ସିଡ୍‌ନୀରେ ନିଜ କ୍ୟାରିୟରର ଶେଷ ଟେଷ୍ଟ ଖେଳିବେ ରୋହିତ ଶର୍ମା!

ମେଲବର୍ଣ୍ଣ ଟେଷ୍ଟ ହାରିବା ପରେ ରୋହିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ନିରାଶ ଭାବ ପ୍ରକାଶ କରିବା ସହ ମାନସିକ ସ୍ତରରେ ଠିକ ନଥିବା ମଧ୍ୟ ସ୍ୱୀକାର କରିଥିଲେ।

ସିଡ୍‌ନୀରେ ନିଜ କ୍ୟାରିୟରର ଶେଷ ଟେଷ୍ଟ ଖେଳିବେ ରୋହିତ ଶର୍ମା!

ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ ନ୍ୟୁୟର ଟେଷ୍ଟ। ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। କଙ୍ଗାରୁ ଟିମ ଏବେ ସିରିଜରେ ୨-୧ରେ ଆଗରେ ରହିଛି। ତେଣୁ ଭାରତ ସିରିଜ ବରାବର କରିବାକୁ ଚେଷ୍ଟା କରିବ।

ଏସବୁ ଭିତରେ ଟିମ ଇଣ୍ଡିଆନର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ବଡ଼ ଖବର ଆସିଛି। ସେ ସିଡ୍‌ନୀରେ ଖେଳିବାକୁ ଯାଉଛନ୍ତି ନିଜ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌। ସିଡ୍‌ନୀ ଟେଷ୍ଟ ଶେଷ ହେବା କ୍ଷଣି ରୋହିତ ଶର୍ମା ଟେଷ୍ଟ କ୍ରିକେଟକୁ ଅଲବିଦା କହିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ ଦାବି କରାଯାଇଛି ଯେ ଏବେ ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତଙ୍କ ସହ ଅବସର ସମ୍ପର୍କରେ ବିସିସିଆର ବରିଷ୍ଠ ଅଧିକାରୀ ଓ ଚୟନକର୍ତ୍ତାମାନେ କଥା ହୋଇସାରିଛନ୍ତି।

ରୋହିତ ମଧ୍ୟ ଅବସର ଘୋଷଣା କରିବା ପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିସାରିଛନ୍ତି। ତେବେ ସେ କେତେବେଳେ ଅବସର ଘୋଷଣା କରିବେ, ସେ ସମୟ ଜଣାପଡ଼ିନାହିଁ। କିନ୍ତୁ କୁହାଯାଉଛି ଯେ ସିଡ୍‌ନୀରେ ରୋହିତ ଶେଷ ଟେଷ୍ଟ ଖେଳିବାକୁ ଯାଉଛନ୍ତି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ବା WTC ଫାଇନାଲକୁ ପ୍ରବେଶ କରୁଛି। ଏପରି ସ୍ଥିତିରେ ରୋହିତ ଚୟନକର୍ତ୍ତାଙ୍କୁ ଉକ୍ତ ମ୍ୟାଚ୍‌ ଖେଳିବା ପାଇଁ ତାଙ୍କୁ ଅନୁମତି ଦେବାକୁ ଅନୁରୋଧ କରିପାରନ୍ତି।

ମେଲବର୍ଣ୍ଣ ଟେଷ୍ଟ ହାରିବା ପରେ ରୋହିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ନିରାଶ ଭାବ ପ୍ରକାଶ କରିବା ସହ ମାନସିକ ସ୍ତରରେ ଠିକ ନଥିବା ମଧ୍ୟ ସ୍ୱୀକାର କରିଥିଲେ।

ଏହାପରେ ବିସିସିଆଇର ବରିଷ୍ଠ ଅଧିକାରୀମାନେ ତାଙ୍କ ସହ ଅବସର ସମ୍ପର୍କରେ କଥା ହୋଇଛନ୍ତି। ରୋହିତ ମଧ୍ୟ ଅବସର ଘୋଷଣା କରିବାକୁ ଯାଉଥିବା ସେମାନଙ୍କୁ ଜଣାଇ ଦେଇଛନ୍ତି।

ବର୍ଡର-ଗାଭାସ୍କର ଟ୍ରଫିର ୬ଟି ଇନିଂସରେ ରୋହିତ ୩୧ ରନ କରିଥିବା ବେଳେ ଏହି ସିରିଜରେ ଯଶପ୍ରୀତ ବୁମ୍ରା ଏକାକୀ ୩୦ଟି ୱିକେଟ ନେଇଛନ୍ତି। ରୋହିତ କ୍ରମାଗତ ଭାବେ ଫେଲ ମାରୁଥିବାରୁ ତାଙ୍କ ଉପରେ ଅବସର ନେବାକୁ ଚାପ ବଢ଼ିବାରେ ଲାଗିଛି।