ସିରିଆ ପ୍ରସଙ୍ଗରେ ମୁଣ୍ଡ ଖେଳାଇବନି ଆମେରିକା, ଟ୍ରମ୍ପ କହିଲେ- ଏ ଲଢ଼େଇ ଆମର ନୁହେଁ
ନୂଆଦିଲ୍ଲୀ: ଆମେରିକା ସିରିଆରେ ସାମରିକ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବା ଉଚିତ। ଏହା ଆମର ସଂଗ୍ରାମ ନୁହେଁ। ଏହା କହିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିଦ୍ରୋହୀମାନେ ରାଜଧାନୀ ଦାମାସକସରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ କ୍ଷମତାରେ ରହିବାକୁ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଆସାଦ ଆମେରିକାର ସମର୍ଥନ ପାଇବାକୁ ଯୋଗ୍ୟ ନୁହଁନ୍ତି। ଟ୍ରମ୍ପ କହିଛନ୍ତି ଯେ ଅସଦ ଋଷର ସହଯୋଗ ନେଇ ୟୁକ୍ରେନ ସହ ଯୁଦ୍ଧରେ ଜଡିତ ଥିବାରୁ ସିରିଆର ମାମଲାରେ ମୁଣ୍ଡ ଖେଳାଇବ ନାହିଁ।ସିରିଆରେ ୧୩ ବର୍ଷ ଧରି ଚାଲୁଥିବା ଗୃହଯୁଦ୍ଧକୁ ନିନ୍ଦା କରିଛନ୍ତି। ସେ ଶନିବାର ପୋଷ୍ଟରେ ଲେଖିଛନ୍ତି, "ସିରିଆ ବିଶୃଙ୍ଖଳା ଭିତରେ ଅଛି, କିନ୍ତୁ ଏ ଆମର ବନ୍ଧୁ ନୁହେଁ ଏବଂ ଆମେରିକାର ଏହା ସହିତ କିଛି ସମ୍ପର୍କ ରହିବା ଉଚିତ୍ ନୁହେଁ। ଏହା ଆମର ଯୁଦ୍ଧ ନୁହେଁ। ଏଥିରେ ଜଡିତ ହୁଅନ୍ତୁ ନାହିଁ।"ବିଦ୍ରୋହୀମାନେ ସିରିଆର ତିନୋଟି ବଡ ସହରକୁ କବଜା କରିଛନ୍ତି, ଏଥି ମଧ୍ୟରେ ଆଲେପ୍ପୋ, ହୋମସ୍ ଏବଂ ଦାରା ରହିଛି। ବିଦ୍ରୋହୀମାନେ ରାଜଧାନୀ ଦାମାସକସକୁ ଘେରି ରହିଛନ୍ତି। ସିରିଆର ବିଦ୍ରୋହୀ ଗୋଷ୍ଠୀ 'ଜିହାଦୀଷ୍ଟ ହାୟାତ୍ ତାହିର ଅଲ-ଶ୍ୟାମ' ଗୋଷ୍ଠୀର ମୁଖ୍ୟ ଅବୁ ମହମ୍ମଦ ଅଲ-ଗୋଲାନି କହିଛନ୍ତି ଯେ ଏହି ଆକ୍ରମଣର ଉଦ୍ଦେଶ୍ୟ ଅସଦଙ୍କ ସରକାରକୁ କ୍ଷମତାରୁ ହଟାଇବା।ସିରିଆ ପ୍ର
ନୂଆଦିଲ୍ଲୀ: ଆମେରିକା ସିରିଆରେ ସାମରିକ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବା ଉଚିତ। ଏହା ଆମର ସଂଗ୍ରାମ ନୁହେଁ। ଏହା କହିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିଦ୍ରୋହୀମାନେ ରାଜଧାନୀ ଦାମାସକସରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ କ୍ଷମତାରେ ରହିବାକୁ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଆସାଦ ଆମେରିକାର ସମର୍ଥନ ପାଇବାକୁ ଯୋଗ୍ୟ ନୁହଁନ୍ତି। ଟ୍ରମ୍ପ କହିଛନ୍ତି ଯେ ଅସଦ ଋଷର ସହଯୋଗ ନେଇ ୟୁକ୍ରେନ ସହ ଯୁଦ୍ଧରେ ଜଡିତ ଥିବାରୁ ସିରିଆର ମାମଲାରେ ମୁଣ୍ଡ ଖେଳାଇବ ନାହିଁ।
ସିରିଆରେ ୧୩ ବର୍ଷ ଧରି ଚାଲୁଥିବା ଗୃହଯୁଦ୍ଧକୁ ନିନ୍ଦା କରିଛନ୍ତି। ସେ ଶନିବାର ପୋଷ୍ଟରେ ଲେଖିଛନ୍ତି, "ସିରିଆ ବିଶୃଙ୍ଖଳା ଭିତରେ ଅଛି, କିନ୍ତୁ ଏ ଆମର ବନ୍ଧୁ ନୁହେଁ ଏବଂ ଆମେରିକାର ଏହା ସହିତ କିଛି ସମ୍ପର୍କ ରହିବା ଉଚିତ୍ ନୁହେଁ। ଏହା ଆମର ଯୁଦ୍ଧ ନୁହେଁ। ଏଥିରେ ଜଡିତ ହୁଅନ୍ତୁ ନାହିଁ।"
ବିଦ୍ରୋହୀମାନେ ସିରିଆର ତିନୋଟି ବଡ ସହରକୁ କବଜା କରିଛନ୍ତି, ଏଥି ମଧ୍ୟରେ ଆଲେପ୍ପୋ, ହୋମସ୍ ଏବଂ ଦାରା ରହିଛି। ବିଦ୍ରୋହୀମାନେ ରାଜଧାନୀ ଦାମାସକସକୁ ଘେରି ରହିଛନ୍ତି। ସିରିଆର ବିଦ୍ରୋହୀ ଗୋଷ୍ଠୀ 'ଜିହାଦୀଷ୍ଟ ହାୟାତ୍ ତାହିର ଅଲ-ଶ୍ୟାମ' ଗୋଷ୍ଠୀର ମୁଖ୍ୟ ଅବୁ ମହମ୍ମଦ ଅଲ-ଗୋଲାନି କହିଛନ୍ତି ଯେ ଏହି ଆକ୍ରମଣର ଉଦ୍ଦେଶ୍ୟ ଅସଦଙ୍କ ସରକାରକୁ କ୍ଷମତାରୁ ହଟାଇବା।
ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଜାଲାଲୀ ଏକ ଭିଡିଓ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜଲାଲୀ କହିଛନ୍ତି ଯେ ଶାସନକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧୀ ଦଳକୁ ହସ୍ତାନ୍ତର କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ମୁଁ ମୋର ବାସଭବନରେ ଅଛି ଏବଂ କୌଣସି ସ୍ଥାନକୁ ଯାଇ ନାହିଁ, ଏବଂ ମୁଁ ମୋର ଦେଶକୁ ଭଲ ପାଏ ବୋଲି ସେ କହିଛନ୍ତି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ ନକରିବାକୁ ସିରିଆ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।