ସିଏସକେ ବିରୋଧରେ କେକେଆର୍ର ଏକ ତରଫା ବିଜୟ; ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଲମ୍ଫ
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଆତ୍ମସମର୍ପଣ ପରେ କୋଲକାତା ନାଇଟ୍ ରାଇଡର୍ସର ସହଜ ବିଜୟ । ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୨୫ତମ ମୁକାବିଲାକୁ ୮ ଓ୍ବିକେଟରେ ଜିତି ନେଇଛି କେକେଆର୍ । ସିଏସକେ ପ୍ରଥମ ବ୍ୟାଟିଂ କରି କୋଲକାତାକୁ ୧୦୪ ରନ୍ର ଟାର୍ଗେଟ୍ ଦେଇଥିଲା । ଏହି ସହଜ ଲକ୍ଷ୍ୟକୁ ୧୦.୧ ଓଭରରେ ୨ ଓ୍ବିକେଟ୍ ହରାଇ ଜିତି ନେଇଛି ଦଳ । ସୁନୀଲ୍ ନାରିନ୍ ପ୍ଲେୟାର ଅପ୍ ଦି ମ୍ୟାଚ୍ ହୋଇଛନ୍ତି । ଆଇପିଏଲର ୨୫ତମ ମ୍ୟାଚକୁ କୋଲକାତା ନାଇଟ୍ ରାଇଡର୍ସ ସହଜରେ ଜିତି ନେଇଛି । ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ପରାସ୍ତ କରିଛି ଦଳ । ଚିଦାମ୍ବରମ ଷ୍ଟାଡିୟମରେ ସିଏସକେ ଓ କେକେଆର୍ ମୁହାଁମୁହିଁ ହୋଇଥିଲେ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୩ ରନ୍ କରିଥିଲା । ଯାହାର ଜବାବରେ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୦.୧ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୦୭ ରନ୍ କରି ମ୍ୟାଚକୁ ଜିତି ନେଇଛି । କୋଲକାତା ପକ୍ଷରୁ ସୁନୀଲ ନାରିନ୍ ୪୪ ରନ୍ କରିଥିଲେ । କୋଲକାତା ନାଇଟ୍ ରାଇଡର୍ସ ଏହା ତୃତୀୟ ବିଜୟ । ସେପଟେ ଚେନ୍ନାଇ ସୁପର କିଙ୍ଗ୍ସ ଏହା ଲଗାତାର ପଞ୍ଚମ ମ୍ୟାଚ୍ ପରାଜୟ । ୧୦୪ ରନର ଟାର୍ଗେଟକୁ ପିଛା କରି, କେକେଆର ୫ମ ଓଭରରେ ପ୍ରଥମ ଓ୍ବିକେଟ୍ ହରାଇଥିଲା । କ୍ୱିଣ୍ଟନ୍ ଡି କକ୍ ୨୩ ରନ୍ କରି ଆଉଟ୍ ହୋଇଥିଲେ। ପରେ ଓପନର
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଆତ୍ମସମର୍ପଣ ପରେ କୋଲକାତା ନାଇଟ୍ ରାଇଡର୍ସର ସହଜ ବିଜୟ । ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୨୫ତମ ମୁକାବିଲାକୁ ୮ ଓ୍ବିକେଟରେ ଜିତି ନେଇଛି କେକେଆର୍ । ସିଏସକେ ପ୍ରଥମ ବ୍ୟାଟିଂ କରି କୋଲକାତାକୁ ୧୦୪ ରନ୍ର ଟାର୍ଗେଟ୍ ଦେଇଥିଲା । ଏହି ସହଜ ଲକ୍ଷ୍ୟକୁ ୧୦.୧ ଓଭରରେ ୨ ଓ୍ବିକେଟ୍ ହରାଇ ଜିତି ନେଇଛି ଦଳ । ସୁନୀଲ୍ ନାରିନ୍ ପ୍ଲେୟାର ଅପ୍ ଦି ମ୍ୟାଚ୍ ହୋଇଛନ୍ତି ।
ଆଇପିଏଲର ୨୫ତମ ମ୍ୟାଚକୁ କୋଲକାତା ନାଇଟ୍ ରାଇଡର୍ସ ସହଜରେ ଜିତି ନେଇଛି । ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ପରାସ୍ତ କରିଛି ଦଳ । ଚିଦାମ୍ବରମ ଷ୍ଟାଡିୟମରେ ସିଏସକେ ଓ କେକେଆର୍ ମୁହାଁମୁହିଁ ହୋଇଥିଲେ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୩ ରନ୍ କରିଥିଲା । ଯାହାର ଜବାବରେ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୦.୧ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୦୭ ରନ୍ କରି ମ୍ୟାଚକୁ ଜିତି ନେଇଛି । କୋଲକାତା ପକ୍ଷରୁ ସୁନୀଲ ନାରିନ୍ ୪୪ ରନ୍ କରିଥିଲେ । କୋଲକାତା ନାଇଟ୍ ରାଇଡର୍ସ ଏହା ତୃତୀୟ ବିଜୟ । ସେପଟେ ଚେନ୍ନାଇ ସୁପର କିଙ୍ଗ୍ସ ଏହା ଲଗାତାର ପଞ୍ଚମ ମ୍ୟାଚ୍ ପରାଜୟ ।
୧୦୪ ରନର ଟାର୍ଗେଟକୁ ପିଛା କରି, କେକେଆର ୫ମ ଓଭରରେ ପ୍ରଥମ ଓ୍ବିକେଟ୍ ହରାଇଥିଲା । କ୍ୱିଣ୍ଟନ୍ ଡି କକ୍ ୨୩ ରନ୍ କରି ଆଉଟ୍ ହୋଇଥିଲେ। ପରେ ଓପନର ସୁନୀଲ ନାରିନ୍ ୧୮ ବଲ୍ରେ ୪୪ ରନ୍ କରିଥିଲେ । ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୭ ବଲ୍ରେ ୨୦ ରନ୍ କରି ଅପରାଜିତ ରହିଥିଲେ । ରିଙ୍କୁ ସିଂହ ୧୨ ବଲ୍ରେ ୧୫ ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ଅଂଶୁଲ ଏବଂ ନୁର ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।