ସିଜିୟୁରେ ୨ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ
ଭୁବନେଶ୍ୱର, ୪।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)ର କମ୍ପ୍ୟୁଟର ସାଇନ୍ସ ବିଭାଗ ପକ୍ଷରୁ ଏକ ୨ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଲୁମିନସ୍ ଇନ୍ଫୋୱେବ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସୁଧୀନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱରେ ସମ୍ମିଳନୀର ଶୁଭାରମ୍ଭ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସମ୍ମିଳନୀରେ ଦେଶ […] The post ସିଜିୟୁରେ ୨ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ appeared first on Dharitri Odia News.
ଭୁବନେଶ୍ୱର, ୪।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)ର କମ୍ପ୍ୟୁଟର ସାଇନ୍ସ ବିଭାଗ ପକ୍ଷରୁ ଏକ ୨ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଲୁମିନସ୍ ଇନ୍ଫୋୱେବ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସୁଧୀନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱରେ ସମ୍ମିଳନୀର ଶୁଭାରମ୍ଭ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସମ୍ମିଳନୀରେ ଦେଶ ବିଦେଶରୁ ୫୦ରୁ ଅଧିକ ପ୍ରମୁଖ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର ୪୬୦ରୁ ଊର୍ଦ୍ଧ ରିସର୍ଚ୍ଚ ପେପର ମଧ୍ୟରୁ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଦ୍ୱାରା ୧୪୦ଟି ରିସର୍ଚ୍ଚ ପେପର ଉପସ୍ଥାପନ ପାଇଁ ମନୋନୀତ କରାଯାଇଛି l ସମାନ୍ତରାଳ ଭାବେ ୫ଟି ଅଧିବେଶନରେ ମନୋନୀତ ରିସର୍ଚ୍ଚ ପେପର ଉପସ୍ଥାପନା କରାଯିବା ସହିତ ପ୍ରଫେସର ସରଜୁ ମହାନ୍ତି, ପ୍ରଫେସର ରାମ ବିଳାସ ପାଚୋରୀ, ପ୍ରଫେସର ସରୋଜ ମେହେର ଏବଂ ପ୍ରଫେସର ନରେମନ୍ ଅମାର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବେ l ଏହି ଉଦ୍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ ଉପଦେଷ୍ଟା ପ୍ରଫେସର ଗଣପତି ପଣ୍ଡା, ପ୍ରଫେସର ପ୍ରମୋଦ ମେହେର, ଡିନ୍ ଇଞ୍ଜିନିୟରିଂ ପ୍ରଫେସର ପ୍ରିୟଦର୍ଶୀ କାନୁନ୍ଗୋ, ଡିନ୍ ଛାତ୍ର କଲ୍ୟାଣ ପ୍ରଫେସର ସୁକାନ୍ତ ବିଶୋଇ ଏବଂ ବିଭାଗୀୟ ମୁଖ୍ୟ ଡ. ରୋଜାଲିନା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡ. ସୁରେନ୍ଦ୍ର ନନ୍ଦ, ଡ. ରାମଚନ୍ଦ୍ର ବାରିକ୍, ଡ. ଦେବେନ୍ଦ୍ର ମୁଦୁଲି, ଡ. ରାକେଶ ରଞ୍ଜନ କୁମାର, ଡ. ମମତା ଦାସ, ସୌମ୍ୟା ସାହୁ, ଅଞ୍ଜନା ମିଶ୍ର ଏବଂ ମୋନାଲିସା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l
The post ସିଜିୟୁରେ ୨ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ appeared first on Dharitri Odia News.