ସିଗାରେଟ୍ ଟାଣିବା ପୂର୍ବରୁ ପଢ଼ିନିଅନ୍ତୁ; ଗୋଟିଏ ସିଗାରେଟ୍ କମାଉଛି ୨୦ ମିନିଟ୍ ଆୟୂଷ...

ନୂଆଦିଲ୍ଲୀ: ଯଦି ଆପଣ ଧୂମପାନ କରୁଛନ୍ତି, ତେବେ ନିଶ୍ଚିତ ଭାବେ ଜାଣି ରଖନ୍ତୁ । ଧୂମପାନ କେତେ ବିପଦଜନକ, ଏହାର କଳ୍ପନା ଆପଣ କରିପାରିବେ ନାହିଁ । ସିଗାରେଟ୍ ଧୂଆଁ ଧୀରେ ଧୀରେ ଜଳିଯିବ ମଣିଷ । ଆପଣଙ୍କ ଜୀବନକୁ ଶେଷ କରିଦେବ ଏହି ନିଶା । ଏହା ଆମ ତରଫରୁ ପରାମର୍ଶ ନୂଆବର୍ଷରୁ ସିଗାରେଟ୍ ପିଇବା ଛାଡ଼ିଦିଅନ୍ତୁ । ନହେଲେ ଏହା କେବଳ ଆପଣର କ୍ଷତି କରିବ ନାହିଁ, ବରଂ ଆପଣ ପରିବାର ଏବଂ ପରିବେଶକୁ କ୍ଷତି ପହଞ୍ଚାଇବ । ଏକଥା ଆମେ କହୁନାହୁଁ, ସାଗିରେଟକୁ ନେଇ ହୋଇଥିବା ଏକ ଗବେଷଣାରୁ ମାରାତ୍ମକ ତଥ୍ୟ ସାମ୍ନାକୁ ଆସିଛି ।   ଦି ୟୁନିଭରସିଟି କଲେଜ୍ ଲଣ୍ଡନର ସଦ୍ୟ ଗବେଷଣା ଜଣାପଡ଼ିଛି, ଗୋଟିଏ ସିଗାରେଟ୍ ଜଣେ ପୁରୁଷର ୧୭ ମିନିଟ୍ ଆୟୂଷ କମାଉଛି । ସେହିପରି ଏହାକୁ ମହିଳା ଟାଣିଲେ ସେମାନଙ୍କ ବୟସର ୨୦ ମିନିଟ୍ ଶେଷ ହେଉଛି । ଅର୍ଥାତ୍ ସିଗାରେଟ୍ ଟାଣିବା ଦ୍ବାରା ବୟସ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଗୋଟିଏ ଦିନରେ ୨୦ଟି ସିଗାରେଟ୍ ଟାଣୁଥିଲେ ତାଙ୍କ ଜୀବନର ସାତ ଘଣ୍ଟା ସେ ହରାଉଛନ୍ତି ବୋଲି ଅଧ୍ୟୟନରୁ ସାମ୍ନାକୁ ଆସିଛି ।ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦ଟି ଲେଖାଏଁ ସିଗାରେଟ୍ ଟାଣୁଛନ୍ତି ଏବଂ ସେ ଜାନୁଆରୀ ପହିଲାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଉଛନ୍ତି, ତେବେ ଗୋଟିଏ ସପ୍ତାହ ସହିତ ଗୋଟିଏ ଦିନ ଅଧିକ ଜୀବନକୁ ସୁରକ୍ଷିତ ରଖୁଛନ୍ତି । ଅର୍ଥାତ୍ ଜାନୁଆରୀ ୧ରୁ ୭ଦିନ ଯାଏଁ ଜୀବନ ସୁରକ୍ଷିତ ରଖିବ

ସିଗାରେଟ୍ ଟାଣିବା ପୂର୍ବରୁ ପଢ଼ିନିଅନ୍ତୁ; ଗୋଟିଏ ସିଗାରେଟ୍ କମାଉଛି ୨୦ ମିନିଟ୍ ଆୟୂଷ...

ନୂଆଦିଲ୍ଲୀ: ଯଦି ଆପଣ ଧୂମପାନ କରୁଛନ୍ତି, ତେବେ ନିଶ୍ଚିତ ଭାବେ ଜାଣି ରଖନ୍ତୁ । ଧୂମପାନ କେତେ ବିପଦଜନକ, ଏହାର କଳ୍ପନା ଆପଣ କରିପାରିବେ ନାହିଁ । ସିଗାରେଟ୍ ଧୂଆଁ ଧୀରେ ଧୀରେ ଜଳିଯିବ ମଣିଷ । ଆପଣଙ୍କ ଜୀବନକୁ ଶେଷ କରିଦେବ ଏହି ନିଶା । ଏହା ଆମ ତରଫରୁ ପରାମର୍ଶ ନୂଆବର୍ଷରୁ ସିଗାରେଟ୍ ପିଇବା ଛାଡ଼ିଦିଅନ୍ତୁ । ନହେଲେ ଏହା କେବଳ ଆପଣର କ୍ଷତି କରିବ ନାହିଁ, ବରଂ ଆପଣ ପରିବାର ଏବଂ ପରିବେଶକୁ କ୍ଷତି ପହଞ୍ଚାଇବ । ଏକଥା ଆମେ କହୁନାହୁଁ, ସାଗିରେଟକୁ ନେଇ ହୋଇଥିବା ଏକ ଗବେଷଣାରୁ ମାରାତ୍ମକ ତଥ୍ୟ ସାମ୍ନାକୁ ଆସିଛି ।   

