ସିଙ୍ଗାପୁରରେ ଭାରତୀୟ ମହିଳାଙ୍କୁ ୮ ଦିନ ଜେଲ୍‌

ସିଙ୍ଗାପୁର: ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ଚୋରି କରିଥିବା ଅଭିଯୋଗରେ ସ୍ଥାନୀୟ ଅଦାଲତ ଜଣେ ଭାରତୀୟ ମହିଳାଙ୍କୁ ୮ ଦିନ ଜେଲଦଣ୍ଡାଦେଶ ପ୍ରଦାନ କରିଥିବାବେଳେ ଅନୁରୂପ ଅଭିଯୋଗରେ ତାଙ୍କ ବାନ୍ଧବୀଙ୍କୁ ୭୦୦ ସିଙ୍ଗାପୁର ଡଲାର ଜୋରିମାନା ଲାଗୁ କରାଯାଇଛି। ସୂଚନା ମୁତାବକ ସିମ୍ରନ ଗୋଏଙ୍କା (୨୯) ଓ ପ୍ରାଶା ଗର୍ଗ କଲକାତାରୁ ବିମାନ ଯୋଗେ ବାଲି (ଇଣ୍ଡୋନେସିଆ) ଯାତ୍ରା କରିଥିଲେ। ସିଙ୍ଗାପୁରରେ ବିମାନ ବଦଳାଇବା ଆବଶ୍ୟକ ହେବାରୁ ସେମାନେ ଚାଙ୍ଗି ବିମାନବନ୍ଦରର ୨ ନମ୍ବର ଟର୍ମିନାଲରେ ଥିବା ଏକ […]

ସିଙ୍ଗାପୁରରେ ଭାରତୀୟ ମହିଳାଙ୍କୁ ୮ ଦିନ ଜେଲ୍‌

ସିଙ୍ଗାପୁର: ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ଚୋରି କରିଥିବା ଅଭିଯୋଗରେ ସ୍ଥାନୀୟ ଅଦାଲତ ଜଣେ ଭାରତୀୟ ମହିଳାଙ୍କୁ ୮ ଦିନ ଜେଲଦଣ୍ଡାଦେଶ ପ୍ରଦାନ କରିଥିବାବେଳେ ଅନୁରୂପ ଅଭିଯୋଗରେ ତାଙ୍କ ବାନ୍ଧବୀଙ୍କୁ ୭୦୦ ସିଙ୍ଗାପୁର ଡଲାର ଜୋରିମାନା ଲାଗୁ କରାଯାଇଛି। ସୂଚନା ମୁତାବକ ସିମ୍ରନ ଗୋଏଙ୍କା (୨୯) ଓ ପ୍ରାଶା ଗର୍ଗ କଲକାତାରୁ ବିମାନ ଯୋଗେ ବାଲି (ଇଣ୍ଡୋନେସିଆ) ଯାତ୍ରା କରିଥିଲେ। ସିଙ୍ଗାପୁରରେ ବିମାନ ବଦଳାଇବା ଆବଶ୍ୟକ ହେବାରୁ ସେମାନେ ଚାଙ୍ଗି ବିମାନବନ୍ଦରର ୨ ନମ୍ବର ଟର୍ମିନାଲରେ ଥିବା ଏକ ଅନ୍ତରାଷ୍ଟ୍ରୀୟ କମ୍ପାନୀ ‘ଫର୍ଲା’ ସୋ’ରୁମରେ ପ୍ରବେଶ କରିଥିଲେ। ସିମ୍ରନ ଏହି ଅବସରରେ ଉକ୍ତ ଦୋକାନରୁ ଏକ ପର୍ସ ଏବଂ ପରଫ୍ୟୁମ୍‌ ବୋତଲ ଚୋରି କରିଥିଲେ। ଅପରପକ୍ଷରେ ପ୍ରାଶା ୨ ନମ୍ବର ଟର୍ମିନାଲରେ ଥିବା ‘ଚାର୍ଲସ ଆଣ୍ଡ୍‌ କିଥ୍‌’ ଦୋକାନରୁ ହ୍ୟାଣ୍ଡବ୍ୟାଗ ଚୋରି କରିଥିବା ଜଣାପଡିଛି। ଏହି ଦୁଇ ମହିଳା ଏହି ସାମଗ୍ରୀର ମୂଲ୍ୟ ପୈଠ ନ କରି ଚାଲିଯିବାରୁ ଦୋକାନୀ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଗିରଫ ହେବା ପରେ ଉଭୟଙ୍କୁ ଅଦାଲତରେ ହାଜର କରାଯାଇଥିଲା।