‘ସିଟାଡେଲ ହନିବନି’ ଟ୍ରେଲର ୨ ରିଲିଜ୍‌

ମୁମ୍ବାଇ:ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ‘ସିଟାଡେଲ ହନିବନି’ ଓ୍ବେବ ସିରିଜ୍‌ ଆସନ୍ତା ନଭେମ୍ବର ୭ରେ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବାକୁ ଯାଉଛି। ତେବେ ଏହି ସିରିଜ୍‌ର ଦ୍ୱିତୀୟ ଟ୍ରେଲରକୁ ମଙ୍ଗଳବାର ଜାରି କରାଯାଇଛି। ଉକ୍ତ ଟ୍ରେଲରକୁ ବରୁଣ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିବା ସହ ଏଥିରେ ସାମନ୍ଥାଙ୍କୁ ଟ୍ୟାଗ୍‌ କରିଛନ୍ତି। ଏହି ସିରିଜର ପ୍ରଥମ ଟ୍ରେଲର ଗତ ୧୫ରେ ରିଲିଜ୍‌ ହୋଇଥିଲା। ବରୁଣଙ୍କ ଶୈଳୀ ଏବଂ ଲୁକ୍‌ […] The post ‘ସିଟାଡେଲ ହନିବନି’ ଟ୍ରେଲର ୨ ରିଲିଜ୍‌ appeared first on Dharitri Odia News.

‘ସିଟାଡେଲ ହନିବନି’ ଟ୍ରେଲର ୨ ରିଲିଜ୍‌

ମୁମ୍ବାଇ:ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ‘ସିଟାଡେଲ ହନିବନି’ ଓ୍ବେବ ସିରିଜ୍‌ ଆସନ୍ତା ନଭେମ୍ବର ୭ରେ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବାକୁ ଯାଉଛି। ତେବେ ଏହି ସିରିଜ୍‌ର ଦ୍ୱିତୀୟ ଟ୍ରେଲରକୁ ମଙ୍ଗଳବାର ଜାରି କରାଯାଇଛି। ଉକ୍ତ ଟ୍ରେଲରକୁ ବରୁଣ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିବା ସହ ଏଥିରେ ସାମନ୍ଥାଙ୍କୁ ଟ୍ୟାଗ୍‌ କରିଛନ୍ତି। ଏହି ସିରିଜର ପ୍ରଥମ ଟ୍ରେଲର ଗତ ୧୫ରେ ରିଲିଜ୍‌ ହୋଇଥିଲା।
ବରୁଣଙ୍କ ଶୈଳୀ ଏବଂ ଲୁକ୍‌ ବହୁତ ଭିନ୍ନ ରହିଛି। ଟ୍ରେଲର ଆରମ୍ଭରୁ ବରୁଣଙ୍କ ଧମାକାଦାର ଏଣ୍ଟ୍ରି ରହିଥିବାବେଳେ ସେ ବାଇକ୍‌ ଷ୍ଟଣ୍ଟ୍‌ କରୁଥିବା ନଜରକୁ ଆସିଛନ୍ତି। ତେବେ ‘ସିଟାଡେଲ ହନିବନି’ ଓ୍ବେବ ସିରିଜ୍‌ର ଏହି ଦ୍ୱିତୀୟ ଟ୍ରେଲରରେ ଉଭୟ ବରୁଣ ଓ ସାମନ୍ଥାଙ୍କର ବହୁ ଆକ୍ସନ ଦୃଶ୍ୟ ରହିଛି। ଟ୍ରେଲରରେ ବରୁଣ ଓ ସାମନ୍ଥାଙ୍କର ଅଭିନୟକୁ ଦୁହିଙ୍କ ପ୍ରଶଂସକ ଢେର ପସନ୍ଦ କରିଛନ୍ତି।
ବରୁଣ ତାଙ୍କ ବାପା ତଥା ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଡେଭିଡ ଧାଓ୍ବନଙ୍କ ସହ ଏକ ରୋମାଣ୍ଟିକ୍‌ ଫିଲ୍ମ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ନାମ ‘ହେ ଜୱାନି ତୋ ଇସ୍କ ହୋନା ହେ’ ରହିଛି। ଏଥିରେ ବରୁଣଙ୍କ ସହ ଅଭିନେତ୍ରୀ ପୂଜା ହେଗ୍‌ଡେ ନଜରକୁ ଆସିବେ। ଅନ୍ୟପକ୍ଷେ ସାମନ୍ଥାଙ୍କୁ ଖୁବ୍‌ଶୀଘ୍ର ତେଲୁଗୁ ଫିଲ୍ମ ‘ବନ୍‌ଗରମ’ରେ ଦେଖିବାକୁ ମିଳିବ।

The post ‘ସିଟାଡେଲ ହନିବନି’ ଟ୍ରେଲର ୨ ରିଲିଜ୍‌ appeared first on Dharitri Odia News.