ଦି ୟୁନିଭରସିଟି କଲେଜ୍ ଲଣ୍ଡନର ସଦ୍ୟ ଗବେଷଣା ଜଣାପଡ଼ିଛି, ଗୋଟିଏ ସିଗାରେଟ୍ ଜଣେ ପୁରୁଷର ୧୭ ମିନିଟ୍ ଆୟୂଷ କମାଉଛି । ସେହିପରି ଏହାକୁ ମହିଳା ଟାଣିଲେ ସେମାନଙ୍କ ବୟସର ୨୦ ମିନିଟ୍ ଶେଷ ହେଉଛି । ଅର୍ଥାତ୍ ସିଗାରେଟ୍ ଟାଣିବା ଦ୍ବାରା ବୟସ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଗୋଟିଏ ଦିନରେ ୨୦ଟି ସିଗାରେଟ୍ ଟାଣୁଥିଲେ ତାଙ୍କ ଜୀବନର ସାତ ଘଣ୍ଟା ସେ ହରାଉଛନ୍ତି ବୋଲି ଅଧ୍ୟୟନରୁ ସାମ୍ନାକୁ ଆସିଛି ।

ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦ଟି ଲେଖାଏଁ ସିଗାରେଟ୍ ଟାଣୁଛନ୍ତି ଏବଂ ସେ ଜାନୁଆରୀ ପହିଲାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଉଛନ୍ତି, ତେବେ ଗୋଟିଏ ସପ୍ତାହ ସହିତ ଗୋଟିଏ ଦିନ ଅଧିକ ଜୀବନକୁ ସୁରକ୍ଷିତ ରଖୁଛନ୍ତି । ଅର୍ଥାତ୍ ଜାନୁଆରୀ ୧ରୁ ୭ଦିନ ଯାଏଁ ଜୀବନ ସୁରକ୍ଷିତ ରଖିବା ସହିତ ଜାନୁଆରୀ ୮ ତାରିଖର ଜୀବନକୁ ବଞ୍ଚାଇ ନେଉଛନ୍ତି । ଏହି ପରି ଭାବେ ଗୋଟିଏ ବର୍ଷ ସିଗାରେଟ୍ ଟାଣିବା ଛାଡ଼ିଦେଲେ, ଧୂମପାନ କରୁଥିବା ବ୍ୟକ୍ତି ନିଜ ମୋଟ୍ ଜୀବନର ୫୦ ଦିନ ସୁରକ୍ଷିତ ରଖୁଛନ୍ତି ବୋଲି କହିପାରିବା ।

ଡାକ୍ତର ସାରାହ ଜ୍ୟାକସନ୍, ୟୁସିଏଲ ଆଲକହଲ୍ ଏବଂ  ଟବାକୋ ରିସର୍ଚ୍ଚ ଗ୍ରୁପର ମୁଖ୍ୟ ଗବେଷକ କହିଛନ୍ତି, ଧୂମପାନ କରୁଥିବା ବ୍ୟକ୍ତି ଜାଣିଛନ୍ତି ସିଗାରେଟ୍ ଟାଣିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ, ଏହା ସିଗାରେଟ୍ ପ୍ୟାକେଟରେ ବି ଲେଖା ହୋଇଛି, ତଥାପି ସେ ଏହାକୁ ଅଣଦେଖା କରୁଛି । ଜୀବନବ୍ୟାପୀ ସିଗାରେଟ୍ ପିଉଥିବା ଜଣେ ନିଜ ଜୀବନର ଏକ ଦଶନ୍ଧି ନଷ୍ଟ କରି ଦେଉଛନ୍ତି । ତାଙ୍କ ମୋଟ୍ ବୟସରୁ ୧୦ ବିୟୋଗ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ  । ଜଣେ ସାଧାରଣ ଲୋକ ପ୍ରାୟ ୭୦ ବର୍ଷ ବଞ୍ଚୁଥିବା ବେଳେ ଧୂମପାନ କରୁଥିବା ବ୍ୟକ୍ତିର ଜୀବନ ୬୦ ବର୍ଷରେ ଶେଷ ହୋଇଯିବ ବୋଲି ଡାକ୍ତର ସାରାହ ଜ୍ୟାକସନ କହିଛନ୍ତି ।