ଦ୍ର ଦାଶଙ୍କ ସମେତ ପୂର୍ବତନ ଖେଳାଳି ଅତିଶ ପଣ୍ଡା, ଜ୍ଞାନ ରଞ୍ଜନ ପୁଜାରୀ, ପ୍ରଦୀପ ପ୍ରଧାନ, ସଚ୍ଚିଦାନନ୍ଦ ପଣ୍ଡା, ପ୍ରଶାନ୍ତ ଜେନା, ବିକାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ବରଗଡ଼ ଦଳକୁ ସୌରଭ କୁମାର ଭୋଇ କ୍ୟାପଟେନ୍ ଭାବେ ନେତୃତ୍ୱ ଦେଇଥିଲେ। ଦଳଟି ମୁଖ୍ୟ କୋଚ୍ ରମକାନ୍ତ ଦାଶ ଓ ସହକାରୀ କୋଚ୍ ଟିକେଶ୍ୱର ଖର୍ସେଲଙ୍କ ନିର୍ଦ୍ଦେଶନା ଅନୁସାରେ ୨୫ ଜଣ ଖେଳାଳି ସହିତ ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଏହି ବିଜୟ ବରଗଡ଼ ଜିଲା ପାଇଁ ଏକ ଗର୍ବର ବିଷୟ ହେବା ସହିତ ଓଡ଼ିଶା ରାଜ୍ୟ ସରକାରଙ୍କ “ଖେଳ ବିକାଶ ଭିଜନ୍ ୨୦୨୯”ର ଲକ୍ଷ୍ୟ ପ୍ରତି ସାର୍ଥକ ପଦକ୍ଷେପ ଅତୁଟ ରହିଛି। ଏହା ଗ୍ରାମୀଣ ତଳସ୍ତରରେ ଯୁବ ପ୍ରତିଭାମାନେ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେବା ପାଇଁ ଅବସର ସୃଷ୍ଟି କରିବ ବୋଲି ଜିଲାପାଳ ଗୋୟଲ ମତ ରଖିଥିଲେ।
The post ସିଏମ୍ ଟ୍ରଫି ଚମ୍ପିଆନ: ବରଗଡ଼ ଏଫସିକୁ ଜିଲା ପ୍ରଶାସନର ସମ୍ବର୍ଦ୍ଧନା appeared first on Dharitri Odia News.