ସିଜେଆଇ ପରେ ଏହି ବଡ଼ ପଦବୀ ସମ୍ଭାଳିବେ ଚନ୍ଦ୍ରଚୂଡ! ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୯।୧୧: ବିଦାୟ ନେଇଛନ୍ତି ଡି.ୱାଇ.ଚନ୍ଦ୍ରଚୂଡ଼। ଭାରତର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶୁକ୍ରବାର ନିଜର କାର୍ଯ୍ୟକାଳ ଶେଷ କରିଛନ୍ତି। ସେ ନଭେମ୍ବର ୧୦ ତାରିଖରେ ଅବସର ନେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଶୁକ୍ରବାର ଏକ ସେରେମୋନିୟଲ ବେଞ୍ଚ ବସିଥିଲା। ଏହି ବେଞ୍ଚର ଲାଇଭ ଷ୍ଟ୍ରିମିଂ ମଧ୍ୟ କରାଯାଇଛି। ସିଜେଆଇଙ୍କ ବିଦାୟ ସମ୍ବର୍ଦ୍ଧନାରେ ଅନେକ ଜଜ୍‌ ଏବଂ ଓକିଲ ଚନ୍ଦ୍ରଚୂଡ଼ଙ୍କ ପ୍ରଶଂସା କରିଛନ୍ତି। ଏହି ଅବସରରେ ନାନୀ ପାଲକୀୱାଲା ଲ କ୍ଲବର […] The post ସିଜେଆଇ ପରେ ଏହି ବଡ଼ ପଦବୀ ସମ୍ଭାଳିବେ ଚନ୍ଦ୍ରଚୂଡ! ଜାଣିଲେ ତାଜୁବ ହେବେ appeared first on Dharitri Odia News.

ସିଜେଆଇ ପରେ ଏହି ବଡ଼ ପଦବୀ ସମ୍ଭାଳିବେ ଚନ୍ଦ୍ରଚୂଡ! ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୯।୧୧: ବିଦାୟ ନେଇଛନ୍ତି ଡି.ୱାଇ.ଚନ୍ଦ୍ରଚୂଡ଼। ଭାରତର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶୁକ୍ରବାର ନିଜର କାର୍ଯ୍ୟକାଳ ଶେଷ କରିଛନ୍ତି। ସେ ନଭେମ୍ବର ୧୦ ତାରିଖରେ ଅବସର ନେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଶୁକ୍ରବାର ଏକ ସେରେମୋନିୟଲ ବେଞ୍ଚ ବସିଥିଲା। ଏହି ବେଞ୍ଚର ଲାଇଭ ଷ୍ଟ୍ରିମିଂ ମଧ୍ୟ କରାଯାଇଛି। ସିଜେଆଇଙ୍କ ବିଦାୟ ସମ୍ବର୍ଦ୍ଧନାରେ ଅନେକ ଜଜ୍‌ ଏବଂ ଓକିଲ ଚନ୍ଦ୍ରଚୂଡ଼ଙ୍କ ପ୍ରଶଂସା କରିଛନ୍ତି।

ଏହି ଅବସରରେ ନାନୀ ପାଲକୀୱାଲା ଲ କ୍ଲବର ଜନୈକ ସଦସ୍ୟ ଓକିଲ ଚନ୍ଦ୍ରଚୂଡ଼ଙ୍କୁ ରିଟାୟରମେଣ୍ଟ ପରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ)ରେ ପଦବୀ ସମ୍ଭାଳିବାକୁ ଯାଉଥିବାରୁ ଅଭିନନ୍ଦନ ଜଣାଇଥିଲେ। ଏହା ଶୁଣି ନିଜେ ସିଜେଆଇ ଚନ୍ଦ୍ରଚୂଡ଼ ଆବାକ ହୋଇ ଯାଇଥିଲେ। ତେବେ ବିଭିନ୍ନ ଚର୍ଚ୍ଚା ହେଉଛି କି ସେ ରିଟାୟରମେଣ୍ଟ ପରେ ବଡ଼ ପଦବୀ ସମ୍ଭାଳି ପାରନ୍ତି। ଚନ୍ଦ୍ରଚୂଡ଼ଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ କରାଯିବାର ମଧ୍ୟ ଚର୍ଚ୍ଚା ହେଉଛି। କାରଣ ଜୁନ ୨୦୨୪ରୁ ଏହି ପଦବୀ ଖାଲି ପଡିଛି।

The post ସିଜେଆଇ ପରେ ଏହି ବଡ଼ ପଦବୀ ସମ୍ଭାଳିବେ ଚନ୍ଦ୍ରଚୂଡ! ଜାଣିଲେ ତାଜୁବ ହେବେ appeared first on Dharitri Odia News.