ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ

ଦାରିଙ୍ଗବାଡ଼ି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ବୁଧବାର ସକାଳଠାରୁ ସମସ୍ତ ପ୍ରକାର ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଗୁମା ନଦୀର ଉକ୍ତ ଡାଇଭର୍ସନ ଉପରେ ହ୍ୟୁମ୍‌ ପାଇପ୍‌ ପକାଯାଇ ମରାମତି କରାଯାଇଛି। ମଙ୍ଗଳବାର ବର୍ଷା କମିବା ପରେ ସନ୍ଧ୍ୟାରେ ଗୁମା ନଦୀରେ ଜଳସ୍ତର କମିଥିଲା ଓ ଠିକାସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକରି ବିଳମ୍ବିତ ରାତିରେ ବାଇକ୍‌ ଚଢ଼ାଇବା ଓ ବୁଧବାର ସକାଳୁ ମାଟି ଉପରେ ମେଟାଲ […] The post ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ appeared first on Dharitri Odia News.

ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ

ଦାରିଙ୍ଗବାଡ଼ି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ବୁଧବାର ସକାଳଠାରୁ ସମସ୍ତ ପ୍ରକାର ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଗୁମା ନଦୀର ଉକ୍ତ ଡାଇଭର୍ସନ ଉପରେ ହ୍ୟୁମ୍‌ ପାଇପ୍‌ ପକାଯାଇ ମରାମତି କରାଯାଇଛି। ମଙ୍ଗଳବାର ବର୍ଷା କମିବା ପରେ ସନ୍ଧ୍ୟାରେ ଗୁମା ନଦୀରେ ଜଳସ୍ତର କମିଥିଲା ଓ ଠିକାସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକରି ବିଳମ୍ବିତ ରାତିରେ ବାଇକ୍‌ ଚଢ଼ାଇବା ଓ ବୁଧବାର ସକାଳୁ ମାଟି ଉପରେ ମେଟାଲ ପକାଇ ରୋଲର ଚଢ଼ାଇ ରାସ୍ତାକୁ ଟିକିଏ ପକ୍କା କରାଯିବା ପରେ ଏବେ ବସ୍‌ ସମେତ ଭାରୀ ଟ୍ରକ୍‌ ଆଦି ଯାତାୟାତ ସ୍ବାଭାବିକ ହୋଇପାରିଛି।

ତେବେ ବିପଦ ଏବେ ମଧ୍ୟ ଟଳି ନ ଥିବା କୁହାଯାଇଛି। ପ୍ରବଳ ବର୍ଷାରେ ପୁଣି ସେହି ଡାଇଭର୍ସନ ରାସ୍ତା ଉପରେ ନଦୀଜଳ ପ୍ରବାହିତ ହେଲେ ଧୋଇଯିବା ଆଶଙ୍କା କରାଯାଉଛି। ସେପଟେ ବର୍ଷା ଯୋଗୁ ପୋଲ ନିର୍ମାଣ କାର୍ଯ୍ୟ ଅଧାରୁ ଅଟକି ରହିଥିବା ଜଣାପଡ଼ିଛି। ପିଡବ୍ଲ୍ୟୁଡିର ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କେଶରୀ ସ୍ବାଇଁ ଉକ୍ତ ଗୁମାଡ଼ିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ବର୍ଷା କମିବା ପରେ ଶୀଘ୍ର ପୋଲ ନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

The post ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ appeared first on Dharitri Odia News.