ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରିବ ଲୋକାୟୁକ୍ତ
ବେଙ୍ଗାଲୁରୁ, ୨୬ା୯: ମହୀଶୂର ଅର୍ବାନ ଡେଭେଲପ୍ମେଣ୍ଟ ଅଥରିଟି (ଏମ୍ୟୁଡିଏ) ଜମି ଦୁର୍ନୀତି ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ଲୋକାୟୁକ୍ତ ତଦନ୍ତ ନେଇ ବୁଧବାର ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ଏହି ମାମଲାର ରିପୋର୍ଟ ଦାଖଲ କରିବାକୁ ସ୍ବତନ୍ତ୍ର କୋର୍ଟଙ୍କ ଜଜ୍ ସନ୍ତୋଷ ଗଜାନନ୍ ଭଟ୍ଟ କର୍ନାଟକ ଲୋକାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆବଶ୍ୟକ ସ୍ଥଳେ ଏଫ୍ଆଇଆର୍ ରୁଜୁ କରିବା ପାଇଁ ଲୋକାୟୁକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ […] The post ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରିବ ଲୋକାୟୁକ୍ତ appeared first on Dharitri Odia News.
ବେଙ୍ଗାଲୁରୁ, ୨୬ା୯: ମହୀଶୂର ଅର୍ବାନ ଡେଭେଲପ୍ମେଣ୍ଟ ଅଥରିଟି (ଏମ୍ୟୁଡିଏ) ଜମି ଦୁର୍ନୀତି ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ଲୋକାୟୁକ୍ତ ତଦନ୍ତ ନେଇ ବୁଧବାର ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ଏହି ମାମଲାର ରିପୋର୍ଟ ଦାଖଲ କରିବାକୁ ସ୍ବତନ୍ତ୍ର କୋର୍ଟଙ୍କ ଜଜ୍ ସନ୍ତୋଷ ଗଜାନନ୍ ଭଟ୍ଟ କର୍ନାଟକ ଲୋକାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆବଶ୍ୟକ ସ୍ଥଳେ ଏଫ୍ଆଇଆର୍ ରୁଜୁ କରିବା ପାଇଁ ଲୋକାୟୁକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଲୋକାୟୁକ୍ତ ତଦନ୍ତକୁ ସେ ଭୟ କରୁନାହାନ୍ତି ବୋଲି ସିଦ୍ଦାରାମାୟା କହିଛନ୍ତି। ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବା ସହ ଆଇନଗତ ଲଢ଼େଇ ଲଢ଼ିବାକୁ ସେ ପ୍ରସ୍ତୁତ ବୋଲି ବୁଧବାର ସିଦ୍ଦାରାମାୟା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ପୂର୍ବରୁ ସିଦ୍ଦାରାମାୟାଙ୍କ ବିରୋଧରେ ତଦନ୍ତ ପାଇଁ କର୍ନାଟକ ରାଜ୍ୟପାଳ ଥାଓ୍ବରଚନ୍ଦ ଗେହଲଟ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ବିରୋଧ କରି ସିଦ୍ଦାରାମାୟାଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ମଙ୍ଗଳବାର କର୍ନାଟକ ହାଇକୋର୍ଟ ଖାରଜ କରିଦେଇଥିଲେ। ସୂଚନାଯୋଗ୍ୟ, ଏମ୍ୟୁଡିଏର ପ୍ରମୁଖ ସ୍ଥାନରେ ଥିବା ୧୪ଟି ଜମିକୁ ସିଦ୍ଦାରାମାୟାଙ୍କ ସ୍ତ୍ରୀଙ୍କୁ ଆବଣ୍ଟନ କରାଯାଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
The post ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରିବ ଲୋକାୟୁକ୍ତ appeared first on Dharitri Odia News.