ସିପିଆଇର ଶାଖା ସମ୍ମିଳନୀ, ବିଭିନ୍ନ ସମସ୍ୟା ନେଇ …
ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମା ’ ରତନେଇ ଠାକୁରାଣୀ ମନ୍ଦିର ସମ୍ମୁଖରେ ଆୟୋଜିତ ସମ୍ମିଳନୀରେ ପାର୍ଟିର ବରିଷ୍ଠ ସଦସ୍ୟ ରାମକୃଷ୍ଣ ଦଳେଇ ସଭାପତିତ୍ୱ କରିଥିଲେ। ପାର୍ଟିର ଗଞ୍ଜାମ ଜିଲା କାର୍ଯ୍ୟକାରୀ କମିଟି ସଦସ୍ୟ ଅଳକ ନାଥ ମିଶ୍ର, ବଡ଼ ଖେମୁଣ୍ଡି ଜୋନାଲ କମିଟି ସମ୍ପାଦକ କିଶୋର କୁମାର ଶତପଥି ଅତିଥି ଭାବେ […] The post ସିପିଆଇର ଶାଖା ସମ୍ମିଳନୀ, ବିଭିନ୍ନ ସମସ୍ୟା ନେଇ … appeared first on Dharitri Odia News.
ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମା ’ ରତନେଇ ଠାକୁରାଣୀ ମନ୍ଦିର ସମ୍ମୁଖରେ ଆୟୋଜିତ ସମ୍ମିଳନୀରେ ପାର୍ଟିର ବରିଷ୍ଠ ସଦସ୍ୟ ରାମକୃଷ୍ଣ ଦଳେଇ ସଭାପତିତ୍ୱ କରିଥିଲେ। ପାର୍ଟିର ଗଞ୍ଜାମ ଜିଲା କାର୍ଯ୍ୟକାରୀ କମିଟି ସଦସ୍ୟ ଅଳକ ନାଥ ମିଶ୍ର, ବଡ଼ ଖେମୁଣ୍ଡି ଜୋନାଲ କମିଟି ସମ୍ପାଦକ କିଶୋର କୁମାର ଶତପଥି ଅତିଥି ଭାବେ ଯୋଗଦେଇ ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଗ୍ରାମର ସମସ୍ତ ଚାଷଜମିକୁ ଜଳସେଚନର ବ୍ୟବସ୍ଥା,ବିଶୁଦ୍ଧ ପାନୀୟଜଳ ଯୋଗାଣ, ସାହି ଆଲୁଅର ବ୍ୟବସ୍ଥା, ମୋ ବସ୍ ଏବଂ ଲକ୍ଷ୍ମୀ ବସ ଚଳାଚଳ କରାଯିବା ନେଇ ସଭାରେ ଆଲୋଚନା କରାଯାଇଥିଲା। ପାର୍ଟି କାର୍ଯ୍ୟକର୍ତ୍ତା ଦୁର୍ଯ୍ୟୋଧନ ନାୟକ,ସୋମନାଥ ଦଳେଇ,ବାବୁ ଗୌଡ଼,ରାଜେଶ ଦଳେଇ,ବିଜୟ ବାଡ଼ତ୍ୟା, ବିଶିକେଶନ ବଢେଇ,ହରିଶ୍ଚନ୍ଦ୍ର ଦଳେଇ, କୁରେଶୁ ଶବର,ଲଳିତା ଦଳେଇ, କୁନି ଗୌଡ଼,ଚନ୍ଦ୍ରମା ନାୟକ, ଗୋବିନ୍ଦ ଗୌଡ଼,ତାରିଣୀ ଗୌଡ଼,କନ୍ଦର୍ପ ନାୟକ,ଝିଲି ଗୌଡ଼ ଓ ଶୈଳ ଗୌଡ଼ ପ୍ରମୁଖ ପାର୍ଟିର ବହୁ ସଂଖ୍ୟକ ସଦସ୍ୟା ସଦସ୍ୟ ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
The post ସିପିଆଇର ଶାଖା ସମ୍ମିଳନୀ, ବିଭିନ୍ନ ସମସ୍ୟା ନେଇ … appeared first on Dharitri Odia News.