ସିଧା ପ୍ରସାରଣ ବେଳେ ଟିଭି ଚ୍ୟାନେଲ ଉପରେ ଇସ୍ରାଏଲର ବୋମା ମାଡ଼
ଟିଭି ଚ୍ୟାନେଲର ଜଣେ ମହିଳା ଆଙ୍କର ନ୍ୟୁଜ ଉପସ୍ଥାପନ କରୁଥିବା ବେଳେ ଇସ୍ରାଏଲ ବୋମା ମାଡ଼ କରିଛି। ଏଥିଯୋଗୁ ଆଙ୍କର ଜଣଙ୍କ ଲାଇଭରୁ ଉଠି ଜୀବନ ବିକଳରେ ଦୌଡ଼ିଛନ୍ତି।
ସିରିୟା ଉପରେ ବୋମା ମାଡ଼ ଆରମ୍ଭ କରି ଦେଇଛି ଇସ୍ରାଏଲ। ସିରିୟା ସରକାରଙ୍କ ଅଧୀନରେ ପରିଚାଳିତ ଟିଭି ଚ୍ୟାନେଲ ବିଲଡିଂ ଉପରେ ଇସ୍ରାଏଲ କରିଥିବା ବୋମା ମାଡ଼ର ଭୟଙ୍କର ଦୃଶ୍ୟ ପୂରା ବିଶ୍ୱ ଦେଖିଛି। ଟିଭି ଚ୍ୟାନେଲର ଜଣେ ମହିଳା ଆଙ୍କର ନ୍ୟୁଜ ଉପସ୍ଥାପନ କରୁଥିବା ବେଳେ ଇସ୍ରାଏଲ ବୋମା ମାଡ଼ କରିଛି। ଏଥିଯୋଗୁ ଆଙ୍କର ଜଣଙ୍କ ଲାଇଭରୁ ଉଠି ଜୀବନ ବିକଳରେ ଦୌଡ଼ିଛନ୍ତି। କେନ୍ଦ୍ରୀୟ ଡାମାସକସରେ ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ସୋଶାଲ ମିଡିଆରେ ତେଲ ଅଭିଭ ଆକ୍ରମଣ କରିଥିବା କଥାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ଡାମାସକସରେ ସତର୍କ ସୂଚନା ଜାରି କରିବା ସମୟ ଶେଷ ହୋଇଛି। ଏବେ ଯନ୍ତ୍ରଣା ଦାୟକ ଝଟକା ସବୁ ଆସିବ। ଇସ୍ରାଏଲ ସେନା ଏଣିକି ବେଶ ଶକ୍ତିଶାଳୀ ଢଙ୍ଗରେ ସିରିୟାର ସୁୱେଇଡାରେ ଅପରେସନ ଜାରି ରଖିବ।”
ସୁୱେଇଡାରେ ଚାଲିଥିବା ସାଂପ୍ରଦାୟିକ ସଂଘର୍ଷରେ ଇସ୍ରାଏଲ ହସ୍ତକ୍ଷେପ କରିବା ଆରମ୍ଭ କରିଛି। ଆରବ ସଂଖ୍ୟାଲଘୁଙ୍କ ପାଇଁ ଇସ୍ରାଏଲ ଓକିଲାତି କରୁଛି। ସୁୱେଇଡାରେ ସଂଖ୍ୟାଲଘୁ ଡ୍ରୁଜେ ସଂପ୍ରଦାୟ ଓ ଅନ୍ୟ ସଶସ୍ତ୍ର ବଳ ମଧ୍ୟରେ ସଂଘର୍ଷ ଚାଲିଛି। ଇସ୍ରାଏଲ ସେନା ଏବେ ଡ୍ରୁଜେ ସଂପ୍ରଦାୟ ପାଇଁ ବାହାରି ସିରିୟାର ରାଜଧାନୀ ଡାମାସକସରେ ଏୟାର ଷ୍ଟ୍ରାଇକ କରୁଛି।
החלו המכות הכואבות pic.twitter.com/1kJFFXoiua— ישראל כ”ץ Israel Katz (@Israel_katz) July 16, 2025
ପ୍ରତିରକ୍ଷା ମନ୍ତ୍ରୀ କାଟଜ କହିଛନ୍ତି, “ଇସ୍ରାଏଲ ଡିଫିନ୍ସ ଫୋର୍ସ ବା ଆଇଡିଏଫ ସିରିୟାରେ ରହୁଥିବା ଡ୍ରୁଜେ ସଂପ୍ରଦାୟର ଲୋକଙ୍କ ସୁରକ୍ଷା କରିବ ବୋଲି ଇସ୍ରାଏଲରେ ରହୁଥିବା ଡ୍ରୁଜେ ସଂପ୍ରଦାୟର ଲୋକ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ମୁଁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ପ୍ରତିଶ୍ରୁତି ଦେଉଛୁ ଯେ ଆମେ ଏହି ଆଶାକୁ କେବେ ହେଲେ ନିରାଶରେ ବଦଳିବାକୁ ଦେବୁ ନାହିଁ। ଆମେ ଡ୍ରୁଜେ ସଂପ୍ରଦାୟର ସୁରକ୍ଷା କରିବୁ।”
ଏହାପରେ ସେ ଏୟାର ଷ୍ଟ୍ରାଇକର ଭିଡିଓକୁ ଶେୟାର କରିଛନ୍ତି। ଏୟାର ଷ୍ଟ୍ରାଇକରେ ସିରିୟା ଟିଭି ଚ୍ୟାନେଲର ଆଙ୍କର କେମିତି ଦୌଡ଼ୁଛନ୍ତି, ତା’ର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।