ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍, ଅନୁଭବ…
ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍ ନେଇଛି। କିନ୍ତୁ ଅନୁଭବ ମହାନ୍ତିଙ୍କୁ ନିରାଶ କରିଛି ବୋଲି କୁହାଯାଉଛି। ବାରବାଟୀ-କଟକ ନଚେତ ସାଲେପୁରରୁ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଭାଜପା ତାଙ୍କୁ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ କରିଛି। ଏଥିରେ ସେ ନିର୍ବାଚନ ଲଢିବା ଆଶା ମଉଳିଯାଇଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ […] The post ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍, ଅନୁଭବ… appeared first on Dharitri Odia News.
ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍ ନେଇଛି। କିନ୍ତୁ ଅନୁଭବ ମହାନ୍ତିଙ୍କୁ ନିରାଶ କରିଛି ବୋଲି କୁହାଯାଉଛି। ବାରବାଟୀ-କଟକ ନଚେତ ସାଲେପୁରରୁ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଭାଜପା ତାଙ୍କୁ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ କରିଛି। ଏଥିରେ ସେ ନିର୍ବାଚନ ଲଢିବା ଆଶା ମଉଳିଯାଇଛି ବୋଲି ଚର୍ଚ୍ଚା ହେଉଛି।
ନିକଟରେ ଅନୁଭବ, ଅରିନ୍ଦମ ଏବଂ ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ। ଦଳ ସିଦ୍ଧାନ୍ତଙ୍କୁ ଦିଗପହଣ୍ଡିରୁ ଟିକେଟ୍ ଦେଇଥିବାବେଳେ ଅରନ୍ଦମଙ୍କୁ ସାଲେପୁର ଓ ଆକାଶଙ୍କୁ କୋରେଇରୁ ଟିକେଟ୍ ଦେଇଛି। ମାତ୍ର ଅନୁଭବଙ୍କ ଟିକେଟ୍ ଏଯାଏଁ ଘୋଷଣା କରିନାହିଁ। ଅନୁଭବ ବିଜେଡିରେ କେନ୍ଦ୍ରାପଡା ଏମପି ଥିଲେ। ହେଲେ ତାଙ୍କ ଟିକେଟ୍ କଟିବାରୁ ସେ ଭାଜପାରେ ଯୋଗ ଦେଇଥିଲେ। ହେଲେ ଦଳ ତାଙ୍କୁ ଏପର୍ଯ୍ୟନ୍ତ ଟିକେଟ୍ ଦେଇନାହିଁ।
The post ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍, ଅନୁଭବ… appeared first on Dharitri Odia News.