ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ

ଡାମାସ୍‌କସ୍‌, ୧୦।୯: ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପଶ୍ଚିମ ସିରିଆର ମସ୍ୟାଫ୍‌ ସହରର ଏକ ରିସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା। ସେହିପରି ବିଭିନ୍ନ ଆବାସିକ ସ୍ଥଳକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା। ଆକ୍ରମଣରେ କେନ୍ଦ୍ରୀୟ ସିରିଆର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାବେଳେ ହମା ପ୍ରଦେଶର ଏକ ରାଜପଥ […] The post ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ appeared first on Dharitri Odia News.

ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ

ଡାମାସ୍‌କସ୍‌, ୧୦।୯: ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପଶ୍ଚିମ ସିରିଆର ମସ୍ୟାଫ୍‌ ସହରର ଏକ ରିସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା। ସେହିପରି ବିଭିନ୍ନ ଆବାସିକ ସ୍ଥଳକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା। ଆକ୍ରମଣରେ କେନ୍ଦ୍ରୀୟ ସିରିଆର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାବେଳେ ହମା ପ୍ରଦେଶର ଏକ ରାଜପଥ କ୍ଷତିଗ୍ରସ୍ତ ହୋଇଛି। ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସିରିଆ ଉପରେ ଇସ୍ରାଏଲର ଏହା ସବୁଠାରୁ ବଡ଼ ଆକ୍ରମଣ। ଇସ୍ରାଏଲ ନିୟମିତ ଭାବେ ସିରିଆରେ ଥିବା ଇରାନୀୟ ସାମରିକ ସ୍ଥାନ ଏବଂ ହେଜ୍‌ବୋଲ୍ଲା ସହ ଜଡ଼ିତ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଆସୁଛି।

The post ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ appeared first on Dharitri Odia News.