ସିଙ୍ଗାପୁର ଓପନ‌ରେ ବିପର୍ଯ୍ୟୟ ଘଟାଇଲେ ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ

ସିଙ୍ଗାପୁର: ଉଦୀୟମାନ ଭାରତୀୟ ମହିଳା ଟେନିସ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଚଳିତ ସିଙ୍ଗାପୁର ଓପନ୍ ସୁପର ୭୫୦ ପ୍ରତିଯୋଗିତାରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ରାଜ୍ୟଗୋଷ୍ଠୀ କାଂସ୍ୟ ବିଜେତା ଏହି ଯୋଡ଼ି ୨୧-୯, ୧୪-୨୧, ୨୧-୧୫ରେ ବିଶ୍ବର ଦୁଇ ନମ୍ବର କୋରିଆର ବିକ୍ ହା ନା ଓ ଲି ସୋ ହିଙ୍କୁ ପରାସ୍ତ କରିଛନ୍ତି। ୩୦ତମ ମାନ୍ୟତାପ୍ରାପ୍ତ ତ୍ରୀଶା-ଗାୟତ୍ରୀ ବିଶ୍ବର ଦୁଇ ନମ୍ବର ଯୋଡ଼ି ବିପକ୍ଷରେ ତୃତୀୟ ମ୍ୟାଚ୍ ଖେଳି ପ୍ରଥମ ବିଜୟ ପାଇଛନ୍ତି। […]

ସିଙ୍ଗାପୁର ଓପନ‌ରେ ବିପର୍ଯ୍ୟୟ ଘଟାଇଲେ ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ

ସିଙ୍ଗାପୁର: ଉଦୀୟମାନ ଭାରତୀୟ ମହିଳା ଟେନିସ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଚଳିତ ସିଙ୍ଗାପୁର ଓପନ୍ ସୁପର ୭୫୦ ପ୍ରତିଯୋଗିତାରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ରାଜ୍ୟଗୋଷ୍ଠୀ କାଂସ୍ୟ ବିଜେତା ଏହି ଯୋଡ଼ି ୨୧-୯, ୧୪-୨୧, ୨୧-୧୫ରେ ବିଶ୍ବର ଦୁଇ ନମ୍ବର କୋରିଆର ବିକ୍ ହା ନା ଓ ଲି ସୋ ହିଙ୍କୁ ପରାସ୍ତ କରିଛନ୍ତି। ୩୦ତମ ମାନ୍ୟତାପ୍ରାପ୍ତ ତ୍ରୀଶା-ଗାୟତ୍ରୀ ବିଶ୍ବର ଦୁଇ ନମ୍ବର ଯୋଡ଼ି ବିପକ୍ଷରେ ତୃତୀୟ ମ୍ୟାଚ୍ ଖେଳି ପ୍ରଥମ ବିଜୟ ପାଇଛନ୍ତି। ତେବେ ମହିଳା ଏକକରେ ପିଭି ସିନ୍ଧୁଙ୍କ ଅଭିଯାନ ପ୍ରିକ୍ବାର୍ଟରଫାଇନାଲ୍ରେ ଶେଷ ହୋଇଛି। ଏହି ଦୁଇ ଅଲିମ୍ପିକ୍ସ ପଦକ ବିଜୟିନୀ ୨୧-୧୩, ୧୧-୨୧, ୨୦-୨୨ରେ ରିଓ ଅଲିମ୍ପିକ୍ସ ବିଜୟିନୀ ସ୍ପେନ୍ର କାରୋଲିନା ମାରିନ୍ଙ୍କଠୁ ହାରି ଯାଇଛନ୍ତି। ରିଓ ଅଲିମ୍ପିକ୍ସରେ ସେ ମାରିନ୍ଙ୍କଠୁ ହାରି ରୌପ୍ୟ ପାଇଥିଲେ। ପୁରୁଷ ଏକକରେ ବିଶ୍ବର ୧୦ ନମ୍ବର ଏଚ୍ଏସ୍ ପ୍ରଣୟ ୧୩-୨୧, ୨୧-୧୪, ୧୫-୨୧ରେ ଜାପାନର କେଣ୍ଟା ନିସିମୋତୋଙ୍କଠୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି।