ସିନ୍ଧୁ ସଭ୍ୟତାକୁ ବିନାଶ କରିଥିଲା ଜଳବାୟୁ ପରିବର୍ତ୍ତନ, ନୂଆ ରସର୍ଚ୍ଚ ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ଦୁନିଆ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଆସିବାକୁ ଥିବା ବିପଦ ଉପରେ କଥା ତ ହେଉଛି ସତ, କିନ୍ତୁ ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରୁନାହିଁ । ଏହାରି ଭିତରେ ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ହିଁ ମହାନ ସିନ୍ଧୁ ସଭ୍ୟତାର ବିନାଶ କରିଥିଲା । ସିନ୍ଧୁ ସଭ୍ୟତାର ପତନ ଉପରେ ଏକ ଅଧ୍ୟୟନରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମନାକୁ ଆସିଛି । ଆଇଆଇଟିଏମ୍‌ର ଅଧ୍ୟୟନକାରୀ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ ୪୦୦୦ ବର୍ଷ ପୂର୍ବରୁ ସିନ୍ଧୁ ସଭ୍ୟତାର ବିନାଶ ଜଳବାୟୁରେ ଅସ୍ଥରିତ ଯୋଗୁଁ ଘଟିଥିଲା । କ୍ୱାଟରନେରୀ ଇଣ୍ଟରନ୍ୟାସନାଲରେ ପ୍ରକାଶିତ ଏହି ରିସର୍ଚ୍ଚ ରିପୋର୍ଟରେ ଦକ୍ଷିଣ ଭାରତର ଗୁପ୍ତେଶ୍ୱର ଏବଂ କଡପ୍ପା ଗୁମ୍ଫାରେ ମିଳିଥିବା ପ୍ରାଚୀନ ଗୁମ୍ଫା ସଂରଚନା (ସ୍ପେଲିୟୋଥେମ୍ସ)ରୁ ପ୍ରମାଣ ଦିଆଯାଇଛି । ଏହି ଗୁମ୍ଫାରୁ ମିଳିଥିବା ସାକ୍ଷ୍ୟ ଦର୍ଶାଉଛି ଯେ ଅନେକ ବର୍ଷ ଯାଏ ମରୁଡ଼ିର ଶୃଙ୍ଖଳା ଚାଲିବା ଯୋଗୁଁ ସିନ୍ଧୁ ସଭ୍ୟତାରେ ମୌସୁମୀ ପ୍ରଣାଳୀ ଦୁର୍ବଳ ହୋଇଥିଲା । ରିସର୍ଚ୍ଚ ଟିମ୍ ପେନିନସୁଲାର ଇଣ୍ଡିଆରେ ଗୁମ୍ଫାର ଅଧ୍ୟୟନ କରିଛି । ଏଥିରେ ୭୦୦୦ ବର୍ଷର କ୍ଲାଇମେଟ୍ ରେକର୍ଡ ସାମନାକୁ ଆସିଛି । ଯେଉଁଥିରୁ ଏହି କ୍ଷେତ୍ରର ପୁରୁଣା ଜଳବାୟୁ ପରିବର୍ତ୍ତନ ବାବଦରେ ବିସ୍ତୃତ ସୂଚନା ମିଳିଛି । ରିସର୍ଚ୍ଚର ରେଜଲ୍ଟରୁ ଜଣାପଡ଼ିଛି ଯେ ପ୍ରାୟ ୪୨୦୦ ବର୍ଷ ପୂର୍ବ

ସିନ୍ଧୁ ସଭ୍ୟତାକୁ ବିନାଶ କରିଥିଲା ଜଳବାୟୁ ପରିବର୍ତ୍ତନ, ନୂଆ ରସର୍ଚ୍ଚ ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ଦୁନିଆ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଆସିବାକୁ ଥିବା ବିପଦ ଉପରେ କଥା ତ ହେଉଛି ସତ, କିନ୍ତୁ ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରୁନାହିଁ । ଏହାରି ଭିତରେ ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ହିଁ ମହାନ ସିନ୍ଧୁ ସଭ୍ୟତାର ବିନାଶ କରିଥିଲା । ସିନ୍ଧୁ ସଭ୍ୟତାର ପତନ ଉପରେ ଏକ ଅଧ୍ୟୟନରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମନାକୁ ଆସିଛି । ଆଇଆଇଟିଏମ୍‌ର ଅଧ୍ୟୟନକାରୀ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ ୪୦୦୦ ବର୍ଷ ପୂର୍ବରୁ ସିନ୍ଧୁ ସଭ୍ୟତାର ବିନାଶ ଜଳବାୟୁରେ ଅସ୍ଥରିତ ଯୋଗୁଁ ଘଟିଥିଲା । 

କ୍ୱାଟରନେରୀ ଇଣ୍ଟରନ୍ୟାସନାଲରେ ପ୍ରକାଶିତ ଏହି ରିସର୍ଚ୍ଚ ରିପୋର୍ଟରେ ଦକ୍ଷିଣ ଭାରତର ଗୁପ୍ତେଶ୍ୱର ଏବଂ କଡପ୍ପା ଗୁମ୍ଫାରେ ମିଳିଥିବା ପ୍ରାଚୀନ ଗୁମ୍ଫା ସଂରଚନା (ସ୍ପେଲିୟୋଥେମ୍ସ)ରୁ ପ୍ରମାଣ ଦିଆଯାଇଛି । ଏହି ଗୁମ୍ଫାରୁ ମିଳିଥିବା ସାକ୍ଷ୍ୟ ଦର୍ଶାଉଛି ଯେ ଅନେକ ବର୍ଷ ଯାଏ ମରୁଡ଼ିର ଶୃଙ୍ଖଳା ଚାଲିବା ଯୋଗୁଁ ସିନ୍ଧୁ ସଭ୍ୟତାରେ ମୌସୁମୀ ପ୍ରଣାଳୀ ଦୁର୍ବଳ ହୋଇଥିଲା । 

ରିସର୍ଚ୍ଚ ଟିମ୍ ପେନିନସୁଲାର ଇଣ୍ଡିଆରେ ଗୁମ୍ଫାର ଅଧ୍ୟୟନ କରିଛି । ଏଥିରେ ୭୦୦୦ ବର୍ଷର କ୍ଲାଇମେଟ୍ ରେକର୍ଡ ସାମନାକୁ ଆସିଛି । ଯେଉଁଥିରୁ ଏହି କ୍ଷେତ୍ରର ପୁରୁଣା ଜଳବାୟୁ ପରିବର୍ତ୍ତନ ବାବଦରେ ବିସ୍ତୃତ ସୂଚନା ମିଳିଛି । ରିସର୍ଚ୍ଚର ରେଜଲ୍ଟରୁ ଜଣାପଡ଼ିଛି ଯେ ପ୍ରାୟ ୪୨୦୦ ବର୍ଷ ପୂର୍ବେ କମ ସୌର ବିକିରଣ, ଅଲ୍ ନିନୋ ଘଟଣା ବୃଦ୍ଧି, ଇଣ୍ଟରଟ୍ରପିକଲ୍ କନଭର୍ଜେନ୍ସ ଜୋନର ଦକ୍ଷିଣାୟନ ଏବଂ ଭାରତ ମହାସାଗର ଡିପୋଲର ଏକ ନକାରାତ୍ମକ ପର୍ଯ୍ୟାୟର ମିଳିତ ଭାବେ ମୌସୁମୀ ଧାରାକୁ ଦୁର୍ବଳ କରୁଥିଲା । ମୌସୁମୀ ଦୁର୍ବଳ ହେବା ଯୋଗୁଁ ସମ୍ଭବତଃ ସିନ୍ଧୁ ସଭ୍ୟତାର ପତନ ହୋଇଛି । 

ଆଇଆଇଟିଏମ୍‌ର ମୁଖ୍ୟ ଅଧ୍ୟୟନକାରୀ ନବୀନ ଗାନ୍ଧୀ କହିଛନ୍ତି, 'କୌତୁହଳର ବିଷୟ ଏହା ଯେ ଆଜି ଆମେ ମୌସୁମୀକୁ ପ୍ରଭାବିତ କରୁଥିବା ପ୍ୟାଟର୍ଣ୍ଣ ଦେଖୁଛୁ, ତାହା ହଜାରେ ବର୍ଷ ପୂର୍ବେ ମଧ୍ୟ ଥିଲା । ଯିଏ ପୂରା ସଭ୍ୟତାର ଭବିଷ୍ୟତକୁ ଆକାର ଦେଇଥିଲା ।'

ପ୍ରାୟ ୪୨୦୦ ବର୍ଷ ପୂର୍ବେ ଆଇଟିସିଜେଡ୍ ଦକ୍ଷିଣ ମୁହାଁ ହୋଇଥିଲା, ଯେଉଁଥି ପାଇଁ ସିନ୍ଧୁ ଅଞ୍ଚଳରେ ପର୍ଯ୍ୟାପ୍ତ ବର୍ଷା ହୋଇନଥିଲା । ଏହାସହ ଭାରତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାକୁ ପ୍ରଭାବିତ କରୁଥିବା ଆଇଓଡିର ଏକ ନକାରାତ୍ମକ ପ୍ରଭାବ ପୂର୍ବ ଭାରତ ମହାସାଗରକୁ ଥଣ୍ଡା କରିଥିଲା, ଯେଉଁଥି ପାଇଁ ଉପମହାଦ୍ୱୀପରେ ଆର୍ଦ୍ରତା କମିଥିଲା । ଏହି ଅବଧିରେ ସୌର ବିକିରଣ କମିବା ଏବଂ ଅଲ୍ ନିନୋ ଘଟଣାରେ ବୃଦ୍ଧି ହୋଇଥିଲା, ଯେଉଁଥି ପାଇଁ ମରୁଡ଼ି ସ୍ଥିତି ଭୟଙ୍କର ହୋଇଥିଲା ।